ଓଡିଶା

odisha

ଭଦ୍ରକର ନିଆରା ରଥଯାତ୍ରା; ପ୍ରଥମେ ବାହାରିଲା ନନ୍ଦିଘୋଷ, ଶୁଭଦ୍ରାଙ୍କ ରଥ ଟାଣିଲେ ମହିଳା - Charitaraf Rath yatra 2024

By ETV Bharat Odisha Team

Published : Jul 9, 2024, 9:01 AM IST

Bhadrak Rath Yatra 2024 (ETV Bharat Odisha)

Bhadrak Rath Yatra 2024: ଭଦ୍ରକ: ନିଆରା ରଥଯାତ୍ରା । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଚାରିତରଫରେ ନିଆରା ଢଙ୍ଗରେ ପାଳନ ହୁଏ ରଥଯାତ୍ରା । ପରମ୍ପରା ଅନୁଯାଇ ଗାଁ ମଧ୍ୟ ଦେଇ ପ୍ରଥମେ ନନ୍ଦିଘୋଷ ରଥ ଗଡିବା ପରେ ସେଠାରୁ ବାଜା ରୋଷଣୀର ତାଳେତାଳେ ବାହାରପାଳ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ଦେଇ ଚାରିତରଫ ଛକ ପର୍ଯ୍ୟନ୍ତ ଆସିଥାଏ । ଏହି ସମୟରେ ମନ୍ଦିର ନିକଟରୁ ତାଳଧ୍ୱଜ ଏବଂ ଦେବଦଳନ ରଥ ଯାଇ ସେଠାରୁ ସାଥି ହୋଇ ଯାଇଥାନ୍ତି ।

ହଜାର ହଜାର ଭକ୍ତଙ୍କ ସମାଗମରେ ଚାରିତରଫ ପବିତ୍ର ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୋମବାର ସମସ୍ତ ନୀତିକାନ୍ତି କରାଯାଇ ତିନିଠାକୁରଙ୍କୁ ରଥାରୂଢ କରାଯାଇଥିଲା । ଜୟ ଜଗନ୍ନାଥ ନାରା ଦେଇ ରଥକୁ ଟାଣି ନେଇଥିଲେ ହଜାର ହଜାର ଭକ୍ତ । ଏଠାରେ ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ଟାଣିଥାନ୍ତି । ଏହି ରଥଯାତ୍ରାର ଏକ ସ୍ୱତନ୍ତ୍ରତା ରହିଛି । ପରମ୍ପରା ଅନୁଯାୟୀ ପ୍ରଥମେ ଗାଁ ମଧ୍ୟ ଦେଇ ନନ୍ଦିଘୋଷ ରଥ ଗଡି ଚାରିତରଫ ଛକ ପର୍ଯ୍ୟନ୍ତ ଆସିଥିଲା । ଏହି ସମୟରେ ମନ୍ଦିର ନିକଟରୁ ତାଳଧ୍ୱଜ ଏବଂ ଦେବଦଳନ ରଥ ବାହାରି ସେଠାରୁ ସାଥି ହୋଇ ଯାଇଥିଲେ ।

କିଛି ବାଟ ଯିବା ପରେ ଗଦି ନିକଟରେ ଶ୍ରୀଜିଉମାନଙ୍କୁ ବରଣି କରାଯାଇଥିଲା । ପରେ ମାଉସୀମା ମନ୍ଦିର ଭାବେ ଦରପୁର ଗାଁର ଶ୍ୟାମସୁନ୍ଦର ଜୀୟୁଙ୍କ ମନ୍ଦିରରେ ପହଞ୍ଚିଥିଲେ । ବାଟରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମାପନ ନେଇ ପୀରହାଟ ଥାନା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. ପାତାଳୀ ଶ୍ରୀକ୍ଷେତ୍ରରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି; ଆଳତି କଲେ ବିଧାୟକ ସରୋଜ - Patali Srikshyetra Rath Yatra

1978 ମସିହାରେ ଚାରିତରଫ ଗାଁର ମଣି ମଠରେ ଶ୍ରୀ ଜଗନ୍ନାଥ ମନ୍ଦିର ସ୍ଥାପିତ ହୋଇଥିଲା । ପ୍ରଥମେ ଏକ ସାର୍ବଜନୀନ କମିଟି ଜରିଆରେ ଗୋଟିଏ ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅବସ୍ଥାନ କରାଯାଇ ରଥଯାତ୍ରା ପାଳନ କରାଯାଉଥିଲା । ପରେ ଗ୍ରାମବାସୀମାନଙ୍କ ନିଷ୍ପତି ଅନୁଯାୟୀ 2015 ମସିହାରେ ତିନୋଟି ରଥ ତାଳଧ୍ୱଜ, ଦେବଦଳନ ଏବଂ ନନ୍ଦିଘୋଷ ରଥ ନିର୍ମାଣ କରାଯାଇଥିଲା । ଚାରିତରଫ ଗାଁରୁ ରଥ ବାହାରି ଗଦି ବଜାର ଅତିକ୍ରମ କରି ମାଉସୀମା ମନ୍ଦିର ଭାବେ ଦରପୁର ଗାଁର ଶ୍ୟାମସୁନ୍ଦର ଜୀୟୁଙ୍କ ମନ୍ଦିରରେ ରହିଥାନ୍ତି ଏବଂ ବାହୁଡାରେ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିଥାନ୍ତି । 


ଇଟିଭି ଭାରତ, ଭଦ୍ରକ 

ABOUT THE AUTHOR

...view details