ତେଲେଙ୍ଗିରି ଡ୍ୟାମରେ ଲିକ୍, ତଳିଆ ଅଞ୍ଚଳ ଭୟଭୀତ - CRACK DEVELOPS IN TELENGIRI DAM
🎬 Watch Now: Feature Video
Published : Nov 19, 2024, 9:11 AM IST
କୋରାପୁଟ: ଜୟପୁର ବ୍ଲକର ରାଣୀଗୁଡା ନିକଟସ୍ଥ ତେଲେଙ୍ଗିରି ଜଳଭଣ୍ଡାରାରେ ଜଳ ଲିକ୍ ହେଉଛି । ବହୁ ମାତ୍ରାରେ ଜଳ ନିଷ୍କାସନ ହେଉଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି । ଜଳସେଚନ ଜଳ ଭଣ୍ଡାର ଡ୍ୟାମ୍ ମରାମତି ବଲବ ଗେଟ୍ ମଧ୍ୟ ଦେଇ ଏହି ପାଣି ଲିକ୍ ହୋଇଛି । ଏ ହାର ପ୍ରଭାବରେ ଚାଷ ଜମି ଜଳମଗ୍ନ ହେବା ସହ ଆସନ୍ତା ଖରିପ୍ ଚାଷରେ ମଧ୍ୟ କ୍ଷତି ହେବାର ଆଶଙ୍କା ଦେଖାଯାଇଛି । ଜଳଭଣ୍ଡାର ନିକଟରେ ତେଲେଙ୍ଗିରି ଜଳ ସେଚନ ବିଭାଗର ବିଭାଗୀୟ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀ ପହଞ୍ଚି ଅନୁଧ୍ୟାନ କରୁଥିବା ବେଳେ ବର୍ତ୍ତମାନ କାର୍ଯ୍ୟ କରିଥବା ସଂସ୍ଥାକୁ ଡ଼କାଯାଇ ଆଲୋଚନା କରାଯାଉଛି । ଏପରିକି ଆଲୋଚନା ପରେ ବିଶେଷଜ୍ଞ ଆସି ବାସ୍ଥବ ସ୍ଥିତି ଜଣାପଡିବ ବୋଲି ଜିଲ୍ଲାପାଳ କହିଛନ୍ତି । ତଳିଆ ଅଞ୍ଚଳରେ ସେମିତି କିଛି କ୍ଷତି ହେବାର ନାହିଁ ଏବଂ ଗାଁ-ଗଣ୍ଡାକୁ ପାଣି ପଶିବାର ଆଶଙ୍କା ନାହିଁ । ଏହି ଜଳ ନିଷ୍କାଷନ ଦ୍ୱାରା ଡ୍ୟାମ ପ୍ରତି ମଧ୍ୟ କୌଣସି ବିପଦ ନାହିଁ ବୋଲି ଅଧିକାରୀମାନେ କହିଛନ୍ତି । ବିଶେଷଜ୍ଞ ଟିମ ଅନୁଧ୍ୟାନ କରି ସାରିବା ପରେ ଏହି ଜଳକୁ ରୋକିବା ପାଇଁ ଶୀଘ୍ର କାମ ଆରମ୍ଭ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି ।
ଇଟିଭି ଭାରତ, କୋରାପୁଟ