ହାଇଦ୍ରାବାଦ: ରଣଭୀର ସିଂ ଏବଂ ଦୀପିକା ପାଦୁକୋନ ଆଜି ସେମାନଙ୍କର 6ଷ୍ଠ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଦୀପଭୀର 14 ନଭେମ୍ବର 2018 ରେ ବିବାହ କରିଥିଲେ ଏବଂ 2024 ରେ ଅର୍ଥାତ୍ ଆଜି ସେମାନଙ୍କର ବିବାହର 6 ବର୍ଷ ପୂରଣ କରିଛନ୍ତି । ଏଥିସହ ଚଳିତ ବର୍ଷ ଉଭୟ ପ୍ରଥମ ସନ୍ତାନର ପିତାମାତା ହୋଇଥିବା ବେଳେ ଏହି ବିବାହ ବାର୍ଷିକୀ ଉଭୟହ୍କ ପାଇଁ ବେଶ ସ୍ୱତନ୍ତ୍ର ରହିଛି। ତେବେ ଏହି ଅବସରରେ ରଣଭୀର ସିଂ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଛନ୍ତି ଏବଂ ଦୀପିକାଙ୍କୁ ତାଙ୍କ ବିବାହ ବାର୍ଷିକୀରେ ଶୁଭେଚ୍ଛା ଜଣାଇଛନ୍ତି ।
ଦୀପିକାଙ୍କୁ ବିବାହ ବାର୍ଷିକୀ ଶୁଭେଚ୍ଛା ଜଣାଇଲେ ରଣଭୀର
ରଣଭୀର ସିଂ ଦୀପିକାଙ୍କୁ ତାଙ୍କ ବିବାହ ବାର୍ଷିକୀରେ ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି । ଅଭିନେତା ନିଜ ଇନଷ୍ଟାଗ୍ରାମରେ ଦୀପିକାଙ୍କ ଅନେକ ଫଟୋ ସେୟାର କରିଛନ୍ତି । ଏଥିରେ ତାଙ୍କ ଗର୍ଭଧାରଣ ଫଟୋସୁଟର ଫଟୋ ମଧ୍ୟ ଅନ୍ତର୍ଭୁକ୍ତ । ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ପ୍ରତ୍ୟେକ ଦିନ ପତ୍ନୀଙ୍କୁ ପ୍ରଶଂସା କରିବାର ଦିନ କିନ୍ତୁ ଆଜି ଅଧିକ ସ୍ୱତନ୍ତ୍ର । ଶୁଭ ବିବାହ ବାର୍ଷିକୀ ଦୀପିକା ପାଦୁକୋନ, ମୁଁ ତୁମକୁ ଭଲ ପାଏ । ରଣଭୀରଙ୍କ ଏହି ପୋଷ୍ଟରେ ଫ୍ୟାନ୍ସ ପସନ୍ଦ କରିବା ସହ ଦୀପଭୀରଙ୍କୁ ତାଙ୍କ ବିବାହ ବାର୍ଷିକୀ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଜଣେ ଲେଖିଛନ୍ତି, 'ମୋର ପ୍ରିୟ ଦମ୍ପତି, ବିବାହ ବାର୍ଷିକୀ ବହୁତ ଖୁସି ।' ଆଉ ଜଣେ ଲେଖିଛନ୍ତି, 'ଶୁଭ ବାର୍ଷିକୀ ଦୀପିକା ରଣଭୀର, ସର୍ବଦା ଖୁସି ରୁହ ।'
ଏହା ମଧ୍ୟ ପଢନ୍ତୁ: ଝିଅର ଏହି ନାଁ ରଖିଲେ ଦୀପଭୀର, କ୍ୟୁଟ୍ ଫଟୋ ସେୟାର କରି ଦେଖାଇଲେ ବେବିର ଝଲକ
ରାମଲୀଲା ସେଟରୁ ଆରମ୍ଭ ହୋଇଥିଲା ପ୍ରେମ
2012 ଚଳଚ୍ଚିତ୍ର 'ଗୋଲିଆନ କି ରାସଲିଲା-ରାମଲିଲା'ରେ ରଣଭୀର ଏବଂ ଦୀପିକା ପରସ୍ପରର ପ୍ରେମରେ ପଡିଥିଲେ । ଏହା ଉଭୟଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା । 6 ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ 2018 ରେ ବିବାହ କରିଥିଲେ । ସେମାନେ ନଭେମ୍ବର 14 ରେ ଇଟାଲୀର ହ୍ରଦ କୋମୋରେ ଥିବା କୋଙ୍କଣ୍ଣି ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ବିବାହର 6 ବର୍ଷ ପରେ, ସେମାନେ ଝିଅ ଜନ୍ମ ଦେଇଥିଲେ । ଯାହାଙ୍କ ନାଁ ଦୁଆ ପାଦୁକୋନ ସିଂ ।
ଏହା ମଧ୍ୟ ପଢନ୍ତୁ: ଦୀପିକା ପାଦୁକୋନଙ୍କ ସହ ଫିଲ୍ମ କରିବେ ରୋହିତ ଶେଟ୍ଟୀ, 'ଲେଡି ସିଙ୍ଘମ' ସହ କରିବେ ଧମାକା
ଦୀପଭୀରଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, ଉଭୟ ରଣଭୀର ଏବଂ ଦୀପିକା ରୋହିତ ଶେଟ୍ଟୀଙ୍କ ରିଲିଜ ଫିଲ୍ମ 'ସିଙ୍ଘମ ଏଗେନ'ରେ ପରଦାରେ ଏକାଠି ନଜର ଆସିଛନ୍ତି । ରଣଭୀର ସିମ୍ବାଙ୍କ ଭୂମିକାରେ ଅଭିନୟ କରିଛନ୍ତି । ସେହିପରି ଦୀପିକା 'କପ ୟୁନିଭର୍ସ'ର ପ୍ରଥମ ମହିଳା ପୋଲିସ ଅଧିକାରୀ ଶକ୍ତି ଶେଟ୍ଟୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ନଭେମ୍ୱର 1ରେ ରିଲିଜ ହୋଇସାରିଛି । ବର୍ତ୍ତମାନ ପ୍ରେକ୍ଷାଳୟରେ ଫିଲ୍ମ ଜାରି ରହିଥିବା ବେଳେ ବାରତରେ 200 କୋଟିରୁ ଅଧିକ ଏବଂ ବିଶ୍ୱରେ 300 କୋଟି ଆୟ କରି ସଫଳତା ହାସଲ କରିଛି ।