ଓଡିଶା

odisha

ETV Bharat / videos

ରଥ ନିର୍ମାଣ ନେଇ ଚଳଚଞ୍ଚଳ ରଥଖଳା, 12ଟି ତୁମ୍ବ କାର୍ଯ୍ୟ ଶେଷ - Tumba Making for Ratha Yatra - TUMBA MAKING FOR RATHA YATRA

By ETV Bharat Odisha Team

Published : May 14, 2024, 8:39 PM IST

RATHA YATRA 2024: ପୁରୀ: ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳା। ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି ବିଶ୍ଵକର୍ମା, ଭୋଇ, କରତି ଓ କମାର ସେବାୟତ। ତିନି ରଥର ପ୍ରାରମ୍ଭିକ କାର୍ଯ୍ୟ ଚକ ନିର୍ମାଣ ପାଇଁ ଏବେ ତୁମ୍ବ କାର୍ଯ୍ୟ ଜୋର ସୋରରେ ଆଗେଇ ଚାଲିଛି। ତିନି ରଥ ପାଇଁ ମୋଟ ୪୨ଟି ତୁମ୍ବରୁ ୧୨ଟି ତୁମ୍ବର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏପଟେ ତୁମ୍ବ ନିର୍ମାଣ ପାଇଁ ଆବଶ୍ୟକ ଥିବା ସମସ୍ତ କାଠ ପର୍ଯ୍ୟାପ୍ତ ପରିମାଣରେ ଥିବା ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ କହିଛନ୍ତି।  

ଏହା ମଧ୍ୟ ପଢ଼ନ୍ତୁ.. ଚାଲିଛି ତିନି ରଥର ତୁମ୍ବ ଓ ଅର କଣ୍ଟା କାର୍ଯ୍ୟ - Chariot Making

ସେପଟେ ଦୋଳବେଦୀର ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ କଣ୍ଟା ନିର୍ମାଣରେ ଲାଗି ପଡ଼ିଛନ୍ତି। ତିନି ରଥ ପାଇଁ ଅର କଣ୍ଟା ପ୍ରସ୍ତୁତ କରୁଛନ୍ତି ଓଝା ସେବକ। ଆଜି ରଥ ନିର୍ମାଣ କାର୍ଯ୍ୟର ଚତୁର୍ଥ ଦିନରେ ରଥଖଳାରେ ଭୋଇ, କରତି, କମାର ଓ ବିଶ୍ଵକର୍ମାଙ୍କୁ ମିଶାଇ ମୋଟ ୭୭ ଜଣ ସେବକ ନିୟୋଜିତ ହୋଇଛନ୍ତି।‌ ସକାଳ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ନିର୍ମାଣକାରୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।‌ ସେପଟେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଦେଖି ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ମଧ୍ୟ ନିଜକୁ ଭାଗ୍ୟବାନ ମନେ କରିଛନ୍ତି। ତିନି ରଥର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଆଗାମୀ ନୃସିଂହ ଚତୁର୍ଦ୍ଦଶୀରେ ଜନ୍ତାଗାଡକୁ ପ୍ରସ୍ତୁତ କରାଯାଇ ତୁମ୍ବ ସହିତ ଅର ସଂଯୋଗ କରାଯିବ। ସେହିପରି ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ତିନି ରଥର ୬ଟି ଚକ ସହ ତିନୋଟି ଅଖ ଡେରା ଯିବାର ବିଧି ରହିଛି।  

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details