ETV Bharat / state

ବିବାଦରେ ଆଶ୍ରମ, ତୁଳସୀପତ୍ରକୁ ଗୋଡ ତଳେ ଥୋଇ ପୂଜା ଅଭିଯୋଗ - ASHRAM CONTROVERSY

ରାଜଧାନୀରେ ବିବାଦ ଘେରରେ ଆଉ ଏକ ଆଶ୍ରମ । ଯେଉଁଠି ପୂଜା ପାଉଥିବା ବାବାଙ୍କୁ ନେଇ ଘୋର‌ ବିରୋଧ । ପୋଲିସର ତନାଘନା ।

ବିବାଦରେ ଆଶ୍ରମ
ବିବାଦରେ ଆଶ୍ରମ (ETV Bharat Odisha)
author img

By ETV Bharat Odisha Team

Published : Nov 16, 2024, 10:38 PM IST

ଭୁବନେଶ୍ବର: ରାଜଧାନୀରେ ବିବାଦ ଘେରକୁ ଆସିଛି ଏକ ଆଶ୍ରମ । ଯେଉଁଠି ପୂଜା ପାଉଥିବା ବାବାଙ୍କୁ ନେଇ ଘୋର‌ ବିରୋଧ ଦେଖିବାକୁ ମିଳିଛି । ମନୁଷ୍ୟ ପାଦ ତଳେ ତୁଳସୀ ପତ୍ର ରଖି ପୂଜା ହେଉଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ବିବାଦ ଦେଖାଦେଇଛି । ଏନେଇ ଭରତପୁର ଥାନାରେ ଖଣ୍ଡଗିରିର ଏକ ଆଶ୍ରମ ବିରୋଧରେ ଅଭିଯୋଗ ପରେ ପୋଲିସ ପହଞ୍ଚି ଆଶ୍ରମରେ ତନାଘନା କରିଛି ।

କାହିଁକି ବିବାଦରେ ଆଶ୍ରମ ?

ବିବାଦରେ ଆଶ୍ରମ (ETV Bharat Odisha)

ରାଜ୍ୟ ସମାଜସେବୀ ମହାସଂଘ ପକ୍ଷରୁ ଭରତପୁର ଥାନାରେ ଅଭିଯୋଗ ହୋଇଛି । ଏନେଇ ସାମାଜିକ କର୍ମୀ ନାରାୟଣ ସାହୁ କହିଛନ୍ତି, ‘ଆମେ‌ ଗୋଟେ‌ ଦୁଇଟା ଫଟୋ‌ ପାଇଥଲୁ ଭାଗବତ ଗୀତା ଓ ତୁଳସି ପତ୍ର ଉପରେ ସେମାନେ‌ ଗୋଡ ରଖି ପୂଜା କରୁଥିଲେ । ଏନେଇ‌ ସେମାନେ ଆଶ୍ରମକୁ ପାଖକୁ ଆସି ମଧ୍ୟ ସ୍ଥାନୀୟ‌ଲୋକଙ୍କଠୁ ମଧ୍ୟ ଜାଣିବାକୁ ପାଇଥିଲୁ । ଏନେଇ‌ ଆହୁରି ୮ରୁ ୯ଟି ଫଟୋ ପାଇଥିଲୁ । ଜାଣିବାକୁ ପାଇଥିଲୁ ଆଶ୍ରମ ଭିତରକୁ ସର୍ବସାଧାରଣ ମନା ଏପରିକି ଗଣମାଧ୍ୟମ ମନା‌ । ସରକାରୀ ଜାଗାରେ‌ ଏପରି କାରବାର‌ କରୁଛନ୍ତି । ଏନେଇ ଭରତପୁର ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗର ଜବାବ ରଖିଲେ ସେବାଶ୍ରମ ସଭାପତି:

Ashram Controversy
Ashram Controversy (ETV Bharat Odisha)

