ଓଡିଶା

odisha

ETV Bharat / videos

ନିଜସ୍ୱ ଉଦ୍ୟମ ଏବଂ ଖର୍ଚ୍ଚରେ ଲୋକଙ୍କ ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ବ୍ୟବସ୍ଥା କଲେ ଯୁବଗୋଷ୍ଠୀ

By ETV Bharat Odisha Team

Published : 4 hours ago

ବାଲେଶ୍ୱର: ବାତ୍ୟା ଦାନା ପାଇଁ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପୋଲିସ ପ୍ରଶାସନ ଏବଂ ବରିଷ୍ଠ ଅଧିକାରୀମାନେ ସଜାଗ ରହିଛନ୍ତି । ବାତ୍ୟା ମୁକାବିଲା ପାଇଁ ସବୁ ସ୍ତରରେ ପ୍ରଚେଷ୍ଠା କରାଯାଉଥିବା ବେଳେ ତଳିଆ ଏବଂ କଚ୍ଚା ଘରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଜିଲ୍ଲାରେ ପ୍ରାୟ ଅଢେଇ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଲକ୍ଷ ରଖାଯାଇଛି। ବାତ୍ୟା ଆଶ୍ରୟସ୍ଥଳରେ ଲୋକମାନଙ୍କ ରହିବା ଖାଇବା ବ୍ୟବସ୍ଥା କରାଯାଇଛି । 

ଏହାରି ଭିତରେ ବାଲେଶ୍ୱର ସହରର ସୁନହଟ ଠାରେ ଥିବା ବାବା ଭୁଜାଖିଆ ପୀର କମ୍ୟୁନିଟି ସେଣ୍ଟରକୁ ସ୍ଥାନୀୟ ଯୁବଗୋଷ୍ଠୀ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବସ୍ଥିତ କରିଛନ୍ତି। ଯେଉଁଠି ପ୍ରାୟ 1000 ଲୋକ ଏକା ସାଙ୍ଗରେ ରହି ପାରିବେ । ଦୁଇ ମହଲା ବିଶିଷ୍ଟ ଏହି କମ୍ୟୁନିଟି ସେଣ୍ଟରରେ ପାନୀୟ ଜଳ ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ସୁବିଧା ରହିଛି। ଯେହେତୁ ବର୍ତ୍ତମାନ ସୁଦ୍ଧା ବାତ୍ୟାର ପ୍ରଭାବ ଏତେଟା ଦେଖିବାକୁ ମିଳିନି ସେଥିପାଇଁ ଲୋକମାନେ ଏହି କମ୍ୟୁନିଟି ସେଣ୍ଟରକୁ ଆସି ନାହାନ୍ତି। ମାତ୍ର ଯୁବଗୋଷ୍ଠୀ ବସ୍ତି ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଚିହ୍ନଟ କରି ସାରିଥିବା ବେଳେ ରାତିରେ ଅଧିକ ବର୍ଷା କିମ୍ବା ପବନ ହେଲେ ଲୋକମାନଙ୍କୁ କମ୍ୟୁନିଟି ସେଣ୍ଟରକୁ ଅଣାଯିବ । 

ଏହା ବି ପଢନ୍ତୁ- CYCLONE 'DANA' UPDATES: ରାତିରେ ବଢିବ ବର୍ଷା, 'ଦୁର୍ବଳ ହେବନି, ଭୀଷଣ ବାତ୍ୟାର ରୂପ ନେବ'

ଏହା ବି ପଢନ୍ତୁ- ଓଡ଼ିଶାରେ କାହିଁକି ବାରମ୍ବାର ମାଡ଼ ହେଉଛି ବାତ୍ୟା ? ବଙ୍ଗୋପସାଗର ଆଶୀର୍ବାଦ ନା ଅଭିଶାପ, କଣ କହିଲେ IIT ପ୍ରଫେସର...

ଯୁବଗୋଷ୍ଠୀଙ୍କ ପ୍ରତିକ୍ରିୟା ଅନୁସାରେ, "ଯେହେତୁ ବାତ୍ୟାର ପ୍ରଭାବ ରହିବ, ଲୋକମାନେ ଯେମିତି ହଇରାଣ ନ ହୁଅନ୍ତୁ ତାହା ଚିନ୍ତା କରି ଆମେ ଏହି ଜାଗାରେ ଲୋକମାନଙ୍କୁ ରଖିବା ପାଇଁ ନିଷ୍ପତ୍ତି ନେଲୁ। ଏବେ ବାତ୍ୟାର ପ୍ରଭାବ ଅଧିକ ନଥିବାରୁ ରାତିରେ ଆମେ ଲୋକମାନଙ୍କୁ ସ୍ଥାନାନ୍ତର କରିବା ନେଇ ଚିନ୍ତା କରିଛୁ। ସେଥିପାଇଁ ବିଭିନ୍ନ ବସ୍ତିରେ ଆମ ଟିମ ମେମ୍ବର ସଜାଗ ଅଛନ୍ତି। କିଛି ଅସୁବିଧା ହେଲା ସାଂଗେସାଂଗେ ଲୋକମାନଙ୍କୁ ଏଠାକୁ ନେଇ ଆସିବୁ। ସେମାନଙ୍କ ପାଇଁ ବ୍ରେଡ଼, ରୋଟି, ଭାତ, ଡାଲମା ଖାଇବାର ମଧ୍ୟ ବ୍ୟବସ୍ଥା କରିଛୁ। କଚ୍ଚା ଘରେ ଥିବା ଲୋକମାନେ ଯେମିତି ବାତ୍ୟା ପ୍ରଭାବରେ ହଇରାଣ ନ ହୁଅନ୍ତୁ ସେଥିପାଇଁ ସେମାନଙ୍କ ସୁରକ୍ଷା ପ୍ରତି ଆମେ ଯତ୍ନବାନ ଅଛୁ ।"

ଇଟିଭି ଭାରତ, ବାଲେଶ୍ୱର 

ABOUT THE AUTHOR

...view details