ଓଡିଶା

odisha

2 ଶିଶୁକନ୍ୟାଙ୍କୁ ବିକ୍ରି ପାଇଁ ଡିଲ ବେଳେ ପହଞ୍ଚିଲା ଚାଇଲ୍ଡ ହେଲ୍ପ ଲାଇନ ! ମହିଳା ଥାନାରେ ଅଟକ - Child selling racket

By ETV Bharat Odisha Team

Published : Sep 18, 2024, 2:10 PM IST

2 ଶିଶୁକନ୍ୟାଙ୍କୁ ବିକ୍ରି ପାଇଁ ଡିଲ ବେଳେ ପହଞ୍ଚିଲା ଚାଇଲ୍ଡ ହେଲ୍ପ ଲାଇନ ! ମହିଳା ଥାନାରେ ଅଟକ (ETV Bharat Odisha)

ପୁରୀ: 2 ଜଣ ଶିଶୁକନ୍ୟାକୁ ବିକ୍ରି ଉଦ୍ୟମ ବେଳେ ଦୁଇ ମହିଳାଙ୍କୁ ଅଟକ ରଖି ଥାନାରେ ଜିମା ଦେଉଛନ୍ତି ଚାଇଲ୍ଡ ଲାଇନ ସଦସ୍ୟ । ପିପିଲି ମଙ୍ଗଳପୁର ମଧୁବନଠାରେ ଦୁଇଜଣ ଶିଶୁକନ୍ୟାକୁ ବିକ୍ରି କରାଯିବା ପାଇଁ ଗ୍ରାହକ ସହିତ ଡିଲ୍‌ ଚାଲୁଥିବା ଖବର କୌଣସି ସୂତ୍ରରେ ଚାଇଲଡ଼ ହେଲ୍ପ ଲାଇନ ନିକଟରେ ପହଞ୍ଚିଥିଲା । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଅଙ୍ଗନାବାଡ଼ି କର୍ମୀ ଓ ଆଶାକର୍ମୀଙ୍କୁ ଏ ସଂକ୍ରାନ୍ତରେ ଖବର ଦେବା ପରେ ମହିଳାଙ୍କ ପାଖରେ ପହଞ୍ଚି ଶିଶୁଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ ଚାଇଲ୍ଡ ଲାଇନ ଅଧିକାରୀ । ମହିଳା ଜଣକ ଏହି ଦୁଇ ପିଲାଙ୍କର କୌଣସି ସମ୍ପର୍କୀୟ କିମ୍ବା ମା’ ହୋଇନଥିବା ବେଳେ ଏହି ପିଲା ଦୁଇଜଣଙ୍କୁ ଡେଲାଙ୍ଗ ରେଳ ଷ୍ଟେସନରୁ ପାଇଥିଲେ । ଦୁଇଜଣ ଶିଶୁକନ୍ୟା ହୋଇଥିଲା ବେଳେ ଜଣେ ଦେଢ଼ ବର୍ଷ ଓ ଅନ୍ୟ ଜଣେ ତିନିରୁ ଚାରି ବର୍ଷ ହେବ ବୋଲି ଅନୁମାନ କରାଯାଉଛି । 

ଏହି ଦୁଇ ପିଲାଙ୍କୁ ବିକ୍ରି କରିବା ପାଇଁ ୫୦ ହଜାର ଟଙ୍କା ଡିଲ କରିଥିବା ମହିଳା ସ୍ବୀକାର କରିଥିଲେ । ଚାଇଲ୍ଡ ହେଲ୍ପ ଲାଇନଠାରୁ ସ୍ଥାନୀୟ ପିପିଲି ପୋଲିସ ଖବର ପାଇ ମହିଳାଙ୍କୁ ଅଟକ ରଖିଛି । ପିପିଲି ମଙ୍ଗଳପୁର ଅଞ୍ଚଳରେ ରହୁଥିବା ପ୍ରମିଳା ବେହେରା ଏହି ଦୁଇଜଣ ଶିଶୁ କନ୍ୟାକୁ ଡେଲାଙ୍ଗରୁ ପାଇଥିଲା ନା ଅନ୍ୟ କିଛି କାରଣ ରହିଛି, ସେସମ୍ପର୍କରେ ତଦନ୍ତ ପରେ ସ୍ପଷ୍ଟ ହେବ । ଏବେ ଦୁଇ ଶିଶୁକନ୍ୟାଙ୍କ ପରିଚୟ ସ୍ପଷ୍ଟ କରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।

ABOUT THE AUTHOR

...view details