ଓଡିଶା

odisha

By ETV Bharat Odisha Team

Published : May 19, 2024, 9:27 PM IST

ETV Bharat / videos

ବୌଦ୍ଧ ପାଇଁ ଗୌରବ ଆଣିଲେ ବାଦଲ, ଆନ୍ତର୍ଜାତିକ ଚାମ୍ପିଅନସିପ ପାଇଁ ଯିବେ ଇଣ୍ଡୋନେସିଆ - Young Body Builder Badal

Young Body Builder Badal: ବୌଦ୍ଧ: ଜିଲ୍ଲା ପାଇଁ ଗର୍ବ ଆଣିଲେ ବାଦଲ । ବଡ଼ି ବିଲଡିଂରେ ବୌଦ୍ଧ ଜିଲ୍ଲା ସରସରା ଗ୍ରାମର ବାଦଲ ବେହେରା ସାରା ଦେଶରେ ରେକର୍ଡ଼ ସୃଷ୍ଟି କରିଥିଲେ । ଏବେ ବାଦଲ ଆନ୍ତର୍ଜାତିକ ଚାମ୍ପିଅନସିପରେ ଅଂଶଗ୍ରହଣ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସରସରା ଗ୍ରାମର ଯୁବକ ବାଦଲ ବେହେରା । ବାଦଲ ଅତ୍ୟନ୍ତ ଗରିବ ଆଦିବାସୀ ଚାଷୀ ପରିବାରର ହୋଇଥିଲେ ମଧ୍ୟ ନିଜର ଉଦ୍ୟମ ବଳରେ ଏହି ବଡ଼ି ବିଲଡିଙ୍ଗ ଭଳି କ୍ରୀଡ଼ାକୁ ନିଜ କ୍ୟାରିୟର କରିଥିଲେ ।  

ଏହା ମଧ୍ୟ ପଢ଼ନ୍ତୁ... ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ସୁନ୍ଦରୀ ଲବନ୍ୟା - Odia Girl Won Beauty Pageant

ଏକାଧିକ ଥର ବାଦଲ ରାଜ୍ୟ ସ୍ତରରେ ଅଂଶ ଗ୍ରହଣ କରି ସଫଳତା ପାଇଛନ୍ତି । ଏହାଛଡା ପୁଣେ ଠାରେ ହୋଇଥିବା ଜାତୀୟ ବଡ଼ି ବିଲଡିଙ୍ଗ ଚାମ୍ପିଅନସିପରେ ବାଦଲ ଦ୍ବିତୀୟ ସ୍ଥାନ ପାଇ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଥିଲେ । ଏବେ ପୁଣିଥରେ କେରଳର କୋଚି ଠାରେ ଆନ୍ତର୍ଜାତିକ ବଡ଼ି ବିଲଡିଂ ଚାମ୍ପିଅନସିପ ଚୟନ ପ୍ରକିୟାରେ ସେ ସଫଳତା ପାଇଛନ୍ତି । ଶନିବାର ଦିନ ବାଦଲ ନିଜ ଗାଁ ସରସରା ଫେରିବା ପରେ ଗ୍ରାମରେ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଆନ୍ତର୍ଜାତିକ ବଡ଼ି ବିଲଡିଂ ଚାମ୍ପିଅନସିପ ଇଣ୍ଡୋନେସିଆରେ ହେବାକୁ ଥିବା ବେଳେ ବର୍ତ୍ତମାନ ବାଦଲଙ୍କ ପାଇଁ ଅର୍ଥ ବାଧକ ସାଜିଛିଥିବା ବାଦଲ କହିଛନ୍ତି । ବାଦଲ ଓ ତାଙ୍କ ବାଲ୍ୟ ଗୁରୁ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଗୁହାରି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ 

ABOUT THE AUTHOR

...view details