ETV Bharat / technology

ବଢୁଛି ବିଶ୍ବ ତାପମାତ୍ରା; 2024 ହୋଇପାରେ ରେକର୍ଡରେ ସବୁଠାରୁ ଉତ୍ତପ୍ତ ବର୍ଷ - HOTTEST YEAR ON RECORD

ସବୁଠୁ ଉତ୍ତପ୍ତ ବର୍ଷ ଭାବେ ରେକର୍ଡ ଭାଙ୍ଗିବ 2024 । ବିଶ୍ବ ତାପମାତ୍ରା ନେଇ ବଢିଲା ଚିନ୍ତା । ସୂଚାଇ ଦେଲା ବିଶ୍ବ ପାଣିପାଗ ସଂଗଠନ (WMO) । ଅଧିକ ପଢନ୍ତୁ

Mountain Fire near Camarillo, Calif
Mountain Fire near Camarillo, Calif (AP Photo)
author img

By ETV Bharat Tech Team

Published : Nov 14, 2024, 12:40 PM IST

ହାଇଦ୍ରାବାଦ: ଦିନକୁ ଦିନ ଜଟିଳ ସ୍ଥିତିରେ ପହଞ୍ଚିଛି ବିଶ୍ବ ତାପମାତ୍ରା । ଖାଲି କଥାରେ ଯେପରି 6ଟି ଋତୁ ରହିଯାଇଛି । ଛଅ ଋତୁରାଣୀଙ୍କୁ କେହି ଅନୁଭବ କରିପାରୁନାହାନ୍ତି । ବର୍ଷ ସାରା ଯେପରି ଗୋଟିଏ ଋତୁ ଗ୍ରୀଷ୍ମ ରାଜ୍‌ କରୁଛି । ମଝିରେ ମଝିରେ ଅଦିନିଆ ଭଳି କିଛି ସମୟ ପାଇଁ ବର୍ଷା ଓ ଶୀତ ଅନୁଭୂତ ହେଉଛି । ଲାଗୁଛି ଏପରି ସମୟ ଆସିବ ଆଗାମୀ ପିଢି ଗୋଟିଏ ଋତୁ ଗ୍ରୀଷ୍ମକୁ ଚିହ୍ନିବେ, ଆଉ 5ଟି ଋତୁ ଇତିହାସ ହୋଇଯିବ । ଏହାରି ଭିତରେ ବିଶ୍ବ ପାଣିପାଗ ସଂଗଠନ(WMO) ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛି ।

ଗୋଟିଏ ପିଢିରେ ଜଳବାୟୁ ପରିବର୍ତ୍ତନର ତୀବ୍ର ବେଗରେ ବଢିବାକୁ ନେଇ ବିଶ୍ବ ପାଣିପାଗ ସଂଗଠନ ରେଡ୍ ଆଲର୍ଟ ଜାରି କରିଛି । ଚଳିତ ବର୍ଷ 2024 ରେକର୍ଡର ସବୁଠାରୁ ଉତ୍ତପ୍ତ ବର୍ଷ ହେବାକୁ ଆଉ ଅଧିକ ସମୟ ନାହିଁ ବୋଲି ସଂଗଠନ ସାରା ବିଶ୍ବବାସୀଙ୍କୁ ସୂଚାଇ ଦେଇଛି । ଏଣୁ ସଂଗଠନ ଗ୍ରୀନ ହାଉସ ଗ୍ୟାସ ନିର୍ଗମନକୁ ରୋକିବା ଦିଗରେ ଗୁରୁତ୍ବ ଦେବାକୁ କହିଛି ।

Celeste Saulo
WMO ସେକ୍ରେଟେରୀ ଜେନେରାଲ୍ ସେଲଷ୍ଟେ ସାଉଲୋ (AP Photo)

