ଦାରୁବ୍ରହ୍ମଙ୍କ ପବିତ୍ର ବାହୁଡା ଯାତ୍ରା, ପୁରୀରୁ ଦେଖନ୍ତୁ ସିଧାପ୍ରସାରଣ - Bahuda Jatra 2024 LIVE - BAHUDA JATRA 2024 LIVE
Published : Jul 15, 2024, 8:06 AM IST
|Updated : Jul 15, 2024, 7:01 PM IST
ପୁରୀ: ବାହୁଡିବେ ମହାବାହୁ । ଆଷାଢ଼ ଶୁକ୍ଲ ପକ୍ଷ ଦଶମୀ ତିଥିରେ ପବିତ୍ର ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥାଏ । ଜନ୍ମବେଦୀରେ ଲୀଳାଖେଳା ସାରି ବଡ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ଆଜି ଶ୍ରୀନଅର ଫେରିବେ ମହାପ୍ରଭୁ ଜଗନ୍ନାଥ । ତିନିଠାକୁରଙ୍କୁ କୋଳେଇ ନେବାକୁ ଶରଧାବାଲିରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ଅପେକ୍ଷାର ଅନ୍ତ ଘଟିଛି । ରଥାରୂଢ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଦାରୁଦିଅଁଙ୍କୁ ରତ୍ନ ସିଂହାସନକୁ ପାଛୋଟି ଆଣିବାକୁ ଲକ୍ଷାଧିକ ଭକ୍ତ ଭିଡ ଜମାଇଲେଣି । ଆଜି ପୁଣି ଭକ୍ତ ଓ ଭଗବାନଙ୍କ ହେବ ମହାମିଳନ । ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖି ନିଜକୁ ଧନ୍ୟମନେ କରୁଛନ୍ତି ଭକ୍ତ । ଭାବବିହ୍ୱଳ କଣ୍ଠରେ ଗଗନ ପବନରେ କମ୍ପିଉଠୁଛି ଜୟ ଜଗନ୍ନାଥ ନାରା । ଅଶ୍ରୁଳ ଆଖିରେ ଚକାଆଖିକୁ ଦେଖି କୁଣ୍ଢେମୋଟ ହୋଇପଡୁଛି ଭକ୍ତ । ଶ୍ରୀବିଗ୍ରହଙ୍କ ବିନା ଶ୍ରୀମନ୍ଦିର ଖାଁ ଖାଁ ହୋଇଯାଇଥିବା ବେଳେ ପୁଣି ପୁରି ଉଠିବ ମନ୍ଦିର । ଲକ୍ଷ ଲକ୍ଷ ଭକ୍ତ ଶ୍ରଦ୍ଧାର ସହ ଭକ୍ତିର ସହ ବଡଦାଣ୍ଡକୁ ଟାଣିନେବେ ରଥ । ଏହି ଅଲୌକିକ ଦୃଶ୍ୟକୁ ଦେଖିବାକୁ ଚାତକ ଭଳି ଅନେଇ ରହିଛନ୍ତି ପୁରା ବିଶ୍ୱବାସୀ ।ଇଟିଭି ଭାରତ, ପୁରୀ
Last Updated : Jul 15, 2024, 7:01 PM IST