ଅଭିଯୋଗ ପରେ ଏହାର ଜବାବ ରଖିଛନ୍ତି ସେବାଶ୍ରମର ସଭାପତି ପାଣ୍ଡବ ପରିଡା । ସେ କହିଛନ୍ତି, ‘ଏଭଳି ଯେଉଁ ଅଭିଯୋଗ ଆସିଛି ସମ୍ପୂର୍ଣ୍ଣ ମିଥ୍ୟା । ଆମର ଏଠି ଆଶ୍ରମକୁ ମଦୁଆ, ଆମିଷ ବା ପାନ ଗୁଟୁଖା ଖିଆ ଲୋକଙ୍କୁ ଅନୁମତି ନାହିଁ । ଏପରିକି ଏଠି ସେପରି କିଛି‌ ହେଉନାହିଁ । ଯେଉଁମାନେ‌ଏପରି ଅଭିଯୋଗ କରୁଛନ୍ତି ସେମାନେ ନିଜର ଭାଇରାଲ ହେବାକୁ ଏପରି କରୁଛନ୍ତି । ଯେଉଁ ଫଟୋ କଥା କୁହାଯାଉଛି ଏହା ବହୁ ପୂର୍ବରୁ । ସେଇଟା ଛୋଟ ସମୟରେ ଫଟୋ । ଯେଉଁ ଅଭିଯୋଗ ହୋଇଛି ତାହା ସମ୍ପୂର୍ଣ୍ଣ ମିଛ । ବାବା ଛୋଟ ଥିବା ବେଳେ ତୁଳସୀ ଦିଆଯାଇଥିଲା । ଏବେ ବାବାଙ୍କ ବୟସ ଓ ବଡ଼ ହୋଇଗଲେଣି ସେପରି କିଛି ହେଉନାହିଁ ।

ଅଭିଯୋଗ ପରେ ପୋଲିସର ତନାଘନା:

ଆଶ୍ରମ ବିରୋଧରେ ଅଭିଯୋଗ ଆସିବା ପରେ ଆଜି(ଶନିବାର) ସକାଳୁ ଭରତପୁର ଥାନାର ଏକ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି । ଏପରିକି ତୁଳସି ଗୋଡ ରଖି ପୂଜା ପାଉଥିବା କୁନି ବାବାଙ୍କ ସମ୍ପର୍କରେ ପଚରାଉଚରା କରିଛନ୍ତି । ଏନେଇ ପୋଲିସ ଏକ ଟିମ୍ ଆଶ୍ରମ ସମ୍ପର୍କରେ ପ୍ରାରମ୍ଭିକ ତଦନ୍ତ କରିଛନ୍ତି ।

Ashram Controversy
Ashram Controversy (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ପୁଣି ପ୍ରବଚନ ଦେବେ ସାରଥୀ ! କୋର୍ଟ ଦେଲେ ଅନୁମତି

ସାରଥୀ ଆଶ୍ରମ ଖୋଲିବା ପଛରେ କିଏ, ବିଭିନ୍ନ ମହଲରୁ ବିରୋଧ

ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, ‘ଏଯାବତ କୌଣସି କେସ ହୋଇନାହିଁ । କେବଳ ଏକ ଅଭିଯୋଗ‌ ଆସିଛି ଆମ ଟିମ୍ ଦେଖୁଛନ୍ତି କଣ ବାସ୍ତବିକ ଅଭିଯୋଗ ଓ ତାର ସତ୍ୟତା ।’

ପୂର୍ବରୁ ବିବାଦରେ ଅଛି ଏସବୁ ଆଶ୍ରମ:

ପୂର୍ବରୁ ବାଲିପାଟଣା ଥାନା ତ୍ରାହି ଅଚ୍ୟୁତ ଆଶ୍ରମ ଆସିଥିଲା ଏପରି ବିବାଦ ଘେରାକୁ । ସେତେବେଳେ ଆଶ୍ରମର ମୁଖ୍ୟ ସ୍ବର୍ଗତ ସୁରବାବା ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ପରେ ଏହି କେସ ହସ୍ତକ୍ଷେପ ପରେ ଘଟଣାର ତନାଘନା ଆରମ୍ଭ ହୋଇଥିଲା । ଏନେଇ କମିସନରେଟ ପୋଲିସ ପକ୍ଷରୁ ଏନେଇ ସେହି ଅଞ୍ଚଳରେ ଘୋର ବିରୋଧ ଓ‌ ଲୋକଙ୍କ ଆକ୍ରୋଶ ପାଇଁ ଆଇନଶୃଙ୍ଖଳା ଭଳି ପରିସ୍ଥିତି ଉପୁଜିଥିଲା । ଏବେ ପୁଣି ଏଭଳି ଏକ ଘଟଣା କମିସନରେଟ ପୋଲିସ ପାଇଁ ଚିନ୍ତା ଜନକ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.