ଓଡିଶା

odisha

ETV Bharat / videos

ପୋଡ ପିଠା-ଦୋଳି ଖେଳରୁ ରଜ ମହୋତ୍ସବ ଆରମ୍ଭ, ନାଚ ଗୀତରେ ଶେଷ - Raja Parba 2024

By ETV Bharat Odisha Team

Published : Jun 17, 2024, 1:13 PM IST

ନିଆଳି: ଶେଷ ହୋଇଛି କୃଷିଭିତ୍ତିକ ରଜପର୍ବ । ନିଆଳିର ଜଲ୍ଲାରପୁର ପଞ୍ଚାୟତରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ରଜ ମହୋତ୍ସବ ରବିବାର ରାତିରେ ଶେଷ ହୋଇଛି । ପହିଲି ରଜରେ ପୋଡ ପିଠା, ଦୋଳି ଖେଳ, ତାସ, ପୁଚି, ଝୋଟି, ମେହେନ୍ଦି, ସାଧା ପାନରୁ ଆରମ୍ଭ ହୋଇଥିବା ରଜ ମହୋତ୍ସବ ରବିବାର ରାତିରେ ନାଚ ଗୀତରେ ଶେଷ ହୋଇଛି । ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ପ୍ରତିଯୋଗୀଙ୍କୁ ଉଦଯାପନୀ ଉତ୍ସବରେ ପୁରସ୍କୃତ କରାଯାଇଥିଲା । ନିଆଳି ବିଧାୟକ ଛବି ମଲ୍ଲିକ, ସ୍ଥାନୀୟ ସରପଞ୍ଚ ମଞ୍ଜୁଲତା ପଣ୍ତା, ଶିକ୍ଷାବିତ କୈଳାସ ଚନ୍ଦ୍ର ସୁର, ରାଜ୍ୟ ବିଜେପି ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶେଷ ରାତିରେ ପୁରସ୍କାର ବିତରଣ ପରେ ନାଚ ଏବଂ ଗୀତରେ ମଜିଥିଲେ ଉପସ୍ଥିତ ଦର୍ଶକ । ଜଲ୍ଲାରପୁର ମେଲଣ ପଡିଆରେ ତିନି ଦିନ ଧରି ଜାରି ରହିଥିବା ରଜ ମହୋତ୍ସବ ଗତ ରାତିରେ ଶେଷ ହୋଇଛି ।  

ଏହା ମଧ୍ୟ ପଢନ୍ତୁ-ରଜ ମହୋତ୍ସବରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା - PRAVATI PARIDA JOINS RAJA UTSAV

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details