ETV Bharat / state

ଗଡୁନି LAccMI ବସ୍, ଆନ୍ଦୋଳନରେ ଡ୍ରାଇଭର, ଯାତ୍ରୀ ହନ୍ତସନ୍ତ - LACCMI BUS DRIVERS STRIKE

କଟକରେ ଲକ୍ଷ୍ମୀ ବସ୍ (LAccMI) ଡ୍ରାଇଭରଙ୍କ ଆନ୍ଦୋଳନ । ଜିଲ୍ଲାର ୧୪ ବ୍ଲକରେ ଯାତ୍ରୀଙ୍କ ଯାତାୟତରେ ସମସ୍ୟା ।

LAccMI bus driver protest
LAccMI bus driver protest (ETV Bharat Odisha)
author img

By ETV Bharat Odisha Team

Published : Nov 14, 2024, 1:23 PM IST

Updated : Nov 14, 2024, 1:36 PM IST

ନିଆଳି(କଟକ): ବିଭିନ୍ନ ଦାବି ନେଇ 'ଲକ୍ଷ୍ମୀ ବସ' ଡ୍ରାଇଭରଙ୍କ ଆନ୍ଦୋଳନ । ଫଳରେ କଟକ ଜିଲ୍ଲାରେ ବସ ଚଳାଚଳ ବନ୍ଦ ରହିଛି । ଯେଉଁଥିପାଇଁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଆଜିଠାରୁ ବସ ଡ୍ରାଇଭରମାନେ ବିଭିନ୍ନ ରୁଟ୍ ଦେଇ ଯାଉଥିବା 'ଲକ୍ଷ୍ମୀ ବସ' ଚଳାଚଳ ବନ୍ଦ କରିଛନ୍ତି ।

LAccMI bus driver protest (ETV Bharat Odisha)

'ଲକ୍ଷ୍ମୀ ବସ' ଚଳାଚଳ ବନ୍ଦ:
ମିଳିଥିବା ସୂଚନା ଅନୁସାରେ, କଟକ ନିଆଳି ବ୍ଳକ ଅଞ୍ଚଳରେ ଲକ୍ଷ୍ମୀ ବସରେ କାର୍ଯ୍ୟରତ ବସ ଡ୍ରାଇଭର ଶ୍ରୀଧର ରାଉତ କହିଛନ୍ତି," କଟକ ଜିଲ୍ଲାରେ ୧୪ଟି ବ୍ଲକ ଅଞ୍ଚଳରେ ଆଜିଠାରୁ ବସ ଚଳାଚଳ ବନ୍ଦ କରାଯାଇଛି । ଡ୍ରାଇଭରମାନଙ୍କ ମାସିକ ଦରମା ପ୍ରତି ମାସ ୯ ତାରିଖରେ ମିଳିବା କଥା । ଯାହା ଏପର୍ଯ୍ୟନ୍ତ ମିଳିନାହିଁ । ଫଳରେ ଆମେ ବହୁ ହଇରାଣ ହେଉଛୁ । ଆମର ବିଭିନ୍ନ ଦାବିକୁ 'ଲକ୍ଷ୍ମୀ ବସ' ଠିକା ସଂସ୍ଥାକୁ ଜଣାଇଛୁ । କିନ୍ତୁ ଦାବି ପୂରଣ ହେଉନାହିଁ । ଆମେ ବସ ଚଳାଉଛୁ ବୋଲି ମଧ୍ୟ କୌଣସି ପ୍ରମାଣପତ୍ର ଦିଆଯାଇନାହିଁ । ଯଦି କିଛି ଅସୁବିଧା ସୁବିଧା ହୋଇଗଲା ଆମ ପିଲାଛୁଆଙ୍କୁ ଦେଖିବ କିଏ ? ଯେତିକି ଦରମା ମିଳୁଛି ସେତିକିରେ ଗୁଜୁରାଣ ମେଣ୍ଟୁନାହିଁ । ୬ ମାସ ତଳେ ଠିକା ସଂସ୍ଥା କହିଥିଲା ଦରମା ବଢାଇବ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଦାବି ପୂରଣ କରିନାହିଁ । ଆମେ ବାଧ୍ୟ ହୋଇ କଟକ ଜିଲ୍ଲାର ବିଭିନ୍ନ ରୁଟରେ ଲକ୍ଷ୍ମୀ ବସ ଚଳାଚଳ ବନ୍ଦ କରିଛୁ ।"

LAccMI Bus Drivers Stage Protest
LAccMI Bus Drivers Stage Protest (ETV Bharat Odisha)

