ଚେନ୍ନାଇରେ ପଣା ସଂକ୍ରାନ୍ତି ପାଳିଲେ ପ୍ରବାସୀ ଓଡିଆ - Pana Sankranti - PANA SANKRANTI
Published : Apr 15, 2024, 12:04 PM IST
Pana Sankranti: ଚେନ୍ନାଇ: ରାଜ୍ୟ ବାହାରେ ଥାଇ ମଧ୍ୟ ଓଡ଼ିଶାର ପରମ୍ପରାକୁ ଭୁଲି ନାହାନ୍ତି । ତାମିଲନାଡୁରେ ଓଡିଆ ନବବର୍ଷ ପାଳିଲେ ପ୍ରବାସୀ ଓଡିଆ । ସ୍ୱାଭିମାନୀ ଓଡିଆ ଓମେନ୍ସ ୱାର୍ଲ୍ଡ (SOWW) ତରଫରୁ ଚେନ୍ନାଇରେ ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ ଅବସରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପଣା ପିଇ ନାଚ ଗୀତରେ ଝୁମିଲେ ପ୍ରବାସୀ ଓଡିଆ । ଏପ୍ରିଲ 13 ତାରିଖରେ ସେଠାରେ ରହୁଥିବା କିଛି ଓଡିଆ ପରିବାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ନାଚ ଗୀତର ଆସର ଜମିଥିଲା । ଛୋଟ ପିଲାଙ୍କ ପାଇଁର ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । ନାନାପ୍ରକାର ଓଡ଼ିଆ ଖାଦ୍ୟ ବ୍ୟଞ୍ଜନର ମଧ୍ୟ ଆୟୋଜନ କରାଯାଇଥିଲା । ରାଜ୍ୟ ବାହାରେ ଥାଇ ମଧ୍ୟ ଓଡ଼ିଶାର ପର୍ବ, କଳା ସଂସ୍କୃତି ଓ ପରମ୍ପରାକୁ ସେମାନେ ଭୁଲି ନାହାନ୍ତି ।
ଏହା ମଧ୍ୟ ପଢନ୍ତୁ-ପଣା ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହେଲା ଝାମୁଯାତ୍ରା, ରଡ ନିଆଁରେ ଚାଲିଲେ ପାଟୁଆ - Jhamu Jatra