'ଇଏ ପୱନ ନୁହେଁ ତୁଫାନ'; ଏନଡିଏ ବୈଠକରେ ପୱନଙ୍କ ପ୍ରଶଂସାରେ ଶତମୁଖ ମୋଦି - Modi Praises Pawan Kalyan - MODI PRAISES PAWAN KALYAN
Published : Jun 7, 2024, 5:31 PM IST
ନୂଆଦିଲ୍ଲୀ: ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ସଂସଦୀୟ ଦଳ ବୈଠକ ଶୁକ୍ରବାର ଅପରାହ୍ନରେ ସମ୍ବିଧାନ ସଦନ (ପୁରୁଣା ସଂସଦ) ଠାରେ ଆୟୋଜିତ ହୋଇଥିଲା । ଜନସେନା ମୁଖ୍ୟ ତଥା ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସୁପରଷ୍ଟାର ପୱନ କଲ୍ୟାଣ ନରେନ୍ଦ୍ର ମୋଦିଙ୍କୁ ଏହି ବୈଠକରେ ତାଙ୍କର ସଫଳତା ଏବଂ ନେତୃତ୍ୱ ପାଇଁ ପ୍ରଶଂସା କରିଛନ୍ତି । ଏହି ସମୟରେ ମୋଦି ମଧ୍ୟ ପୱନଙ୍କୁ ପ୍ରଶଂସା କରିଛନ୍ତି । ମୋଦି କହିଛନ୍ତି, ''ତୁମେ ପୱନ ନୁହେଁ ତୁଫାନ ।''
ସମାବେଶକୁ ସମ୍ବୋଧିତ କରି ପୱନ କଲ୍ୟାଣ କହିଛନ୍ତି, "ମୋଦି ଜି ଆପଣ ପ୍ରକୃତରେ ଦେଶକୁ ପ୍ରେରଣା ଦେଇଛନ୍ତି । ଯେପର୍ଯ୍ୟନ୍ତ ଆପଣ ଏହି ଦେଶର ପ୍ରଧାନମନ୍ତ୍ରୀ, ଆମ ଦେଶ କେବେ ହେଲେ କାହା ଆଗରେ ନଇଁବ ନାହିଁ ।" ଏଥିସହ ସେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସଭାପତି ଏନ ଚନ୍ଦ୍ରବାବୁ ନାଇଡୁଙ୍କ ୨୦୧୪ ମସିହାରେ ମୋଦିଙ୍କ ନେତୃତ୍ୱକୁ ସମର୍ଥନ କରି ୧୫ ବର୍ଷ ପର୍ଯ୍ୟନ୍ତ ତାଙ୍କ ଶାସନ ଜାରି ରଖିବା ନେଇ ପ୍ରଶଂସା କରିଛନ୍ତି ।
ସୂଚନା ଥାଉ କି, ପୱନଙ୍କ ପାର୍ଟି ଜନସେନା ଲୋକସଭାରେ ୨ଟି ଆସନ ପାଇବାରେ ସଫଳ ହୋଇଛି ଏବଂ ତାଙ୍କ ଦଳ ବିଧାନସଭାରେ ୨୧ରୁ ୨୧ଟି ଆସନ ପାଇଛି । ଏଥିସହ ସେ ନିଜେ ମଧ୍ୟ ଆନ୍ଧ୍ରପ୍ରଦେଶ ପୀଠାପୁରମରୁ ଜିତିଛନ୍ତି । ଏହି ଅନୁଯାୟୀ ଦଳ ଶତପ୍ରତିଶତ ସଫଳତା ହାସଲ କରିଛି । ପୱନ କଲ୍ୟାଣ ୭୦୨୭୯ ଭୋଟରେ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କୁ ହରାଇ ବିଜୟ ହାସଲ କରିଛନ୍ତି । ସେ ମୋଟ ୧୩୪୩୯୪ ଭୋଟ ପାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ଜିତିବା ପରେ ମେଗା ଫ୍ୟାମିଲିରେ ପୱନଙ୍କୁ ଭବ୍ୟ ସ୍ୱାଗତ, ଚିରଞ୍ଜୀବୀଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