ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଭିଡିଓ ସେୟାର କଲେ ମୋଦି, କହିଲେ ସ୍ମୃତି ହୋଇ ରହିବ - ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଭିଡିଓ
Published : Jan 23, 2024, 11:48 AM IST
Modi Share Ayodhya Video ହାଇଦ୍ରାବାଦ : ଜନ୍ମଭୂମିକୁ ଫେରିଛନ୍ତି ମର୍ଯ୍ୟାଦା ପୁରୁଷ ଶ୍ରୀରାମ । ଅଯୋଧ୍ୟା ସହରରେ ପ୍ରସ୍ତୁତ ରାମ ମନ୍ଦିର । ଜାନୁଆରୀ 22 ତାରିଖରେ ଇତିହାସରେ ଯୋଡ଼ିହେଲା ଆଉ ଏକ ଇତିହାସ । ମାତ୍ର 84 ସେକେଣ୍ଡର ମାହେନ୍ଦ୍ର ବେଳାରେ ହେଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା। ମୁଖ୍ୟ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ବ ତୁଲାଇଥିବା ବେଳେ ଏହା କାର୍ଯ୍ଯକ୍ରମରେ ଅନେକ ବରିଷ୍ଠ ନେତା, ଅଭିନେତା, କ୍ରୀଡାବିତ ଏବଂ ଶିଳ୍ପ ଜଗତ ସହ ଜଡିତ ଅନେକ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ । ବର୍ତ୍ତମାନ ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିରର ଦ୍ୱାର ଖୋଲାଯାଇଛି । ରାମଲାଲାଙ୍କ ଦର୍ଶନ ପାଇବା ପାଇଁ ବହୁ ସଂଖ୍ୟାରେ ଭକ୍ତ ପହଞ୍ଚିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଅର୍ଥାତ ଜାନୁଆରୀ 23 ତାରିଖ ସକାଳେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମୟର ଭିଡିଓ ସେୟାର କରିଛନ୍ତି ।
ମୋଦି ଭିଡିଓ ସେୟାର କରି ଲେଖିଛନ୍ତି, "ଗତକାଲି ଅର୍ଥାତ ଜାନୁଆରୀ 22 ତାରିଖରେ ମୁଁ ଅଯୋଧ୍ୟାରେ ଯାହା ଦେଖିଲି, ତାହା ଆଗାମୀ ବର୍ଷରେ ସ୍ମୃତି ହୋଇ ରହିବ । " ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟାରେ ପ୍ରବେଶ କରିବାର ମୂହୁର୍ତ୍ତ, ମନ୍ଦିରର ସୌନ୍ଦର୍ଯ୍ୟ ଏବଂ ଗର୍ଭଗୃହରେ ପ୍ରାଣପ୍ରତିଷ୍ଠା ସମୟର ମୁହୁର୍ତ୍ତକୁ ଦେଖାଯାଇଛି ।
ଏହା ମଧ୍ୟ ପଢନ୍ତୁ: ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ; 'ଆମ ଲାଲା ଆଉ ଟେଣ୍ଟରେ ରହିବେ ନାହିଁ'
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