ଏହା ବି ପଢନ୍ତୁ... ବିଧାନସଭାରେ ଉଠିଲା ଲକ୍ଷ୍ମୀ ବସ୍‌ ପ୍ରସଙ୍ଗ: ଲାଭ-କ୍ଷତି ହିସାବ ମାଗିଲେ ବିଧାୟକ, ଉତ୍ତର ରଖିଲେ ପରିବହନ ମନ୍ତ୍ରୀ - Laccmi bus scheme

ଏହା ବି ପଢନ୍ତୁ...ଗଡ଼ିବନି ବସ, ଆନ୍ଦୋଳନ ଡାକରା ଦେଲା ଘରୋଇ ବସ ମାଲିକ ସଂଘ - Private Bus Strike

ଦରମା ମିଳୁନଥିବା ଅଭିଯୋଗ:
ଆଉ ଜଣେ ଲକ୍ଷ୍ମୀ ବସ ଡ୍ରାଇଭର ସଞ୍ଜୟ ମଲ୍ଲିକ କହିଛନ୍ତି," ଆମେ ଲକ୍ଷ୍ମୀ ବସରେ ଚାକିରି କରୁଛୁ ‌ । ଆମକୁ ଏହି ମାସରେ ଦରମା ମିଳିନାହିଁ । ଆମ ପିଲା ଛୁଆ ଉପାସରେ । ଯେଉଁ ୧୩ ହଜାର ୫୦୦ ଟଙ୍କା ଦରମା ମିଳୁଛି ଏଥିରେ ନିଜ ଖର୍ଚ୍ଚ, ଘର ଖର୍ଚ୍ଚ ମଧ୍ୟ ହୋଇପାରୁନାହିଁ । ସରକାରଙ୍କ ଉପରେ ଭରସା କରି କମ୍ ଟଙ୍କାରେ କାମ କରୁଛୁ । କିନ୍ତୁ ଆଜି ପର୍ଯ୍ୟନ୍ତ ଆମମାନଙ୍କ ଅସୁବିଧା ଦୂର ହେଉନାହିଁ । ଡ୍ରାଇଭର ନିଯୁକ୍ତି ପତ୍ର, ପରିଚୟ ପତ୍ର, ସ୍ବାସ୍ଥ୍ୟ କାର୍ଡ ଓ ଦରମା ବୃଦ୍ଧି ଦାବି ପୂରଣ ପାଇଁ ଲିଖିତ ଭାବେ ଜଣାଇଲା ପରେ ବି ଠିକା ସଂସ୍ଥା ଅଭିଯୋଗ ଶୁଣୁନାହିଁ । ଏଥିପାଇଁ ଆମେ ଆଜିଠାରୁ କଟକ ଜିଲ୍ଲାର ୧୪ଟି ବ୍ଲକ ଅଞ୍ଚଳରେ ଲକ୍ଷ୍ମୀ ବସ ଚଳାଚଳ ବନ୍ଦ କରିଛୁ । ସରକାର ଆମ ଦାବି ପୂରଣ କଲେ ଗାଡି ଚଳାଇବୁ ।"

ଅସୁବିଧାର ସମ୍ମୁଖୀନ ଯାତ୍ରୀ :
ଯାତ୍ରୀ ସୌଦାମିନୀ ରାୟ କହିଛନ୍ତି," ଲକ୍ଷ୍ମୀ ବସ ଚଳାଚଳ ଯୋଗୁଁ ଆମମାନଙ୍କୁ ବିଭିନ୍ନ ଯାଗାକୁ ଯିବା ଆସିବା ସୁବିଧା ହେଉଥିଲା । ଆଜି ହଠାତ ବସ ବନ୍ଦ ଯୋଗୁଁ ଆମେ ହଇରାଣ ହେବା ସହିତ ଅଟୋ ଭଡା କରି କାର୍ଯ୍ୟସ୍ଥଳକୁ ଯିବା ପାଇଁ ବାଧ୍ୟ ହେଉଛୁ । ବସ ଡ଼୍ରାଇଭରମାନଙ୍କ ବିଭିନ୍ନ ଦାବି ରାଜ୍ୟ ସରକାର ତୁରନ୍ତ ପୂରଣ କରନ୍ତୁ ।"

ଏହା ମଧ୍ୟ ପଢନ୍ତୁ: ଗଡୁନି ଲକ୍ଷ୍ମୀ ବସ, ପଡି ପଡି ଖତ ଖାଉଛି; ଦେଖନ୍ତୁ ଗ୍ରାଉଣ୍ଡ ରିପୋର୍ଟ

ଇଟିଭି ଭାରତ, ନିଆଳି

Last Updated : Nov 14, 2024, 1:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.