ETV Bharat / state

ନୂଆବର୍ଷରେ ମାଗଣାରେ ବାଣ୍ଟିଲେ ଗୁପଚୁପ, ଟଙ୍କା ବଦଳରେ ମାଗିଲେ ଆଶୀର୍ବାଦ - FREE GUPCHUP ON NEW YEAR

ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନର ଗୁପଚୁପ ବ୍ୟବସାୟୀ ରାମ ଭାଇ, ନିଆରା ଭାବେ ପାଳନ୍ତି ନୂଆବର୍ଷ, ୨୭ ବର୍ଷ ହେଲା ମାଗଣାରେ ଖୁଆଉଛନ୍ତି ଗୁପଚୁପ ।

Vender serves free gupchup on every New Year
Vender serves free gupchup on every New Year (ETV Bharat Odisha)
author img

By ETV Bharat Odisha Team

Published : Jan 3, 2025, 9:43 PM IST

Updated : Jan 3, 2025, 10:08 PM IST

ଭୁବନେଶ୍ୱର: ନୂଆବର୍ଷର ସ୍ୱାଗତ ପାଇଁ ସମସ୍ତଙ୍କ ଭିତରେ ରହିଥାଏ ଏକ ଖାସ ଉତ୍ସାହ ଓ ଆନନ୍ଦ । ଭିନ୍ନ ଭିନ୍ନ ତରିକାରେ ବର୍ଷର ପ୍ରଥମ ଦିନକୁ ସ୍ବାଗତ କରିଥାନ୍ତି ସଭିଏଁ । କିଏ ପରିବାର ସହିତ ତ କିଏ ସାଙ୍ଗସାଥିରେ ମେଳରେ ଏହି ଦିନଟିକୁ କାଟିବାକୁ ପସନ୍ଦ କରିଥାଏ । ହେଲେ ଏକ ନିଆରା ଢଙ୍ଗରେ ନୂଆବର୍ଷ ପାଳନ କରନ୍ତି ରାମ ଚୌଧୁରୀ । ବର୍ଷର ପ୍ରଥମ ଦିନ ଗ୍ରାହକଙ୍କୁ ମାଗଣାରେ ଗୁପଚୁପ ଖୁଆଇ କେବଳ ଆଶୀର୍ବାଦ ଲୋଡିଥାନ୍ତି ।

Vender serves free gupchup on every New Year (ETV Bharat Odisha)

ନୂଆବର୍ଷରେ ମାଗଣାରେ ଖୁଆନ୍ତି ଗୁପଚୁପ

ରାଜଧାନୀ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଏକ ଛୋଟ ଗୁପଚୁପ ଠେଲା ପକାଇଛନ୍ତି ରାମ ଚୌଧୁରୀ । ସଫାରି ଗୁପଚୁପ ବାଲା ଭାବେ ସେ ବେଶ ପରିଚିତ । ବର୍ଷ ବର୍ଷ ହେଲା ସେଠାରେ ହିଁ ଗୁପଚୁପ ବ୍ୟବସାୟ କରିଥାନ୍ତି । ହେଲେ ବର୍ଷର ପ୍ରଥମ ଦିନରେ ଗୁପଚୁପ ଖୁଆଇ ପଇସା ନିଅନ୍ତିନି ବରଂ କୁହନ୍ତି ବର୍ଷସାରା ଭଲରେ ବ୍ୟବସାୟ ଚାଲିବାକୁ କେବଳ ଆଶୀର୍ବାଦ ଲୋଡା । ମାଗଣା ଗୁପଚୁପ ଖାଇବାକୁ ଗ୍ରାହକମାନଙ୍କର ବି ଭିଡ ଜମେ । ସେହିଦିନ ପାଖାପାଖି ୭ରୁ ୮ହଜାର ଟଙ୍କାର ଗୁପଚୁପ ମାଗଣାରେ ଖୁଆଇଥାନ୍ତି ରାମ ଭାଇ ।

Vender serves free gupchup on every New Year
Vender serves free gupchup on every New Year (ETV Bharat Odisha)

