ଜମିଜମା ବିବାଦକୁ ନେଇ ଫୁଟିଲା ଗୁଳି, MCLର ପୂର୍ବତନ ପ୍ରବନ୍ଧକ ଅଟକ - JHARSUGUDA FIRING
🎬 Watch Now: Feature Video
Published : Nov 19, 2024, 9:34 PM IST
ଝାରସୁଗୁଡ଼ା: ନିଜ ବନ୍ଧୁକରେ ତିନି ରାଉଣ୍ଡ ଫାୟାର କଲେ ଏମ୍.ସି.ଏଲ.ର ପୂର୍ବତନ ପ୍ରବନ୍ଧକ । ଝାରସୁଗୁଡା ଥାନା ଅନ୍ତର୍ଗତ ଅମ୍ବିକା ନଗରରେ କିଛି ଶ୍ରମିକ ସଫେଇ କାର୍ଯ୍ୟ କରୁଥିବାବେଳେ କୌଣସି କାରଣରୁ ଉତକ୍ଷିପ୍ତ ହୋଇ ଏମ୍.ସି.ଏଲ.ର ପୂର୍ବତନ ପ୍ରବନ୍ଧକ R.J.Sing ନିଜ ବନ୍ଧୁକରୁ ଗୁଳି ଚାଳନା କରିଥିଲେ ।
ଗତକାଲି (ସୋମବାର) ସନ୍ଧ୍ୟାରେ ଅମ୍ବିକା ନଗରରେ କିଛି ସ୍ଥାନୀୟ ଶ୍ରମିକ ସଫେଇ କାର୍ଯ୍ୟ କରୁଥିବାବେଳେ ସେଠାରେ ରହୁଥିବା ଏମ୍.ସି.ଏଲ.ର ପୂର୍ବତନ ପ୍ରବନ୍ଧକ R.J. Sing ଏବଂ ତାଙ୍କ ପରିବାର ଲୋକେ କୌଣସି କାରଣକୁ ନେଇ ଶ୍ରମିକଙ୍କ ସହ ପାଟିତୁଣ୍ଡ ହୋଇଥିଲା । ସଫେଇ କାର୍ଯ୍ୟ ନକରିବା ପାଇଁ ତାଗିତ୍ କରିଥିଲେ R.J. Singଙ୍କ ପରିବାର । ଏହାପରେ R.J. Sing ଉତକ୍ଷିପ୍ତ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳଣା ସହ ଗୋଟିଏ ରାଉଣ୍ଡ ସଫେଇ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଉପରକୁ ଚଳାଇଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହାର ତଦନ୍ତ ଆରମ୍ଭ କରିଛି । ତେବେ ସମ୍ପୃକ୍ତ ବ୍ୟକ୍ତିକୁ ପୋଲିସ ଅଟକ ରଖି ଥିବାବେଳେ ଏହା ଜମିଜମା ବିବାଦକୁ ନେଇ ଘଟିଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ...ବିଦ୍ୟୁତ ନେଲା ୩ ହାତୀଙ୍କ ଜୀବନ, ଶକ୍ତ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଉପମୁଖ୍ୟମନ୍ତ୍ରୀ
ଇଟିଭି ଭାରତ,ଝାରସୁଗୁଡ଼ା