ରିପୋର୍ଟ ଅନୁଯାୟୀ ପୂର୍ବ ୟୁରୋପ ଏବଂ ପଶ୍ଚିମ ଏସିଆ ସୀମାବର୍ତ୍ତୀ ଦେଶ ଆଜେରବୈଜାନ (Azerbaijan)ର ବାକୁ ଠାରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ COP29ର ପ୍ରଥମ ଦିନରେ ଏହି ଆଲର୍ଟ ଜାରି କରାଯାଇଛି । ଜାନୁୟାରୀରୁ ସେପ୍ଟେମ୍ବର 2024 ମଧ୍ୟରେ ବିଶ୍ବର ହାରାହାରି ଭୂପୃଷ୍ଠର ତାପମାତ୍ରା 1.54 ଡିଗ୍ରୀ ସେଲସିୟସ୍ (0.13 ଡିଗ୍ରୀ ଅନିଶ୍ଚିତତା ସହିତ) ଏକ ଉଷ୍ମ ଏଲ୍ ନିନୋ (ଏଲ୍ ନିନୋ ପ୍ରଶାନ୍ତ ମହାସାଗରରେ ପ୍ରତି ୨ବର୍ଷରୁ ୭ ବର୍ଷ ବ୍ୟବଧାନରେ ଘଟିଥାଏ, ଯାହାଦ୍ବାରା ପାଣିପାଗ ଉପରେ ବ୍ୟାପକ ଭାବରେ ପଡେ) ବୃଦ୍ଧି ପାଇଛି ।

ଏହା ବି ପଢନ୍ତୁ
  1. ଚିଲିକାରୁ ଭିତରକନିକା, ବିହଙ୍ଗ ଭୂସ୍ବର୍ଗକୁ ଏବେ ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ସଙ୍କଟ
  2. ଜଙ୍ଗଲ କ୍ଷୟ ପାଲଟିଛି ଜଳବାୟୁ ପରିବର୍ତ୍ତନର କାରଣ: ପରିବେଶବିତ

WMO ସେକ୍ରେଟେରୀ ଜେନେରାଲ୍ ସେଲଷ୍ଟେ ସାଉଲୋ ସ୍ପଷ୍ଟ କରିଛନ୍ତି ଯେ ମାସିକ ଏବଂ ବାର୍ଷିକ ଉତ୍ତାପରେ 1.5 ଡିଗ୍ରୀ ସେଲିସିୟସରୁ ଅସ୍ଥାୟୀ ଅତିକ୍ରମ କରିବା ଅର୍ଥ ନୁହେଁ ଯେ ପ୍ୟାରିସ୍ ଚୁକ୍ତିନାମା ଲକ୍ଷ୍ୟ ବିଫଳ ହୋଇଛି, କାରଣ ଏହା ଦୀର୍ଘ ଦଶନ୍ଧି ଧରି ହାରାହାରି ତାପମାତ୍ରା ଉପରେ ଧ୍ୟାନ ଦେଇଥାଏ । ସେ କହିଛନ୍ତି ଯେ ଏଲ୍ ନିନୋ ଏବଂ ଲା ନିନୋ ପରି ଜଳବାୟୁ ଢାଞ୍ଚା ଯୋଗୁଁ ଜଳବାୟୁରେ ବହୁ ପରିବର୍ତ୍ତନ ଆସିବା ପରେ । ସାଉଲୋ ଗୁରୁତ୍ବାରୋପ କରିଛନ୍ତି ଯେ ଉତ୍ତାପର ଏକ ଡିଗ୍ରୀର ପ୍ରତ୍ୟେକ ଭଗ୍ନାଂଶ ମହତ୍ତ୍ବପୂର୍ଣ୍ଣ, କାରଣ ପ୍ରତ୍ୟେକ ବୃଦ୍ଧି ଜଳବାୟୁ ଉପରେ ପ୍ରଭାବ ଏବଂ ବିପଦକୁ ବଢାଇଥାଏ ।

ସେ ଆହୁରି କହିଛନ୍ତି ଯେ ରେକର୍ଡ ଭଙ୍ଗା ବର୍ଷା, ବନ୍ୟା, ବାତ୍ୟା, ଅସହ୍ୟ ଗରମ, ମରୁଡି, ଜଙ୍ଗଲ ନିଆଁ ଆମକୁ ସୂଚାଇ ଦେଉଛି କିପରି ଭାବେ ବିଶ୍ବ ତାପମାତ୍ରା ବୃଦ୍ଧି ପାଉଛି । ଏଣୁ ଏବେ ଜରୁରୀ ହୋଇପଡ଼ିଛି ଗ୍ରୀନ ହାଉସ ଗ୍ୟାସ ନିର୍ଗମନକୁ ରୋକିବା ଓ ପରିବର୍ତ୍ତିତ ଜଳବାୟୁକୁ ମନିଟର୍‌ କରିବା ସହ ବୁଝିବା । ଏହି ରିପୋର୍ଟ ସମସ୍ତ ବିଶ୍ବବାସୀଙ୍କ ପାଇଁ ଆଗୁଆ ସତର୍କ ଘଣ୍ଟି ବୋଲି ସେ କହିଛନ୍ତି ।

