ଯାଜପୁରରେ ଶକ୍ତିଶାଳୀ ହେଉଛି ବିଜେପି, ପଦ୍ମ ଧରିଲେ ୧୫ରୁ ଊର୍ଦ୍ଧ୍ୱ ସରପଞ୍ଚ - BJP JOINING PROGRAM
🎬 Watch Now: Feature Video
Published : Dec 23, 2024, 7:33 PM IST
ଯାଜପୁର: ଜିଲ୍ଲାର କୋରେଇ ନିର୍ବାଚନ ମଣ୍ଡଳୀର 15ରୁ ଊର୍ଦ୍ଧ୍ବ ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ 300ରୁ ଊର୍ଦ୍ଧ୍ବ ଆଗଧାଡିର ନେତା ଓ କର୍ମୀ ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ।
କୋରେଇ ବ୍ଲକ୍ ଜହ୍ନା ପଞ୍ଚାୟତର ସରପଞ୍ଚ ସଂଯୁକ୍ତା ସାହୁ, ଗୋଲେଇପୁର ସରପଞ୍ଚ ସସ୍ମିତା ମାଝୀ, ପାଟରଙ୍ଗା ସରପଞ୍ଚ ରଞ୍ଜନ ଦାସ, ଗୌରପୁର ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, ହଳଦୀଗଡିଆ ସମିତିସଭ୍ୟ ଉଦୟ କୁମାର ନାୟକ, ବରୁଣ୍ଡେଇ ସମିତିସଭ୍ୟ ରଶ୍ମିରଂଜନ ପରିଡ଼ା, ପାଣିକୋଇଲି ସରପଞ୍ଚ ପଦ୍ମାବତୀ ପଣ୍ଡା, ତଣ୍ଡରା ସରପଞ୍ଚ ମାମୁନି ମହାନ୍ତିଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି କର୍ମୀ ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ।
କୋରାଇ ବିଧାୟକ ଆକାଶ ଦାସ ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଯାଜପୁର ସାଂସଦ ରବିନାରାୟଣ ବେହେରା, ଧର୍ମଶାଳା ବିଧାୟକ ହିମାଂଶୁ ସାହୁ, ବଡଚଣା ବିଧାୟକ ଅମର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।
ଏହି ଅବସରରେ କୋରେଇ ବିଧାୟକ ଆକାଶ ଦାସ ନାୟକ କହିଛନ୍ତି, "ଆଜି କୋରେଇ ନିର୍ବାଚନ ମଣ୍ଡଳୀରେ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଅନ୍ୟ ଦଳର ହଜାର ହଜାର କର୍ମୀ ଓ ଲୋକ ପ୍ରତିନିଧିମାନେ ବିଜେପିରେ ସାମିଲ ହୋଇଛନ୍ତି । ଦଳ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବିଜେପିରେ ସାମିଲ ହୋଇଛନ୍ତି ।"
ଏହାମଧ୍ୟ ପଢନ୍ତୁ... ବଢୁଛି ବିଜେପି ବଳ, ମିଶିଲେ ବିଜେଡି ଉପରେ ବର୍ଷିଲେ ଜୟପୁର ବ୍ଲକ ଅଧ୍ୟକ୍ଷା ପ୍ରଧାନମନ୍ତ୍ରୀଙ୍କ ବିଶାଳ ଜନସମାବେଶ, ମୋଦିଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ |
ଇଟିଭି ଭାରତ, ଯାଜପୁର