କଟକରେ ନିଆରା କାଳୀପୂଜା: କାନ୍ଧରେ ବସାଇ ମା'ଙ୍କୁ ମେଲାଣି, ଛିନ୍ନମସ୍ତା ରୂପରେ ପୂଜାର୍ଚ୍ଚନା - CUTTACK KALI PUJA

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 3, 2024, 4:32 PM IST

Updated : Nov 3, 2024, 6:16 PM IST

KALI PUJA 2024 : କଟକ: ସହରର ଅନେକ ମଣ୍ଡପରେ ପୂଜା ପାଉଛନ୍ତି ମା'କାଳୀ । ହେଲେ ଦୁଇଟି ଅଞ୍ଚଳରେ ରହିଛି ମା'ଙ୍କ ସ୍ୱତନ୍ତ୍ରତା । କଟକର 73ଟି ମଣ୍ଡପରେ ପୂଜା ପାଉଛନ୍ତି ମାଆ କାଳୀ । ବିଦ୍ୟାଧରପୁରରେ ୧୫୦୦ ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇଥିଲା ମା' କାଳୀଙ୍କ ପୂଜା । ଇତିହାସ କୁହେ ଯେ, ପ୍ରଭୁ ଶ୍ରୀଚୈତନ୍ୟଙ୍କ କଟକ ଆଗମନ ସମୟରେ ମା'ଙ୍କ ପୂଜକ ବିଶେଶ୍ୱର ଚାଟାର୍ଜୀ ତାଙ୍କ ସହ ବିଦ୍ୟାଧରପୁରକୁ ଆସିଥିଲେ । ସେ ସାଥୀରେ ଆଣିଥିବା ମା'ଙ୍କ ଖଡଗ, ମୂର୍ତ୍ତି ଓ ଘଟକୁ ବିଦ୍ୟାଧରପୁର କାଳୀ ମନ୍ଦିର ନିକଟସ୍ଥ ଏକ ଗଛ ମୂଳରେ ମୂର୍ତ୍ତି ପ୍ରତିଷ୍ଠା କରି ପୂଜାର ମୂଳଦୁଆ ପକାଇଥିଲେ। ସମୟ କ୍ରମେ ଚାଳଘରେ କାଳୀଙ୍କ ପୂଜା ହୋଇଆସୁଥିଲା । ୧୯୯୮ ପରଠୁ କୋଠା ଘରେ ମା'ଙ୍କ ମୂର୍ତ୍ତି ପୂଜା ପାଉଛନ୍ତି । 

ପୂର୍ବରୁ ଏଠାରେ ଛାଗ ବଳି ଦିଆଯାଉଥିଲା । ଦୀର୍ଘ ୧୮ ବର୍ଷ ଧରି ବଳି ପ୍ରଥା ବନ୍ଦ ରହିଥିବାବେଳେ ମାନସିକଧାରୀମାନେ ବୋଦାକୁ କେବଳ ଉତ୍ସର୍ଗ କରି ଛାଡ଼ି ଦେଉଛନ୍ତି । ବର୍ତ୍ତମାନ ମନ୍ଦିରରେ କୁଷ୍ମାଣ୍ଡ ବା ପାଣିକଖାରୁ ବଳି ଦିଆଯାଉଛି। ପ୍ରତି ପୀଠରେ ଗୋଟିଏ ଦିନ ମା'ଙ୍କୁ ଆବାହନ କରାଯାଇ ବିସର୍ଜନ କରାଯାଏ । ଏଠାକାର ପୂଜା ବିଧି କିନ୍ତୁ ସମ୍ପୂର୍ଣ୍ଣ ଅଲଗା । ମା'ଙ୍କ ନିକଟରେ ଅଧିଆ ପଡ଼ି ଏଠାରେ ୪ ଦିନ ଧରି ପୂଜା କରିବା ଲାଗି ବିଧି କେଉଁ କାଳରୁ ରହିଆସିଛି । ମାଆଙ୍କୁ ବିସର୍ଜନ ସମୟରେ ଶ୍ରଦ୍ଧାଳୁ ଭକ୍ତମାନେ କାନ୍ଧରେ ବିସର୍ଜନ କରିବାକୁ ନେଇଥାନ୍ତି । ବିଶ୍ୱାସ ରହିଛି ମା'ଙ୍କର ଖପର ପାଣି ପିଇବା ଦ୍ଵାରା ଝାଡ଼ା ଓ ବାନ୍ତି ରୋଗରୁ ମୁକ୍ତି ମିଳିଥାଏ । ତେବେ ଯେପରି ପୂଜା ସେହିପରି ନିଆରା ଢ଼ଙ୍ଗରେ ମେଲାଣି ମଧ୍ୟ ନିଅନ୍ତି ମାଆ । 

ଦ୍ୱିତୀୟରେ ରହିଛନ୍ତି ମାଆ ଛିନ୍ନମସ୍ତା କାଳୀ । ମା' କାଳୀଙ୍କର ଏକ ବିଶେଷ ରୂପ ହେଉଛି ଛିନ୍ନମସ୍ତା । ଓଡ଼ିଶା ମଧ୍ୟରେ କଟକର ବାଖରାବାଦ୍ ପୂଜା ମଣ୍ଡପଠାରେ ହିଁ ପୂଜା ପାଆନ୍ତି ମା' ଛିନ୍ନମସ୍ତା । ମାଆଙ୍କ ଏହି ରୂପକୁ ନେଇ ପୌରାଣିକ ଉପାଖ୍ୟାନ ରହିଛି । ମା' ଡାକିନୀ ଶାକିଂନୀ ନାମରେ ମଧ୍ୟ ପରିଚିତ । କାମପିଡୀତା ମା'ଙ୍କ ବର୍ଣ୍ଣ ସେତେବେଳେ କୃଷ୍ଣାଙ୍ଗରେ ରୂପାନ୍ତରିତ ହୋଇଥିଲା ବୋଲି ପୌରାଣିକ କଥା ରହିଛି । ବାରମ୍ବାର ଭୋଜନ ପାଇଁ ସଖୀ ଜୟା ବିଜୟା ପ୍ରାର୍ଥନା କରିବାରୁ ମା ପାର୍ବତୀ ସ୍ଵୟଂ ନିଜର ସିରକୁ ଛେଦନ କରି ବାମ ହାତରେ ଧାରଣ କଲେ । ସେହି ମସ୍ତକ ଛିନ୍ନ ଶରୀରର ଗ୍ରିବାପ୍ରଦେଶ ଅର୍ଥାତ୍ ବେକରୁ ୩ ଟି ସୋଧିତ ଧାରା ପ୍ରବାହିତ ଧାରା ହେଲା । 

ଏହା ମଧ୍ୟ ପଢନ୍ତୁ ....ଭଦ୍ରକାଳୀଙ୍କ ମହାକାଳୀ ବେଶ, ଭକ୍ତଙ୍କୁ ଶାନ୍ତ ରଖିବାକୁ ମାଆଙ୍କ ଉଗ୍ରରୂପ 

ଇଟିଭି ଭାରତ, କଟକ

Last Updated : Nov 3, 2024, 6:16 PM IST

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.