ଓଡିଶା

odisha

ETV Bharat / videos

ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ମିଳିଲା ବିଜେଡି ଟିକେଟ - Berhampur Assembly Constituency - BERHAMPUR ASSEMBLY CONSTITUENCY

By ETV Bharat Odisha Team

Published : Apr 3, 2024, 10:07 PM IST


Ramesh Ch Chayupatnaik BJD MLA candidate: ବ୍ରହ୍ମପୁର:  ବିଜୁ ଜନତା ଦଳ ପକ୍ଷରୁ ତୃତୀୟ ପର୍ଯ୍ୟାୟ ଲୋକସଭା ଏବଂ ଦ୍ବିତୀୟ ପର୍ଯ୍ୟାୟରେ ବିଧାନସଭା ଟିକେଟ ଘୋଷଣା କରାଯାଇଛି । ଏହି ଘୋଷଣାରେ ବ୍ରହ୍ମପୁର ବିଧାନସଭା ପାଇଁ ଦଳ ପକ୍ଷରୁ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ଦଳ । ବ୍ରହ୍ମପୁରର ୫ ଥର ବିଧାୟକ ଭାବରେ ବିଜୟୀ ହୋଇଥିବା ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଉପରେ ଦଳ ପୁଣି ଥରେ ଆସ୍ଥା ପ୍ରକଟ କରିଛି । ଏନେଇ ସେ ଖୁସି ବ୍ୟକ୍ତ କରିବା ସହ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ରାଜ୍ୟର ୫ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

ଏହା ମଧ୍ୟ ପଢନ୍ତୁ...ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା; ବ୍ରହ୍ମପୁର ଲୋକସଭାରୁ ଲଢିବେ ଭୃଗୁ ବକ୍ସିପାତ୍ର - BJD Lok Sabha And MLA Candidates

ଏପରିକି ସେ ଗତ ନିର୍ବାଚନରେ ଟିକେଟ ପାଇନଥିବାବେଳେ ବିଧାୟକ ଭାବରେ ବିକ୍ରମ କୁମାର ପଣ୍ଡାଙ୍କୁ ଟିକେଟ ମିଳିଥିଲା । ବିକ୍ରମ ବିଜୟୀ ମଧ୍ୟ ହୋଇଥିଲେ । ହେଲେ ଚଳିତଥର ପୁଣି ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଟିକେଟ ମିଳିବା ପରେ ଦକ୍ଷିଣ ଓଡ଼ିଶାର ଏହି ପ୍ରମୁଖ ସହରକୁ ଏକ ଶ୍ରେଷ୍ଠ ସହର ଭାବରେ ଗଢିତୋଳିବା ନେଇ ଲକ୍ଷ୍ୟ ଅଛି ବୋଲି କହିଛନ୍ତି ଚ୍ୟାଉ ପଟ୍ଟନାୟକ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details