ଓଡିଶା

odisha

ରାଜସ୍ଥାନରୁ ପୁରୀ ପଦଯାତ୍ରା, ମହାପ୍ରଭୁଙ୍କ ଦର୍ଶ କରିବେ ସାଧୁ - FOOT JOURNEY TO PURI

By ETV Bharat Odisha Team

Published : Jul 2, 2024, 4:58 PM IST

ରାଜସ୍ଥାନରୁ ପୁରୀ ପଦଯାତ୍ରା (ETV Bharat Odisha)

ରାଉରକେଲା: ଜଗତର ନାଥ ଜଗନ୍ନାଥ । ତାଙ୍କ ଭକ୍ତିରେ ଲିନ ଏହି ସମଗ୍ର ସଂସାର । ସେହି ମହାପ୍ରଭୁଙ୍କ ଭକ୍ତି ଜଣେ ଭକ୍ତକୁ ରାଜସ୍ଥାନରୁ ଶ୍ରୀକ୍ଷେତ୍ରକୁ ଟାଣି ଆଣିଛି । ରାଉରକେଲା ଦେଇ ସେ ପୁରୀ ଅଭିମୁଖେ ଯାତ୍ରା କରୁଛନ୍ତି । ଏହି ଭକ୍ତ ଜଣକ ମୁଣ୍ଡିଆ ମାରି ସାଷ୍ଟାଙ୍ଗ ପ୍ରଣାମ କରି କରି ମହାପ୍ରଭୁ ଜଗନ୍ନାଥଙ୍କୁ ଭେଟିବା ପାଇଁ ବାହାରି ଯାଇଛନ୍ତି । ତେବେ ପ୍ରଭୁଙ୍କ ପାଖରେ ତାଙ୍କ ଦୁଃଖ ଜଣାଇବା ପାଇଁ ସେ ରାଜସ୍ଥାନରୁ ଚାଲି ଆସିଛନ୍ତି ଓଡ଼ିଶା ।  

ଏହା ମଧ୍ୟ ପଢ଼ନ୍ତୁ.. ପୂର୍ବରୁ ମଧ୍ୟ ବହୁ ଥର ଶ୍ରୀମନ୍ଦିର ଆସିଛନ୍ତି ରାଷ୍ଟ୍ରପତି, ପୁରୁଣା ଦିନର ସ୍ମୃତି ବଖାଣିଲେ କୌଳିକ ପଣ୍ଡା - President Murmu puri visit

ଏହି ବ୍ୟକ୍ତି ଜଣକ ହେଉଛନ୍ତି ହରି ସିଂ ମାଲି । ତାଙ୍କ ଘର ରାଜସ୍ଥାନ ରାଜ୍ୟର ସବାଇ ମାଧପୁର ଅଞ୍ଚଳରେ । ସେ ରାଜସ୍ଥାନରୁ ବାହାରି ଅଯୋଧ୍ୟା, ବନାରସ, ବୃନ୍ଦାବନ, ଗୋବର୍ଦ୍ଧନ ଏବଂ ରାଞ୍ଚି ଜଗନ୍ନାଥ ଦେଇ ଏବେ, ରାଉରକେଲାର ବିରମିତ୍ରପୁର ଦେଇ ପୁରୀ ଅଭିମୁଖେ ଯାତ୍ରା କରୁଛନ୍ତି । ହରି ସିଂ ମାଲି କହିଛନ୍ତି "୧୭ ମାସ ପୂର୍ବରୁ ରାଜସ୍ଥାନରୁ ଏହିଭଳି ଭାବରେ ମୁଣ୍ଡିଆ ମାରି ମାରି ହିନ୍ଦୁ ଧର୍ମସ୍ଥଳର ଦର୍ଶନ କରିବା ପାଇଁ ବାହାରିଥିଲେ । ଦେଶରେ ହିନ୍ଦୁଙ୍କୁ ଏକତ୍ର କରିବା ଏବଂ ହିନ୍ଦୁ ଧର୍ମକୁ ଜାଗ୍ରତ କରିବା ପାଇଁ ସେ ଏହି ପଦକ୍ଷେପ ନେଇଛନ୍ତି । ଆଜି ପର୍ଯ୍ୟନ୍ତ ଏତେଦିନ ହେଲା କେବେ ହେଲେ ଖାଇବା ପିଇବାକୁ ନେଇ ଅସୁବିଧା ହୋଇନାହିଁ, ମହାପ୍ରଭୁ ସବୁବେଳେ ସାଙ୍ଗରେ ଅଛନ୍ତି ଏବଂ ସବୁ ଦୁଃଖ ଦୂର କରିଛନ୍ତି ।"  

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details