ଓଡିଶା

odisha

ETV Bharat / videos

ଦୁଇ ଫେରାର ଅଭିଯୁକ୍ତଙ୍କ ପଳାତକ ଘୋଷିତ, ୩୦ଦିନ ମଧ୍ୟରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ - Accused Declared Absconding - ACCUSED DECLARED ABSCONDING

By ETV Bharat Odisha Team

Published : Mar 25, 2024, 7:30 AM IST

Rayagada Police declared two accused fugitives: ରାୟଗଡ଼ା: ଦୁଇ ଫେରାର ଅଭିଯୁକ୍ତଙ୍କୁ ପଳାତକ ଘୋଷଣା କଲା ରାୟଗଡା ପୋଲିସ । ଉକ୍ତ ଦୁଇଜଣ ଫେରାର ରହିଥିବାରୁ ବାରମ୍ବାର କୋର୍ଟର ସମନ ସତ୍ତ୍ବେ କୋର୍ଟରେ ହାଜର ହୋଇନଥିଲେ । ଫଳରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାୟଗଡା ପୋଲିସ ସେମାନଙ୍କୁ ପଳାତକ ଘୋଷଣା କରିଛି । ପୋଲିସ ପକ୍ଷରୁ ସେମାନଙ୍କ ବାସଗୃହ, କଲୋନୀ ଏବଂ ଜନସମାଗମ ଅଞ୍ଚଳରେ ଡେଙ୍ଗୁରା ଓ ନୋଟିସ ଲଗାଇ ସୂଚନା ଦିଆଯାଇଛି ।  

ଏହା ମଧ୍ୟ ପଢ଼ନ୍ତୁ.... କର୍ଣ୍ଣାଟକରେ କ୍ରାଇମ୍, କେରଳରୁ ଗିରଫ: 31 ବର୍ଷର ଲୁଚକାଳି ପରେ ପୋଲିସ ପଞ୍ଝାରେ ପତ୍ନୀହନ୍ତା ସ୍ୱାମୀ

ସୂଚନା ଅନୁଯାୟୀ ୨୦୦୯ ମସିହାରେ ଏକ ଚୋରି ମାମଲାରେ ରାୟଗଡ଼ା ଥାନାରେ କେସ ନଂ ୧୭୩/୦୯ରେ ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ସମ୍ପୃକ୍ତ ଶୁଣ୍ଡି ଆକାଶ ଘଟଣା ଦିନ ଠାରୁ ଗାଁ ଛାଡ଼ି ଫେରାର ରହିଛନ୍ତି । ଏନେଇ ରାୟଗଡ଼ା ଏସଡିଜେଏମ୍ କୋର୍ଟ ଜିଆର କେସ ନଂ୩୫୩/୦୯ ମାମଲାରେ ଆକାଶଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି । 

ସେହିଭଳି ଅନ୍ୟ ଏକ ମାମଲାରେ ରାୟଗଡ଼ା ଥାନା କେସ ନଂ ୧୦୯/୧୫ ଏବଂ ଏସଡିଜେଏମ୍ କୋର୍ଟ ଜିଆର କେସ ନଂ୨୭୩/୧୫ରେ ଦୂରେନ କୁଲେସିକାଙ୍କ ନାମରେ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ତେବେ ଉଭୟ ନୋଟିସ ଲାଗିବାର ୩୦ଦିନ ମଧ୍ୟରେ କୋର୍ଟରେ ହାଜର ହେବା ନେଇ ଉଲ୍ଲେଖ ରହିଛି । ସେମାନେ ହାଜର ନହୁଅନ୍ତି ତେବେ ସେମାନଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରାଯିବ ବୋଲି ମଧ୍ୟ ନୋଟିସରେ ଲେଖା ଅଛି । ଏହି ଘୋଷଣା ସମୟରେ ରାୟଗଡ଼ା ଏସଡିପିଓ ରଶ୍ମିରଞ୍ଜନ ସେନାପତି, ଟାଉନ ଥାନା ଆଇଆଇସି କେକେବିକେ କହଁର ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details