ଓଡିଶା

odisha

ETV Bharat / snippets

ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ସଫା, ଯବାନ ଆହତ, 24 ଘଣ୍ଟାରେ 3ୟ ଗୁଳି ବିନିମୟ

ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ସଫା, ଯବାନ ଆହତ
ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ସଫା, ଯବାନ ଆହତ (ETV Bharat Odisha)

By ETV Bharat Odisha Team

Published : Jul 24, 2024, 10:00 AM IST

Updated : Jul 24, 2024, 12:44 PM IST

ଶ୍ରୀନଗର:ଜମ୍ମୁ-କାଶ୍ମୀର କୁପୱାରାରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ । ସେନାର ଏନକାଉଣ୍ଟରରେ ନିପାତ ହେଲା ଜଣେ ଆତଙ୍କବାଦୀ ।ଗତକାଲି (ମଙ୍ଗଳବାର) ରାତି ସାରା ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଏହି ଗୁଳି ବିନିମୟ ହୋଇଛି । ସେହିପରି ଏଥିରେ ଜଣେ ଯବାନ ଆହତ ହୋଇଥିବାର ମଧ୍ୟ ଜଣାପଡିଛି । କୁପୱାରା ଜିଲ୍ଲାର ଲୋରାବ ଅଞ୍ଚଳରେ କିଛି ଆତଙ୍କବାଦୀଙ୍କ ଉପସ୍ଥିତି ଖବର ପାଇ ମଙ୍ଗଳବାର ସୁରକ୍ଷାବଳ ଆଣ୍ଟି-ଟେରର୍ ଅପରେସନ ଆରମ୍ଭ କରିଥିଲା । ଏତିକି ବେଳେ ଆତଙ୍କୀବାଦୀ ସୁରକ୍ଷାବାହିନୀ ଉପରକୁ ଗୁଳିମାଡ କରିବାରୁ ସେମାନେ ପାଲଟା ଜବାବ ଦେଇଥିଲେ । କାଲିଠାରୁ ଆଜି ସକାଳ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ଅପରେସନରେ ଜଣେ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବାବେଳେ ଜଣେ ଯବାନ ଆହତ ହୋଇଥିବା ସେନାର ଚିନାର କର୍ପସ ପକ୍ଷରୁ ସୂଚନା ଦିଆଯାଇଛି ।

Last Updated : Jul 24, 2024, 12:44 PM IST

ABOUT THE AUTHOR

...view details