ETV Bharat / state

ବାଲିଯାତ୍ରାରେ ପୁରୁଣା ସିନେମା ଥିମ୍, ଓଡ଼ିଆ ଅସ୍ମିତାର ଝଲକ ଦେଖିବେ ଦର୍ଶକ - BALI YATRA 2024

ଚଳିତ ବର୍ଷ ଐତିହାସିକ ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ପାଲଟିବ ଓଡ଼ିଆ ଚଳଚ୍ଚିତ୍ର । ଦର୍ଶକ ଦେଖିବେ ପୁରୁଣା ହିଟ୍‌ ସିନେମା । ଚଳଚ୍ଚିତ୍ର ଦେବ ଓଡ଼ିଆ ଅସ୍ମିତାର ପରିଚୟ ।

Old Superhit Odia Film
Old Superhit Odia Film (ETV Bharat Odisha)
author img

By ETV Bharat Odisha Team

Published : Nov 3, 2024, 6:13 PM IST

କଟକ: ଏଥର ବାଲିଯାତ୍ରାରେ ଦର୍ଶକଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିବ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର । ହଜି ଯାଉଥିବା ପୁରୁଣା ଓଡ଼ିଆ ଚଳଚ୍ଚିତ୍ରକୁ ଲୋକାଭିମୁଖୀ କରାଇବ ଜିଲ୍ଲା ପ୍ରଶାସନ । ଓଡ଼ିଆ ସିନେମାକୁ ନେଇ ପ୍ରସ୍ତୁତ କରାଯାଇଛି ଥିମ୍ । ନୂଆ ପୀଢ଼ିଙ୍କୁ ପୂରଣା ସିନେମା ବିଷୟରେ ଜଣାଇବା ପାଇଁ ପ୍ରୟାସ କରାଯାଉଛି । ବାଲିଯାତ୍ରା ତଳ ପଡ଼ିଆ ଠାରେ ଥିବା କଟକ-ଇନ୍-କଟକ ପ୍ୟାଭିଲନ୍ ଠାରେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯିବ । ଏହାଦ୍ବାରା ଓଡ଼ିଆ ଫିଲ୍ମର ଗୁଣାତ୍ମକ ବୈଶିଷ୍ଟ୍ୟକୁ ଲୋକଲୋଚନକୁ ଆଣାଯାଇପାରିବ ।

Old Superhit Odia Film (ETV Bharat Odisha)

ପୂରୁଣା ଚଳଚ୍ଚିତ୍ର ଦେଖିବେ ଦର୍ଶକ:

ନଭେମ୍ବର ୧୫ରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା । ବଦଳିଯିବ ଖାଲି ପଡିଥିବା ବାଲିଯାତ୍ରା ପଡ଼ିଆର ରୂପରେଖ । ହଜାର ହଜାର ଦୋକାନ ବଜାର, ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଭିତରେ ଝଲସି ଉଠିବ ବାଲିଯାତ୍ରା ପଡିଆ । ଏହାରି ମଧ୍ୟରେ ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ସାଜିବ ତଳ ପଡ଼ିଆ ଠାରେ ଥିବା କଟକ-ଇନ୍-କଟକ । ଏଠାରେ ଚଳିତବର୍ଷ ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରଦର୍ଶିତ କରାଯିବ ଓଡ଼ିଆ ଚଳଚ୍ଚିତ୍ର । ପୂର୍ବରୁ ଗାଁ' ପରିବେଶ ଓ ଓଡ଼ିଆ ଘରର ପରମ୍ପରାକୁ ସ୍ଥାନିତ କରାଯାଇଥିବାବେଳେ ଚଳିତବର୍ଷ କିନ୍ତୁ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ତିଆରି ହୋଇଛି ଥିମ୍ । ଏହା ମାଧ୍ୟମରେ ପୁରୁଣାଠାରୁ ଆରମ୍ଭ କରି ବର୍ତ୍ତମାନର ଚଳଚ୍ଚିତ୍ର ଦେଖିପାରିବେ ଦର୍ଶକ । ପୁରୁଣା ଚଳଚ୍ଚିତ୍ରକୁ ଦର୍ଶକଙ୍କ ମନରେ ଉଜ୍ଜୀବିତ କରିବା ସହ ନୂଆ ପୀଢ଼ିର ଦର୍ଶକଙ୍କୁ ପୁରୁଣା ଚଳଚ୍ଚିତ୍ର ବିଷୟରେ ଜଣାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଏକ ପ୍ରୟାସ କରାଯାଇଛି ।

ପଦକ୍ଷେପକୁ ସିନେ ଅଭିନେତାଙ୍କ ସ୍ବାଗତ:

