ଓଡିଶା

odisha

ETV Bharat / videos

2036ରେ ଅଲିମ୍ପିକ୍‌ ପାଇଁ ପୂର୍ବ ପ୍ରସ୍ତୁତି, ଲାଗିଲା 16 ହଜାର ଗଛ - Pangarsingh Reserved Forest

By ETV Bharat Odisha Team

Published : Jul 5, 2024, 10:34 PM IST

Pangarsingh Reserved Forest: ଖୋର୍ଦ୍ଧା: 2036 ମସିହାରେ ଭାରତ ଅଲିମ୍ପିକ୍‌ ଆୟୋଜନ କରିବାକୁ ଯାଉଛି । ଯେଉଁଠି ଅଲିମ୍ପିକ୍‌ ଆୟୋଜନ ହେବ, ସେଠାରେ ହଜାର ହଜାର ଗଛ ବଳି ପଡିବ । ତାକୁ ନେଇ ପୂର୍ବପ୍ରସ୍ତୁତି ଅନୁଯାୟୀ ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଧିନରେ ଥିବା ପାଙ୍ଗାରସିଂହ ସଂରକ୍ଷିତ ଜଙ୍ଗଲରେ ପାଖାପାଖି 25 ଏକର ଜାଗାରେ ପ୍ରାୟ 16 ହଜାର ବୃକ୍ଷରୋପଣ କରାଯାଇଛି । 75ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ କାର୍ଯ୍ୟକ୍ରମରେ ଏପରି ଏକ ନିଆରା ପଦକ୍ଷେପ ନିଆଯାଇଥିବା ଖୋଦ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଗଣମାଧ୍ୟମକୁ ଜିଲ୍ଲାପାଳ ଦେଇଥିବା ସୂଚନା ଅନୁସାରେ ଆସନ୍ତା 2036 ମସିହାରେ ଭାରତ ଅଲିମ୍ପିକ ଆୟୋଜନ କରିବା ପାଇଁ ପ୍ରସ୍ତୁତି ଜାରି ରଖିଛି । ଯେଉଁଠାରେ ଅଲିମ୍ପିକ ଆୟୋଜନ ହେବ, ସେଠାରେ ଅନେକ ଗଛ କାଟିବାକୁ ପଡିବ । ତେଣୁ 2036 ପୂର୍ବରୁ ଯେଉଁ ଗଛ କଟାଯିବ, ତାର ସ୍ଥାନ ପୂରଣ କରିବା ପାଇଁ ଏଭଳି ବୃକ୍ଷ ରୋପଣ କରାଯାଉଛି । ଆଜି ସେହିଭଳି ଭାବରେ ପଙ୍ଗାରସିଂହ ସଂରକ୍ଷିତ ଜଙ୍ଗଲ ପରିସରରେ ଆୟୋଜିତ ହୋଇଯାଇଛି ଜିଲ୍ଲାସ୍ତରୀୟ ବନ ମହୋତ୍ସବ । ଏହି କାର୍ଯ୍ୟକ୍ରମରେ ପାଖାପାଖି 16 ହଜାର ଚାରା ରୋପଣ କରାଯାଇଥିଲା । ଏବଂ ବିଭିନ୍ନ ବର୍ଗର ଲୋକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବେଗୁନିଆର ବିଧାୟକ ପ୍ରଦୀପ କୁମାର ସାହୁ ବୃକ୍ଷରୋପଣର ଉପକାରିତା ସମ୍ପର୍କରେ କହିବା ସହିତ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ମଧ୍ୟ ଦେଇଥିଲେ । ଆଜିଠାରୁ ପ୍ରତି ବାଡ଼ି ବଗିଚାରେ 5ଟି ଲେଖାଏଁ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ । ପରିବେଶ ସନ୍ତୁଳନ ରକ୍ଷା କରିବାରେ ଗଛର ଭୂମିକା ରହିଛି ବୋଲି ଖୋର୍ଦ୍ଧା ଜିଲ୍ଲାପରିଷଦର ଉପାଧ୍ୟକ୍ଷ ଗୋପୀନାଥ କହିଥିଲେ । ଗଛ ଲଗାଇଲେ ଧରିତ୍ରୀ ମାତା ଖୁସି ହେବେ ବୋଲି ଚିଲିକା ବନଖଣ୍ଡ ଅଧିକାରୀ ମତବ୍ୟକ୍ତ କରିଥିଲେ । 

ଏହା ମଧ୍ୟ ପଢ଼ନ୍ତୁ...ଗଛକଟାକୁ ପ୍ରତିବାଦ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ - Subarnapur Tree cutting

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details