ଓଡିଶା

odisha

ETV Bharat / videos

ଗୁହାଲଡିହି ଟ୍ରେନ ଲାଇନ ପ୍ରକଳ୍ପକୁ ଟ୍ରକ ମାଲିକଙ୍କ ବିରୋଧ

By ETV Bharat Odisha Team

Published : Feb 6, 2024, 8:12 PM IST

କେନ୍ଦୁଝର: କେନ୍ଦ୍ର ସରକାର କେନ୍ଦୁଝର ଶୁଆକାଠି ଗନ୍ଧମାର୍ଦ୍ଧନ ମାଇନ୍ସଠାରୁ ଗୁହାଲଡିହି ଟ୍ରେନ ଲାଇନ ପ୍ରକଳ୍ପ ପାଇଁ ୨୦ କୋଟି ଟଙ୍କା ବଜେଟର ବ୍ୟୟ ବରାଦ କରିଛନ୍ତି । ଏହାଦ୍ୱାରା ଗନ୍ଧମାର୍ଦନ ଖଣିରୁ ଲୌହ ପଥର ପରିବହନ ସିଧା ଟ୍ରେନ୍ ଯୋଗେ ଯାଇପାରିବ । କିନ୍ତୁ ଏହି ପ୍ରକଳ୍ପ ଚାଲୁ ହେଲେ ଏହାର ସିଧାସଳଖ ପ୍ରଭାବ ଟ୍ରକ ମାଲିକଙ୍କ ଉପରେ ପଡ଼ିବ ବୋଲି ଟ୍ରକ ମାଲିକମାନେ ଅନୁମାନ କରୁଛନ୍ତି । କେନ୍ଦ୍ର ସରକାର ଦ୍ୱାରା ଅନୁମୋଦିତ ଏହି ପ୍ରକଳ୍ପ ସିଧାସଳଖ କେନ୍ଦୁଝର ଜିଲ୍ଲାର ଭାତ ହାଣ୍ଡିରେ ପଡ଼ିବ । ଏହି ପ୍ରକଳ୍ପ ନିର୍ମାଣ ହେଲେ କେନ୍ଦୁଝର ଜିଲ୍ଲାର ହଜାର ହଜାର ଟ୍ରକ ମାଲିକ କ୍ଷତିଗ୍ରସ୍ତ ହେବେ । ତେଣୁ ଏହି ପ୍ରକଳ୍ପକୁ ବିରୋଧ କରିବା ସହ ଘୋର ନିନ୍ଦା କରିଛନ୍ତି ଟ୍ରକ ମାଲିକ । ଏନେଇ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ବୋଲି ଆଜିର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଟ୍ରକ ମାଲିକ ଅଏସକାନ୍ତ ପଟ୍ଟନାୟକ । ଓ.ଏମ.ସି ଗନ୍ଧମାର୍ଦ୍ଧନ ଠାରୁ ଗୁହାଲଡିହି ଟ୍ରେନ ଲାଇନ ପ୍ରକଳ୍ପକୁ ବିରୋଧ କରିବା ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି ଟ୍ରକ ମାଲିକ ।  

ଏହା ମଧ୍ୟ ପଢ଼ନ୍ତୁ....ରେଳ ନିଯୁକ୍ତି ସମ୍ପର୍କିତ କ୍ୟାଲେଣ୍ଡର ରିଲିଜ ହେବ: ଅଶ୍ୱିନୀ ବୈଷ୍ଣବ

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details