୨୭ ବର୍ଷ ହେଲା ମାଗଣାରେ ଗୁପଚୁପ ଖୁଆଉଛନ୍ତି ରାମ ଭାଇ
ଚଳିତ ବର୍ଷକୁ ମିଶାଇ ୨୭ ବର୍ଷ ହେଲା ନୂଆବର୍ଷରେ ଏହିଭଳି ମାଗଣାରେ ଗୁପଚୁପ ଖୁଆଇ ଆସୁଛନ୍ତି ରାମ ଚୌଧୁରୀ । ବ୍ୟବସାୟୀ ବନ୍ଧୁମାନଙ୍କୁ କଥାରେ କଥା ଦେଇଥିବା ପ୍ରତିଶ୍ରୁତିକୁ ଆଜିଯାଏ ପାଳୁଛନ୍ତି ରାମ ଭାଇ । ଗୋଟିଏ ଦିନ ମାଗଣାରେ ଖୁଆଇ ବେଶ ଖୁସି ବି ହୁଅନ୍ତି ସେ । କେବଳ ସେ ନୁହଁନ୍ତି ବରଂ ତାଙ୍କ ପତ୍ନୀ ବିମଳା ଦେବୀ ଚୌଧୁରୀ ମଧ୍ୟ ଏହି କାର୍ଯ୍ୟରେ ବେଶ ଖୁସି ହୋଇଥାନ୍ତି ଓ ଗୁପଚୁପ ପ୍ରସ୍ତୁତିରେ ତାଙ୍କୁ ସାହାଯ୍ୟ ସହଯୋଗ କରିଥାନ୍ତି ।

କଣ କୁହନ୍ତି ରାମ ଚୌଧୁରୀ

ଏନେଇ ରାମ ଚୌଧୁରୀ କୁହନ୍ତି, "ମୋର ରୋଜଗାର ପାଇଁ ସବୁବେଳେ ଗୁପଚୁପ ବିକ୍ରି କରୁଛି । ଗୋଟିଏ ଦିନ କେବଳ ଅନ୍ୟମାନଙ୍କ ଖୁସି ପାଇଁ ମାଗଣାରେ ବିକ୍ରି କରେ । ଟଙ୍କା ନୁହେଁ ଆଶୀର୍ବାଦ ପାଇଁ ସବୁ ବର୍ଷ ଦୀର୍ଘ 26ବର୍ଷ ହେବ ଏଭଳି ମାଗଣାରେ ଗୁପଚୁପ ବଣ୍ଟନ କରିଥାଏ ।"

ଗୁପଚୁପ ବ୍ୟବସାୟୀଙ୍କ ସହ ସେଲ୍ଫି
ଗୁପଚୁପ ବ୍ୟବସାୟୀଙ୍କ ସହ ସେଲ୍ଫି (ETV Bharat Odisha)

କାହିଁକି ମାଗଣାରେ ଗୁପଚୁପ ଦିଅନ୍ତୁ ରାମ ଚୌଧୁରୀ

କାହିଁକି ମାଗଣାରେ ଗୁପଚୁପ ଦିଅନ୍ତି ପ୍ରଶ୍ନର ଉତ୍ତରରେ ରାମ ଚୌଧୁରୀ କହିଥିଲେ,"୨୬ ବର୍ଷ ତଳେ ମୋ ସହ ଯେଉଁମାନେ ଏଠାରେ ଅନ୍ୟ ଖାଦ୍ୟ ବ୍ୟବସାୟ କରୁଥିଲେ, ଗୋଟିଏ ଦିନ ବିଳମ୍ବରେ ଆସିବାରୁ ସେମାନେ ଥଟ୍ଟାରେ ମାଗଣାରେ ଦେବା ପାଇଁ କହିଥିଲେ । ସେହିଦିନ ସତରେ ମାଗଣାରେ ଗୁପଚୁପ ଦେଇଥିଲି । ମାଗଣାରେ ଗୁପଚୁପ ଖୁଆଇ ଏକପ୍ରକାର ଆନନ୍ଦ ଲାଗିଥିଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ନୂଆବର୍ଷରେ ମାଗଣାରେ ଗୁପଚୁପ ଦେଇଆସୁଛି ।