ବରିଷ୍ଠ କଳାକାର ପ୍ରଦ୍ୟୁମ୍ନ ଲେଙ୍କା କହିଛନ୍ତି, "ବାଲିଯାତ୍ରା ଆମ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର କଥା । ଏହାସହ ମନୋରଞ୍ଜନର ପୃଷ୍ଠଭୂମି । ବାଲିଯାତ୍ରାରେ ଚଳଚ୍ଚିତ୍ର ପ୍ରଦର୍ଶନ ହେବା ଏକ ସ୍ବାଗତଯୋଗ୍ୟ ପଦକ୍ଷପ । ମୋ ମତରେ, ଯେଉଁ ପୁରୁଣା ଚଳଚ୍ଚିତ୍ର ଗୁଡ଼ିକୁ ଦର୍ଶକ ଦେଖିନାହାନ୍ତି, ନୂଆ ପୀଢ଼ି ଯେଉଁ ଚଳଚ୍ଚିତ୍ର ଦେଖିବାର ସୁଯୋଗ ପାଇ ନାହାନ୍ତି, ଯଦି ସେହି ଚଳଚ୍ଚିତ୍ର ଗୁଡ଼ିକ ପ୍ରଦର୍ଶିତ ହେବ ତେବେ ସେମାନେ ବହୁତ ଖୁସି ହେବ । ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ମୃଣାଳ ସେନଙ୍କ ନିର୍ଦ୍ଦେଶିତ, ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ, ଭାନୁମତୀ ଦେବୀ, ମାଷ୍ଟର ମାଣିଆଙ୍କ ଅଭିନିତ 'ମାଟିର ମଣିଷ' ଭଳି ଖାଣ୍ଟି ଓଡ଼ିଆ ଚଳଚ୍ଚିତ୍ର ଦେଖିବାର ସୁଯୋଗ ପାଇଥିଲି । ବାଲିଯାତ୍ରାରେ ହିଁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବାର ସୁଯୋଗ ପାଇଥିଲି । ଯେଉଁ ପ୍ରଶାସନିକ ବ୍ୟବସ୍ଥା ଏପରି କାର୍ଯ୍ୟକ୍ରମ କରିବା ପାଇଁ ଚିନ୍ତା କରୁଛନ୍ତି ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷପ । ଯେଉଁମାନେ ଓଡ଼ିଆ ଚଳଚ୍ଚିତ୍ରଠାରୁ ଦୂରେଇ ଯାଇଛନ୍ତି ସେମାନେ ବାଲିଯାତ୍ରାରେ ଚଳଚ୍ଚିତ୍ର ଦେଖନ୍ତୁ।"

Old Superhit Odia Film
Old Superhit Odia Film (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ବାଲିଯାତ୍ରା ଦ୍ୱନ୍ଦ୍ୱ, ଉପର ପଡ଼ିଆରେ ବ୍ୟବସାୟ ହେବ କି ନାହିଁ ୪ରେ ନିଷ୍ପତ୍ତି

ଏହା ମଧ୍ୟ ପଢ଼ନ୍ତୁ...ଏଥର ଲଣ୍ଡନରେ ହେବ ବାଲିଯାତ୍ରା; ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଏହା ମଧ୍ୟ ପଢ଼ନ୍ତୁ...'ଦମନ'କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଭାବ ବିହ୍ୱଳ ହେଲେ ବାବୁସାନ, କହିଲେ ମୁଁ ନୁହେଁ... - Interview With Babushaan

ଓଡ଼ିଆ ଅସ୍ମିତାକୁ ରୁଦ୍ଧିମନ୍ତ କରିବା ପାଇଁ ପ୍ରୟାସ:

ଅନ୍ୟପଟେ ବାଲିଯାତ୍ରାରେ ଚଳଚ୍ଚିତ୍ର ପଦର୍ଶନ କରିବା ଯୋଜନାକୁ ସ୍ଵତନ୍ତ୍ର ଫୋକସ ଦେଇଛି କଟକ ଜିଲ୍ଲା ପ୍ରସାସନ । ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ କହିଛନ୍ତି, "ଚଳିତବର୍ଷ ଓଡ଼ିଆ ଅସ୍ମିତାକୁ ରୁଦ୍ଧିମନ୍ତ କରିବା ପାଇଁ ପ୍ରୟାସ କରୁଛୁ । ଓଡ଼ିଆ ସିନେମାର ଆରମ୍ଭରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଦର୍ଶନୀ କରିବୁ । ସେଥିରେ ସେତେବେଳର ବରିଷ୍ଠ ଅଭିନେତା, ପୂର୍ବରୁ ବ୍ୟବହୃତ ହେଉଥିବା ଯନ୍ତ୍ରପାତିକୁ ପ୍ରଦର୍ଶିତ କରିବୁ । ଦର୍ଶକଙ୍କ ପାଇଁ ଆମ୍ପି ଥିଏଟର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ପୂରୁଣା ହିଟ୍‌ ଚଳଚ୍ଚିତ୍ରକୁ ପ୍ରଦର୍ଶନ କରାଯିବା ପାଇଁ ଯୋଗାଯୋଗ କରୁଛୁ । ଏହାର ସମ୍ପୂର୍ଣ୍ଣ ଦାୟିତ୍ଵ ଏକ ଏଜେନ୍ସିକୁ ହସ୍ତାନ୍ତର କରାଯାଇଛି । ସେମାନେ ବିଭିନ୍ନ ପ୍ରଯୋଜନା ଓ ନିର୍ଦ୍ଦେଶନା ସଂସ୍ଥା ସହ ଯୋଗାଯୋଗ କରୁଛନ୍ତି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.