ଓଡିଶା

odisha

ETV Bharat / snippets

ସଂସଦରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗ; 6 ଅଭିଯୁକ୍ତଙ୍କ ବିରୋଧରେ UAPA ମାମଲା

By ETV Bharat Odisha Team

Published : Jun 7, 2024, 10:35 PM IST

PARLIAMENT SECURITY BREACH CASE
PARLIAMENT SECURITY BREACH CASE (ETV Bharat)

ନୂଆଦିଲ୍ଲୀ:ସଂସଦ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ଆଜି ଦିଲ୍ଲୀ ପୋଲିସ ପଟିଆଲା ହାଉସ କୋର୍ଟରେ 1000ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । ଶୁଣାଣି ସମୟରେ ଦିଲ୍ଲୀ ପୋଲିସ ପକ୍ଷରୁ ଆଇନଜୀବୀ ପ୍ରତାପ ସିଂ IPC ଧାରା 186 ଓ ୟୁଏପିଏ ଧାରା 13 ଅନୁଯାୟୀ ମାମଲା ରୁଜୁ କରିବାକୁ କୋର୍ଟଙ୍କୁ କହିଥିଲେ । ଏହାପରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆସନ୍ତା ଜୁଲାଇ 15ତାରିଖ ପର୍ଯ୍ୟନ୍ତ ସମସ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି । ଅଭିଯୁକ୍ତ ମନୋରଞ୍ଜନ ଡି, ଲଲିତ ଝା, ଅମୋଲ ସିନ୍ଦେ, ମହେଶ କୁମାୱତ, ସାଗର ଶର୍ମା ଓ ନିଲମ ଆଜାଦଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ 15ରେ ହେବ । 2023 ଡିସେମ୍ବର 13ତାରିଖରେ ଘଟିଥିଲା ଏହି ଘଟଣା ।

ଏହା ବି ପଢନ୍ତୁ-ସଂସଦରେ ବିଭ୍ରାଟ ଘଟଣା, କେଉଁଠି ଧୂଆଁ କ୍ୟାନ୍‌ ଲୁଚାଇଥିଲେ ଅଭିଯୁକ୍ତ ?

ABOUT THE AUTHOR

...view details