64 ବର୍ଷ ହେଲା କରୁଛନ୍ତି ଗୁପଚୁପ ବ୍ୟବସାୟ

ରାମ ଚୌଧୁରୀଙ୍କ ଘର ବିହାର ରାଜ୍ୟର ରୋସରାରେ । ସେ ଯେତେବେଳେ 15ରୁ 16ବର୍ଷ ହୋଇଥିଲେ, ବିହାର ଛାଡି ଆସି କଟକ ରେରାଣି ହାଟ ସଗରିଆ ସାହିରେ ନିଜ ଅଜାଙ୍କ ସହ ରହୁଥିଲେ । ସେତେବେଳେ ଅଜା ପାମ୍ପଡ ଓ ସୁନପାମ୍ପଡି ଆଦି ଆଣି ଭୁବନେଶ୍ୱରରେ ବିକ୍ରି କରୁଥିଲେ । 1975 ମସିହାରୁ ସେ ଅଜାଙ୍କୁ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରୁଥିଲେ । ଏହାପରେ ସେ ଭୁବନେଶ୍ବରରେ ଗୁପଚୁପ ବ୍ୟବସାୟ କରିବା ଆରମ୍ଭ କରିଥିଲେ । ସେତେବେଳେ ଏକ ଟଙ୍କାରେ 10ରୁ 15ଟି ଗୁପଚୁପ ଦେଉଥିଲେ । ଆଜିକୁ 40 ବର୍ଷ ହେଲା ହେଲା ସେ ଗୁପଚୁପ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି ।

'ଗୁପଚୁପ ବିକ୍ରି କରି ପିଲାଙ୍କୁ ପାଠ ପଢ଼ାଇଛି'

ରାମ ଚୌଧୁିରୀଙ୍କର ଗୋଟେ ଝିଅ ଓ ଦୁଇ ପୁଅ ଅଛନ୍ତି । ସବୁ ପିଲାଙ୍କର ବାହାଘର ସରିଥିବା ବେଳେ ଏବେ ନାତି ନାତୁଣି ପାଠ ପଢିଲେଣି । ଦୁଇ ପୁଅରୁ ଜଣେ ଇଞ୍ଜିନିୟର ଆଉ ଜଣେ ଆଇଟି କାମ କରୁଛନ୍ତି । ଗୁପଚୁପ ବିକ୍ରି କରି ପିଲାମାନଙ୍କୁ ପାଠ ପଢାଇଛି ବୋଲି ବଡ ଖୁସିରେ କୁହନ୍ତି ରାମ ଚୌଧୁରୀ ।

ଏହାମଧ୍ୟ ପଢନ୍ତୁ...

ରେଳଯାତ୍ରୀଙ୍କ ପାଇଁ ବମ୍ପର ଅଫର, ଏହି ଟ୍ରେନରେ ଯାତ୍ରୀଙ୍କୁ ମାଗଣା ଖାଦ୍ୟ - Free Food In Train

ପର କଲା ପରିବାର, ବୃଦ୍ଧାଶ୍ରମ ହିଁ ଶେଷ ଠିକଣା, ଏମାନଙ୍କ ପାଇଁ ନୂଆବର୍ଷର ଅର୍ଥ କଣ ?

ସଫାରି ଗୁପଚୁପ ବାଲା

ରାମ ଚୌଧୁରୀ ସଫାରି ଗୁପଚୁପ ବାଲା ଭାବେ ବେଶ ପରିଚିତ । କାରଣ ସେ ସଫାରି ପିନ୍ଧି ଗୁପଚୁପ ବିକ୍ରି କରନ୍ତି । ସେହିପରି ଜଣେ ଗ୍ରାହକ ଗିରିଧାରୀ ସାହୁ କୁହନ୍ତି, "ମୋ ପିଲା ବେଳୁ ମୁଁ ଏଠାରେ ଗୁପଚୁପ ଖାଇ ଆସୁଛି । ଆଗରୁ ରାମ ଭାଇ ଲାଲଚାନ୍ଦ ସାମ୍ନାରେ ବିକ୍ରି କରୁଥିଲେ । ଧିରେ ଧିରେ ସହର ବଢିଲା ଅନେକ ପରିବର୍ତ୍ତନ ହେଲା । ତାପରେ ସେ ରାସ୍ତା କଡ଼ରେ ବିକ୍ରି କରୁଛନ୍ତି । ହେଲେ ତାଙ୍କ ଗୁପଚୁପ ନିଆରା । ଏଭଳି ମାଗଣାରେ ଗୁପଚୁପ ଦେବା ଆମେ ଦୀର୍ଘ ବର୍ଷ ହେବ ଦେଖିଆସୁଛୁ । ପ୍ରତ୍ୟେକ ନୂଆବର୍ଷରେ ସେ ଏପରି ମାଗଣାରେ ଗୁପଚୁପ ଦିଅନ୍ତି ।"

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jan 3, 2025, 10:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.