ହାଇଦ୍ରାବାଦ: ଆସନ୍ତା ବର୍ଷ ଲଞ୍ଚ ହେବାକୁ ଥିବା ଆପଲ୍ର ଆଇଫୋନ 17 ଏୟାର ଦୁନିଆର ସବୁଠୁ ସ୍ଲିମ ବା ପତଳା ଫୋନ ହେବାକୁ ଯାଉଛି । ଚଳିତ ବର୍ଷ ସେପ୍ଟେମ୍ବରରେ କମ୍ପାନୀ ଲାଟେଷ୍ଟ ଆଇଫୋନ 16 ସିରିଜ ଲଞ୍ଚ କରିଥିଲା । ଏହାପରେ ଆଇଫୋନ 17କୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହି ଫୋନ ରିଲିଜ ହେବାକୁ ଆହୁରି ବର୍ଷେ ଥିବା ବେଳେ ଲଗାତାର ଆଇଫୋନ 17କୁ ନେଇ ନୂଆ ନୂଆ ତଥ୍ୟ ଲିକ୍ ହେଉଛି । କୁହାଯାଉଛି ଆଇଫୋନ 17 ଏୟାର ଦୁନିଆର ସବୁଠୁ ପତଳା ଫୋନ ହେବ ଏବଂ ଏଯାବତ ପତଳା ଫୋନ ଭାବେ ଆଇଫୋନ 6ର ରେକର୍ଡ ଭାଙ୍ଗିବ ।
The iPhone 17 Air will reportedly be 6mm thick, which would make it the thinnest iPhone ever!
— Apple Hub (@theapplehub) November 19, 2024
Source: analyst Jeff Pu pic.twitter.com/fnhKv8qRlU
ଆଇଫୋନ 17 ସବୁଠୁ ପତଳା ଫୋନ:-
କମ୍ପାନୀ ଦୁନିଆର ସବୁଠୁ ସ୍ଲିମ ଫୋନ ଭାବେ ଆଇଫୋନ 17 ଏୟାରକୁ ଆଣିବ । କୁହାଯାଉଛି କମ୍ପାନୀ ଏହି ଫୋନ ସହିତ ନିଜ ସ୍ମାର୍ଟଫୋନର ନୂଆ ଯୁଗ ଆରମ୍ଭ କରିବ । ଏହା ମଧ୍ୟ କୁହାଯାଉଛି ଯେ ଏହି ନୂଆ ଫୋନକୁ ସିରିଜରେ ସାମିଲ କରିବା ଲାଗି କମ୍ପାନୀ ପୂର୍ବ କିଛି ମଡେଲକୁ ମଧ୍ୟ ବନ୍ଦ କରିଦେଉଛି । ସବୁଠୁ ଖାସ କଥା ହେଉଛି ଫୋନ ମାତ୍ର 6ମିମି ମୋଟେଇ ସହ ଆସିପାରେ । ଏହାକୁ ଆଇଫୋନ 17 ଏୟାର (iPhone 17 Air) ନାଁରେ ଲଞ୍ଚ କରାଯିବ ।
ଏହା ବି ପଢନ୍ତୁ |
ଆଉ କଣ ସ୍ବତନ୍ତ୍ରତା ରହିବ ?
ଆଇଫୋନ 17 ସିରିଜକୁ ସବୁଠୁ ପତଳା ଫୋନ କରିବା ଲାଗି କମ୍ପାନୀ ଏଥିରେ ଆଲୁମିନିୟମ ବଡି ବ୍ୟବହାର କରିପାରେ । କିନ୍ତୁ ଟାଇଟାନିୟମ ବଡି ପ୍ରୋ ମଡେଲରେ ବ୍ୟବହୃତ ହେବ । ଫୋନର ସମ୍ଭବତଃ ଫିଚରକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । iPhone 17 Air 6.6 ଇଞ୍ଚ ଡିସପ୍ଲେ ସହିତ ଆସିପାରେ । ଏଥିରେ A19 ବାୟୋନିକ ଚିପସେଟ୍ ରହିବ ଯାହାକି 3nm ଟେକ୍ନୋଲୋଜି ଆଧାରିତ । ସିରିଜରେ କମ୍ପାନୀ 8GB RAM ଦେବ ଯାହାର ପ୍ରଦର୍ଶନ ପୂର୍ବାପେକ୍ଷା ଉନ୍ନତ ରହିବ ।
What we know about the iPhone 17 ‘Air’ so far 👀
— Apple Hub (@theapplehub) October 7, 2024
The new model is expected to replace the iPhone 16 Plus next year pic.twitter.com/DL2a9OgoE7
କ୍ୟାମେରା ହୋଇପାରେ ଏହି ପରିବର୍ତ୍ତନ:-
ମାର୍କେଟ ଆନାଲିଷ୍ଟ ଜେଫ୍ ପୁ'ର ରିପୋର୍ଟ ଅନୁସାରେ ଆପଲ୍ ନୂଆ ଆଇଫୋନ ସିରିଜରେ କମ୍ପାନୀ ସେଲ୍ଫି କ୍ୟାମେରାରେ ବଡ଼ ପରିବର୍ତ୍ତନ କରିପାରେ । ବର୍ତ୍ତମାନ ଆପଲ୍ ସେଲ୍ଫି କ୍ୟାମେରା ଲାଗି 12MP ଲେନ୍ସର ବ୍ୟବହାର କରୁଛି । କିନ୍ତୁ ନୂଆ ସିରିଜ iPhone 17ରେ ସେଲ୍ଫି କ୍ୟାମେରା ଲାଗି 24MP ଲେନ୍ସ ବ୍ୟବହାର କରିପାରେ । ଫୋନର ପଛ ଭାଗରେ କେବଳ ଗୋଟିଏ କ୍ୟାମେରାର ବ୍ୟବହାର ହେବ ବୋଲି ମଧ୍ୟ ସମ୍ଭାବନା ରହିଛି । କିନ୍ତୁ ଏହା 48MP ପାୱାରଫୁଲ କ୍ୟାମେରା ସହିତ ଆସିବ । ଫୋନର ଡିଜାଇନରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏଥିରେ AI ଫିଚର ସାମିଲ ରହିବ । ଫୋନ ସୁଲଭ ମୂଲ୍ୟରେ ବଜାର ପ୍ରବେଶ କରିବ ବୋଲି ମଧ୍ୟ କୁହାଯାଉଛି ।