ରିପୋର୍ଟର ହାଇଲାଇଟ୍ସ ଉପରେ ନଜର ପକାନ୍ତୁ:-

  • ବିଶ୍ବ ତାପମାତ୍ରା:- 2024 ଉତ୍ତପ୍ତ ବର୍ଷ ଭାବରେ 2023 ଅତିକ୍ରମ କରିବାକୁ ଯାଉଛି କାରଣ ବିଶ୍ବର ହାରାହାରି ତାପମାତ୍ରା କ୍ରମାଗତ 16 ମାସ (ଜୁନ 2023ରୁ ସେପ୍ଟେମ୍ବର 2024) ମଧ୍ୟରେ ପୂର୍ବ ରେକର୍ଡଗୁଡିକ ଅତିକ୍ରମ କରିଛି ।
  • ଗ୍ରୀନ ହାଉସ ଗ୍ୟାସ:- ଗ୍ରୀନ ହାଉସ୍ ଗ୍ୟାସ 2023ରେ ରେକର୍ଡ ସ୍ତରରେ ପହଞ୍ଚିଥିଲା ​​ଏବଂ 2024ରେ ବୃଦ୍ଧି ପାଇବାକୁ ଲାଗିଛି କାରଣ ଅଙ୍ଗାରକାମ୍ଳ ଏକାଗ୍ରତା 1750 ମସିହାରେ 278ppmରୁ 2023 ମସିହାରେ 420 ppmକୁ ଆସି 51% ବୃଦ୍ଧି ପାଇଛି ।
  • ସାମୁଦ୍ରିକ ତାପମାତ୍ରା:- 2023 ରେ ମହାସାଗରର ଉତ୍ତାପ ରେକର୍ଡରେ ସର୍ବାଧିକ ଥିଲା । 2024ରେ ସମାନ ସ୍ତର ଥିଲା । ବିଗତ ଦୁଇ ଦଶନ୍ଧି ମଧ୍ୟରେ ମହାସାଗରର ଉତ୍ତାପ ଯଥେଷ୍ଟ ବୃଦ୍ଧି ପାଇଛି । 2005ରୁ 2023 ପର୍ଯ୍ୟନ୍ତ ପ୍ରତିବର୍ଷ ସମୁଦ୍ର ପ୍ରତି ଘଣ୍ଟାକୁ ହାରାହାରି 3.1 ନିୟୁତ ଟେରାୱାଟ(TWh) ଉତ୍ତାପ ଗ୍ରହଣ କରିଥିଲା ।
  • ସମୁଦ୍ରର ଜଳସ୍ତର ବୃଦ୍ଧି:- ଗ୍ଲାସିୟର ତରଳୁଥିବାରୁ ସମୁଦ୍ର ପତ୍ତନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । 2014-2023 ମଧ୍ୟରେ ବିଶ୍ବର ହାରାହାରି ସମୁଦ୍ର ପତ୍ତନ ବର୍ଷକୁ 4.77 ମିଲିମିଟରରେ ବୃଦ୍ଧି ପାଇଛି, ଯାହା 1993-2002 ଠାରୁ ଦୁଇଗୁଣ ଅଧିକ ।
  • ପାଣିପାଗ ଏବଂ ଜଳବାୟୁ:- ଖରାପ ପାଣିପାଗ ଏବଂ ଜଳବାୟୁ ଅତ୍ୟଧିକ ସ୍ଥାୟୀ ବିକାଶକୁ ଦୁର୍ବଳ କରିଦେଇଛି । ଖାଲି ସେତିକି ନୁହେଁ ଖାଦ୍ୟ ନିରାପତ୍ତାକୁ ଜଟିଳ କରିଥିବା ବେଳେ ବିସ୍ଥାପନ ଓ ସ୍ଥାନାନ୍ତରଣକୁ ବଢାଇ ଦେଇଛି । ଫଳରେ ଅସହ୍ୟ ଗରମ, ପ୍ରବଳ ବର୍ଷା, ବନ୍ୟା ଏବଂ ମରୁଡ଼ି ଯୋଗୁଁ ବହୁ ଲୋକଙ୍କ ମୃତ୍ୟୁ ଓ କ୍ଷତି ସହୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.