ଓଡିଶା

odisha

ETV Bharat / videos

ଦ୍ରୁତ ଗତିରେ ଆଗେଇ ଚାଲିଛି ରଥର ନିର୍ମାଣ କାର୍ଯ୍ୟ, ତିନି ରଥର ଲାଗିଲା ଦଣ୍ଡା - Ratha Construction work Underway - RATHA CONSTRUCTION WORK UNDERWAY

By ETV Bharat Odisha Team

Published : Jun 15, 2024, 5:25 PM IST

Ratha Construction work Underway: ପୁରୀ: ମହାପ୍ରଭୁଙ୍କ ତିନିରଥର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଆଜି ତିନି ରଥର ଦଣ୍ଡା ଉଠିଛି। ତିନି ରଥର ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ସହଯୋଗୀ ମହାରଣା ଏବଂ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ଚାଲିଛି ରଥ କାମ। ଭୋଇ ସେବକ ମାନଙ୍କ ସହଯୋଗରେ ତିନି ରଥର ଚକ ଥାକ ସହ ଦିଗ ନିର୍ଣ୍ଣୟ କାର୍ଯ୍ୟ ସମ୍ପନ୍ନ ହୋଇଅଛି। ରଥ ଯାତ୍ରା ପୂର୍ବ ଦିନ ତିନି ରଥ ବିନା ବାଧାରେ ଯେପରି ନିଜ ନିଜ ସ୍ଥାନରେ ସିଂହଦ୍ଵାର ଠାରେ ପହଞ୍ଚି ପାରିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି। ସେଥିପ୍ରତି ଦୃଷ୍ଠିଦେଇ ଦିଗ ନିର୍ଣ୍ଣୟ କରାଯାଇ ଚକ..ଅଖ ଗୁଡ଼ିକୁ ମଧ୍ୟ ସେଟିଂ କରାଯାଇଛି।  

ଏହା ମଧ୍ୟ ପଢନ୍ତୁ.. ଚଳିତ ବର୍ଷ ଗୋଟିଏ ଦିନରେ ଶ୍ରୀଗୁଣ୍ଡିଚା ଯାତ୍ରା, ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ; ରଥ ଟଣା ହେବ ବିଳମ୍ବ - Ratha Yatra 2024

ଏଥିସହ ରଥ ନିର୍ମାଣ ସମୟରେ ଚକ ଗୁଡ଼ିକ ନିଜ ସ୍ଥାନରୁ ନଗଡିବା ପାଇଁ ପ୍ରତ୍ୟେକ ଚକର ଉଭୟ ପାର୍ଶ୍ୱରେ ଆମ୍ବ ଗଡ ବାନ୍ଧ ଦିଆଯିବ। ଏହାସହ ରଥ ଉପର ନିର୍ମାଣ କାର୍ଯ୍ୟ ଗଢି ଉଠିଲେ ଅଖ ଉପରେ ଅଧିକ ଚାପ ନପଡ଼ିବା ପାଇଁ ଅଖକୁ ମୁଣ୍ଡାଇ ରଖିବା ପାଇଁ ଅଖ ତଳେ ଆମ୍ବ ଗଡ ବା ମେଣ୍ଢି ଖମ୍ବ ଲଗାଯାଇଛି। ପାଞ୍ଚ ଦଣ୍ଡାରେ ଲାଗିଥିବା ଗୁଜ, ଜଳଜନ୍ତ୍ର ଏବଂ କୁଡୁକା ଇତ୍ୟାଦିରେ କାପ, କଳସା, ବିନ୍ଧ କାର୍ଯ୍ୟ ଶେଷ ହୋଇଛି।  ଅଖ ଉପରକୁ ତିନି ରଥର ଦଣ୍ଡା ଫ୍ରେମ ଉଠିଲା ପରେ ଫ୍ରେମରେ କଣ୍ଟା ବାଡିଆ ଯାଇ ଦଣ୍ଡା ଫ୍ରେମକୁ ଉଠାଯିବ ।  

ତିନି ରଥର ଦୁଇଟି ଲେଖାଏଁ ଚଉପଟ ଗରଗରରେ ବିନ୍ଧ କାର୍ଯ୍ୟ ଶେଷ ହୋଇଥିବା ବେଳେ ତିନି ରଥର ୪ଟି ଲେଖାଏଁ ଚଉଦ ନାହାକା ନିର୍ମାଣ ଶେଷ ହୋଇଛି। ରୂପକାର ସେବକ ମାନେ ତିନିଥର ଦୁଆର ପାଇଁ ନାଟଗୋଡ଼ରେ ରାହୁରୂପ ଖୋଦେଇ ସହ ସିଂହାସନ ମୁହାଁଟିରେ ଖୋଦେଇ ଚିତ୍ରର ପଲିସ କାର୍ଯ୍ୟ ଜାରୀ ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ଯୋକା କଣ୍ଟା, ଗୟଳ କଣ୍ଟା ଏବଂ ଚନାକ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details