ETV Bharat / sports

IND VS NZ Test: କ୍ଲିନ ସୁଇପ କଲା ଟିମ୍‌ ନ୍ୟୁଜିଲାଣ୍ଡ, ଭାରତର ଲଜ୍ଜାଜନକ ପରାଜୟ - IND VS NZ

ଶେଷ ହୋଇଛି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ । 3-0ରେ ଆଗୁଆ ରହି ସିରିଜ କବଜା କଲା କିଓ୍ବି ଟିମ୍ ।

IND VS NZ Test
IND VS NZ Test (AP PHOTO)
author img

By ETV Bharat Odisha Team

Published : Nov 3, 2024, 2:29 PM IST

ହାଇଦ୍ରାବାଦ: ଓ୍ବାଙ୍ଖଡେ ଷ୍ଟାଡିୟମରେ ଇତିହାସ ରଚିଲା ଟିମ୍‌ ନ୍ୟୁଜିଲାଣ୍ଡ । ଦୀର୍ଘ 92 ବର୍ଷ ପରେ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚରେ ଘରୋଇ ମାଟିରେ ଭାରତକୁ ହରାଇଲା ଭ୍ରମଣକାରୀ ଦଳ । ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତର ଲଜ୍ଜାଜନକ ପରାଜୟ ହୋଇଛି । 3-0ରେ ସିରିଜ ପୋଛି ନେଲା କିଓ୍ବି ଟିମ୍ । ଶେଷ ମ୍ୟାଚରେ 25 ରନରେ ମେନ ଇନ ବ୍ଲୁ ପରାସ୍ତ ହୋଇଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଏତେଟା ଭଲ ପ୍ରଦର୍ଶନ ନଥିବାରୁ ଟେଷ୍ଟ ସିରିଜରେ ଭାରତ ହାତରୁ ଚାଲିଯାଇଛି ।

ପ୍ରଥମ ଇନିଂସରେ ଆଗୁଆ ରହିଥିଲା ଭାରତ:

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । 65.4 ଓଭରରେ ଦଳ ସମସ୍ତ ଓ୍ବିକେଟ ହରାଇ 235 ରନ କରିଥିଲା । ରବିନ୍ଦ୍ର ଜାଡେଜା (5) ଓ ଓ୍ବାସିଂଟନ ସୁନ୍ଦର (4) ଘାତକ ବୋଲି କରିଥିଲେ । ଏହାର ଜବାବରେ ଭାରତ ପ୍ରଥମ ଇନିଂସରେ 263 ରନ କରି 28 ରନ୍‌ରେ ଆଗୁଆ ରହିଥିଲା । ଶୁବମନ ଗିଲ 90 ଓ ଋଷବ ପନ୍ତ 60 ରନ କରିଥିବା ବେଳେ ଓ୍ବିସିଂଟନ ସୁନ୍ଦର 38 ଓ ଜୟସ୍ବାଲ 30 ରନ କରିଥିଲେ । ଅନ୍ୟ କେହି ବ୍ୟାଟର ପଡିଆରେ ବେସି ସମୟ ତିଷ୍ଟି ପାରିନଥିଲେ ।

ଏହା ମଧ୍ୟ ପଢନ୍ତୁ-ସିରିଜ ହାରିଲା ଟିମ୍ ଇଣ୍ଡିଆ; କୋହଲି-ରୋହିତଙ୍କ ଅବସର ଦାବି କଲେ ଫ୍ୟାନ୍ସ

ଏହା ବି ପଢନ୍ତୁ- ସିରିଜ ପରାଜୟ ପରେ ଖସିଲା ଟିମ୍ ଇଣ୍ଡିଆର WTC ପଏଣ୍ଟ, ଉଠିଲା ପାକିସ୍ତାନ

ଏହା ବି ପଢନ୍ତୁ- 12 ବର୍ଷ ପରେ ନିଜ ମାଟିରେ ଟେଷ୍ଟ ସିରିଜ ହାରିଲା ଟିମ୍ ଇଣ୍ଡିଆ, 69 ବର୍ଷ ପରେ ଏହି ରେକର୍ଡ କଲା ନ୍ୟୁଜିଲାଣ୍ଡ

ଦ୍ବିତୀୟ ଇନିଂସରେ ବିଜୟର ଆଶା ଦେଇଥିଲେ ବୋଲର:

ତୃତୀୟ ଦିନରେ ଦ୍ବିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା ଭ୍ରମଣକାରୀ ଦଳ । କିନ୍ତୁ ବ୍ୟାଟରଙ୍କ ବ୍ୟାଟକୁ ବଡ ବଡ ସଟ ଖେଳିବାରେ ଅଟକାଇ ଦେଇଥିଲେ ବୋଲର । ଫଳରେ 45.5 ଓଭରରେ ଦଳ ସମସ୍ତ ଓ୍ବିକେଟ ହରାଇ ମାତ୍ର 174 ରନ କରିଥିଲା । ରବିଚନ୍ଦ୍ର ଅଶ୍ବିନୀ 3 ଓ ରବନ୍ଦ୍ର ଜାଡେଜା 3ଟି ଓ୍ବିକେଟ ନେଇଥିଲେ ।

ଫେଲ ମାରିଲା ଭାରତୀୟ ଦଳର ଟପ ଅର୍ଡର, ସିରିଜ ପୋଛି ନେଲା ନ୍ୟୁଜିଲାଣ୍ଡ:

ଆଜି ସକାଳ ସମୟରେ ଭାରତର 143 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା । କିନ୍ତୁ ନ୍ୟୁଜିଲାଣ୍ଡର ବୋଲରଙ୍କ ଜାଲରେ ଫଶିଥିଲେ ଭାରତୀୟ ବ୍ୟାଟର । ଦଳର ଟପ୍‌ ଅର୍ଡର ରନ କରିବାରେ ବିଫଳ ହୋଇଥିଲେ । ଜୟସ୍ବାଲ 5, ରୋହିତ 11, ଗିଲ 1 ଓ କୋହଲି 1 ରନ କରିଥିଲେ । ଏହାପରେ ପାଳି ସମ୍ଭାଳିଥିଲେ ଋଷବ ପନ୍ତ । 57 ବନରେ ସେ 64 ରନ କରି ଦଳକୁ ବିଜୟୀ କରିବାର ଆଶା ଦେଇଥିଲେ । କିନ୍ତୁ ଜଣଙ୍କ ପରେ ଜଣେ ଆଉଟ ହେବା ପରେ ଦଳ ବିଜୟ ଠାରୁ 25 ରନ ଦୂରରେ ରହିଯାଇଥିଲା । 121 ରନରେ ଅଲ ଆଉଟ ହୋଇଥିଲା ଭାରତ । ଶେଷ ତିନି ଟିକିଆ ଟେଷ୍ଟ ସିରିଜରେ କ୍ଲିନ ସୁଇପ କରିଥିଲା ନ୍ୟୁଜିଲାଣ୍ଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.