ନ୍ୟାୟ ଦାବିରେ ଧାରଣା, ଥାନା ଆଗରେ ବସିଲେ ଆଦିବାସୀ ସଂଘର ସଦସ୍ୟ - Protest For Justice
Published : Oct 1, 2024, 6:40 PM IST
ଖୋର୍ଦ୍ଧା: ହତ୍ୟାକାରୀକୁ ଗିରଫ କରିବା ଦାବିରେ ବେଗୁନିଆ ଥାନା ଘେରିଛନ୍ତି ଆଦିବାସୀ । ସୂଚନା ଅନୁଯାୟୀ, ଗତ ଜୁନ ମାସରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଚକାପଦା ଗ୍ରାମର ଏକ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାୟାଇଥିଲା। ବ୍ୟକ୍ତି ଜଣଙ୍କ ଟିକାତାଳ ଗ୍ରାମର ସମୀର ନାଏକ ବୋଲି ଜଣାପଡ଼ିଥିଲା । ମୃତକଙ୍କ ପରିବାର ବେଗୁନିଆ ଥାନାରେ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ବେଗୁନିଆ ପୋଲିସ ହତ୍ୟାକାରୀଙ୍କୁ ଗିରଫ ନକରିବା ଅଭିଯୋଗରେ ପ୍ରତିବାଦ କରିଛନ୍ତି ଅଞ୍ଚଳବାସୀ। ନୀଳମାଧବ ଆଦିବାସୀ ସଂଘ, ନବନିର୍ମାଣ କୃଷକ ସଂଗଠକ, ଆମ ଆଦମୀ ପାର୍ଟି ଓ ଆଦିବାସୀ ମହିଳାମାନେ ଏକତ୍ରିତ ହୋଇ ବେଗୁନିଆ ଥାନା ସାମ୍ନାରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।
ହତ୍ୟାକାରୀକୁ ଗିରଫ କରିବା ପାଇଁ ଅଡି ବସିଛନ୍ତି ଆନ୍ଦୋଳନ କାରୀ । ବେଗୁନିଆ ଥାନା ଦୁର୍ନୀତିଖୋରମାନଙ୍କ ପାଇଁ କର୍ମସ୍ଥଳୀ ପାଲଟିଥିବା ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ । ସେପଟେ ଖବର ପାଇ ଖୋର୍ଦ୍ଧା ଏସଡିପିଓ ଅନିଲ ମହାନ୍ତି ଧାରଣା ଦେଇଥିବା ଆଦିବାସୀଙ୍କ ସହ ଆଲୋଚନା କରି ବିଫଳ ହୋଇଥିବା ଜଣାପଡିଛି ।
ଇଟିଭି ଭାରତ, ଖୋର୍ଦ୍ଧା