ETV Bharat / state

ପୂର୍ବରୁ ମଧ୍ୟ ବହୁ ଥର ଶ୍ରୀମନ୍ଦିର ଆସିଛନ୍ତି ରାଷ୍ଟ୍ରପତି, ପୁରୁଣା ଦିନର ସ୍ମୃତି ବଖାଣିଲେ କୌଳିକ ପଣ୍ଡା - President Murmu puri visit

author img

By ETV Bharat Odisha Team

Published : Jul 2, 2024, 3:32 PM IST

PRESIDENT MURMU PURI VISIT: ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଉତ୍ସାହିତ ପୁରୀ । ପୂର୍ବରୁ ମଧ୍ୟ ଶ୍ରୀମନ୍ଦିରରେ ଦର୍ଶନ କରିଥିଲେ ରାଷ୍ଟ୍ରପତି । କଣ କହୁଛନ୍ତି ତାଙ୍କ କୈଳିକ ପଣ୍ଡା । ଅଧିକ ପଢନ୍ତୁ

President Droupadi Murmu
President Droupadi Murmu (ETV Bharat Odisha)

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ସାମିଲ୍ ହେବେ ରାଷ୍ଟ୍ରପତି । ଜୁଲାଇ ୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ସେ ଏଥିରେ ସାମିଲ ହେବାକୁ ଯାଉଛନ୍ତି । ରାଷ୍ଟ୍ରପତି ହେବା ପୂର୍ବରୁ ସେ ଅନେକ ଥର ଶ୍ରୀମନ୍ଦିର ଆସିଛନ୍ତି । ଜଣେ ସାଧାରଣ ବ୍ୟକ୍ତି ଭାବେ ଦକ୍ଷିଣ ଦ୍ଵାର ନିକଟରେ ରାଣୀଘର ମଠରେ ରୁହନ୍ତି । ମନ୍ଦିର ଭିତରେ 2ରୁ 3ଘଣ୍ଟା ଅତିବାହିତ କରନ୍ତି । ରାଷ୍ଟ୍ରପତି ପୁଣି ଶ୍ରୀମନ୍ଦିର ଆସୁଥିବାରୁ ତାଙ୍କ କୌଳିକ ପଣ୍ଡା ପୁରୁଣା ଦିନର ସ୍ମୃତି ବଖାଣିଛନ୍ତି ।

ତେବେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ନେଇ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ସମ୍ପୂର୍ଣ୍ଣ ସହରରେ କିଭଳି କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ ସେନେଇ ପୋଲିସ ବିଭାଗ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ସେପଟେ ରଥଯାତ୍ରାରେ ସାମିଲ ହୋଇ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସହ ରାଷ୍ଟ୍ରପତି ରଥ ଟାଣିବାର କାର୍ଯ୍ୟକ୍ରମ ଥିବାରୁ ଏହାକୁ ନେଇ ବେଶ ଉତ୍ସାହିତ ହୋଇପଡିଛନ୍ତି ତାଙ୍କର କୌଳିକ ପଣ୍ଡା ।

ତେବେ ବଡ କଥା ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯେତେବେଳେ ରାଷ୍ଟ୍ରପତି ନଥିଲେ ସାଧାରଣ ବ୍ୟକ୍ତି ଭଳି ସେ ଅନେକ ଥର ପୁରୀ ଆସିଛନ୍ତି । ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ନିକଟରେ ରାଣୀଘର ମଠରେ ସେ ଅନେକ ଥର ରହିଥିଲେ । ସେ ସକାଳୁ ଉଠି ଜଣେ ସାଧାରଣ ବ୍ୟକ୍ତି ଭଳି ମହାପ୍ରଭୁଙ୍କୁ ଯାଇ ଦର୍ଶନ କରନ୍ତି । ସେ ତାଙ୍କ ପରିବାର ସହ ଅନେକ ଥର ଆସିଛନ୍ତି । ସେ ମହାପ୍ରଭୁଙ୍କୁ ବହୁତ ଭକ୍ତି କରନ୍ତି ବୋଲି କହିଛନ୍ତି ତାଙ୍କ କୌଳିକ ପଣ୍ଡା ।

ଏହା ମଧ୍ୟ ପଢନ୍ତୁ :- ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା; ସମସ୍ତଙ୍କ ସହଯୋଗ କାମନା କଲେ, ୨ଦିନ ଛୁଟି ବଢାଇଲେ - Rath Yatra 2024

ଜୁଲାଇ ୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁଙ୍କ ଏହି ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ତେବେ ଚଳିତବର୍ଷ ରଥଯାତ୍ରାରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ୍ ହେବାକୁ ଯାଉଛନ୍ତି । ସୂଚନା ଅନୁଯାୟୀ, ଆସନ୍ତା ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ୭ ତାରିଖ ରଥଯାତ୍ରା ଦିନ ପୁରୀ ଗସ୍ତରେ ଆସି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସହ ରଥ ଟାଣିବାର କାର୍ଯକ୍ରମ ରହିଛି । ରଥଯାତ୍ରା ପରଦିନ ଅର୍ଥାତ ୮ ତାରିଖରେ ମଧ୍ୟ ରାଷ୍ଟ୍ରପତି ମହାପ୍ରଭୁଙ୍କ ରଥ ଟାଣିବେ ବୋଲି ସୂଚନା ମିଳିଥିବା ବେଳେ ଏପର୍ଯ୍ୟନ୍ତ ସେନେଇ ସମୟ ସୂଚି ନିର୍ଦ୍ଧାରିତ ହୋଇ ନାହିଁ । ତେବେ ରାଷ୍ଟ୍ରପତିଙ୍କ ଦ୍ବିତୀୟ ଥର ପୁରୀ ଗସ୍ତକୁ ନେଇ ବେଶ୍ ଉତ୍ସାହିତ ହୋଇପଡିଛନ୍ତି ତାଙ୍କର କୌଳିକ ପଣ୍ଡା ରାଜରତନ ମହାପାତ୍ର ।

କୌଳିକ ପଣ୍ଡାଙ୍କ କହିଛନ୍ତି, "ରଥଯାତ୍ରା ଦିନ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଥଯାତ୍ରାରେ ନିଜକୁ ସାମିଲ କରିବା ପାଇଁ ପୁରୀ ଆସୁଥିବାରୁ ଏହା ଆମ ସମସ୍ତଙ୍କ ପାଇଁ ବଡ଼ ଗର୍ବର କଥା । ପ୍ରୋଟୋକଲ ଅନୁସାରେ ଯେଉଁ ନିର୍ଦ୍ଦେଶ ରହିବ ସେହି ଅନୁସାରେ ସେ ରଥାରୂଢ଼ ଠାକୁରଙ୍କ ଦର୍ଶନ କରାଇବା ସହ ଠାକୁରଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର, ଶୁଖିଲା ଭୋଗ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବେ । ପୂର୍ବରୁ ୨୦୨୨ ନଭେମ୍ୱର ୧୦ ତାରିଖରେ ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁ ପ୍ରଥମ ଥର ପାଇଁ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ମହାପ୍ରଭୁଙ୍କର ସେ ଜଣେ ପରମଭକ୍ତ ହୋଇଥିବାରୁ ରଥଯାତ୍ରାରେ ରାଷ୍ଟ୍ରପତି ସାମିଲ୍ ହେବା ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.