ଓଡିଶା

odisha

ETV Bharat / videos

ମକର ସଂକ୍ରାନ୍ତି 2025: ବାଲୁକାରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ - SAND ART ON MAKAR SANKRANTI

By ETV Bharat Odisha Team

Published : Jan 14, 2025, 10:48 AM IST

MAKAR SANKRANTI 2025: ପୁରୀ: ବାଲୁକା ଚିତ୍ରକଳାରେ ମକର ସଂକ୍ରାନ୍ତିର ଶୁଭେଚ୍ଛା । ମକର ସଂକ୍ରାନ୍ତି ଉପଲକ୍ଷେ ପୁରୀ ନିଳାଦ୍ରୀ ବେଳାଭୂମିରେ ବାଲୁକା ଚିତ୍ରକଳା ମଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲୁକାରେ ବିଭିନ୍ନ ରଙ୍ଗର ଗୁଡି ତିଆରି କରି ଦେଶବାଶୀଙ୍କ ଶୁଭେଚ୍ଛା ଜଣାଇଛନ୍ତି । ବାଲୁକାରେ ଲେଖା ହୋଇଛି 'ମେରା ଦେଶ ମହାନ' ।  ଦେଶର ବିଭିନ୍ନ ପ୍ରାନ୍ତରେ 'ମକର ସଂକ୍ରାନ୍ତି' ପାଳନ କରାଯାଉଥିବା ବେଳେ ଏହାର ନାଁ କିନ୍ତୁ ଭିନ୍ନଭିନ୍ନ ରହିଛି । ଦକ୍ଷିଣ ଭାରତରେ ଏହି ପର୍ବକୁ 'ପୋଙ୍ଗଲ', ଉତ୍ତର ଭାରତରେ 'ଲୋହରୀ', ପୂର୍ବ ଭାରତରେ 'ମକର ସଂକ୍ରାନ୍ତି' ଓ ଉତ୍ତର-ପୂର୍ବ ଭାରତରେ 'ବିହୁ' ଭାବେ ପାଳନ କରାଯାଏ । ତେବେ ଗୋଟିଏ ପର୍ବକୁ ଏକାଧିକ ନାଁରେ ପାଳନ କରାଯାଉଥିବାରୁ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳାରେ 'ମେରା ଭାରତ ମହାନ୍' ବାର୍ତ୍ତା ଦେଇଛନ୍ତି । ଏହି ଚିତ୍ରକଳାକୁ ଦେଖିବା ପାଇଁ ନିଳାଦ୍ରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ବେଶ୍ ଭିଡ଼ ଦେଖିବାକୁ ମିଳିଛି । ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ପୂଜାର୍ଚ୍ଚନା କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ...ରାଶିଫଳ: ମକର ସଂକ୍ରାନ୍ତିରେ ଲକ୍ଷପତି ହେବେ ଏହି ରାଶି, ଭାଗ୍ୟରେ ଅଛି ରାଜଯୋଗ - TODAY HOROSCOPE 

ଏହା ମଧ୍ୟ ପଢନ୍ତୁ ...ଆଜି ପବିତ୍ର ମକର ସଂକ୍ରାନ୍ତି; ଜାଣନ୍ତୁ କଣ ରହିଛି ପୂଜାବିଧି, କାହିଁକି ହୁଏ ମକର ଚାଉଳ ଭୋଗ ? - MAKAR SANKRANTI 2025 

ଏହା ମଧ୍ୟ ପଢନ୍ତୁ...ଉତ୍ସବ ମୁଖର ରେଶମ ସହର, ଧୁମଧାମରେ ‘ଭୋଗୀ’ ପାଳିଲେ ଓଡ଼ିଆ-ତେଲୁଗୁ ସମ୍ପ୍ରଦାୟ - BHOGI 2025

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details