ସୁନାବେଶ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର; ଜମିଲାଣି ଭକ୍ତଙ୍କ ଭିଡ଼, ଶୁଣନ୍ତୁ କଣ କହୁଛନ୍ତି ଶ୍ରଦ୍ଧାଳୁ - Sunabesha 2024
Published : Jul 17, 2024, 12:00 PM IST
ପୁରୀ: ଆଜି ମହାପ୍ରଭୁଙ୍କ ହେବ ସୁନାବେଶ । ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ମହଣ ମହଣ ସୁନାରେ ସଜେଇ ହେବେ ଦାରୁଦିଅଁ । ଚାରିଆଡୁ ଛୁଟିଲେଣି ଶ୍ରଦ୍ଧାଳୁ ଓ ଭକ୍ତ । ଜନସମୁଦ୍ର ପାଲଟିବ ବଡ଼ ଦାଣ୍ଡ । ମହାପ୍ରଭୁଙ୍କୁ ଦେଖି ଭାବବିହ୍ୱଳ ଭକ୍ତ । ସେପଟେ ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ସୁନାବେଶ ଦେକିବାକୁ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ଆଉ ମାତ୍ର କେଇ ଘଣାଟାର ଅପେକ୍ଷା । ସାରା ବିଶ୍ୱ ଦେଖିବ ବିଶ୍ୱନିୟନ୍ତାଙ୍କ ଅପୂର୍ବ ବେଶ । ବାହୁଡ଼ା ଯାତ୍ରା ସାରି ଫେରିବା ପରେ ସିଂହଦ୍ୱାରରେ ରଥ ଉପରୁ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ। ସୁନାବେଶ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରଯାଇଛି । ଅପରାହ୍ନ ୫ଟାରୁ ସୁନାବେଶ ଆରମ୍ଭ ହେବ । ରାତି ୧୧ଟା ପର୍ଯ୍ୟନ୍ତ ସୁନାବେଶରେ ମହାପ୍ରଭୁ ଦର୍ଶନ ଦେବା ପରେ ବେଶ ଓଲାଗି ହେବ । ରଥରେ ଶ୍ରୀ ଜିଉ ଙ୍କ ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସିବେ ଲକ୍ଷଲକ୍ଷ ଭକ୍ତ। ୧୫ ଲକ୍ଷ ଭକ୍ତଙ୍କ ଆଗମନ ଆକଳନ କରିଚି ପୁରୀ ଜିଲ୍ଲା ପ୍ରଶାସନ। ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ପୂର୍ବଭଳି ମେଡିକାଲ ଛକରୁ ଚାଲି ଚାଲି ଯିବେ ଭକ୍ତ। ଏଥିପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ମେଡିକାଲ ଛକରୁ ଶ୍ରୀମନ୍ଦିର ମଧ୍ୟରେ ବଡଦାଣ୍ଡକୁ ସଂଯୋଗ କରୁଥିବା ସବୁ ଗଳି ରାସ୍ତାକୁ ସିଲ କରାଯାଇଛି। ଶ୍ରୀମାର୍ଗକୁ ମଧ୍ୟ ବ୍ୟବହାର କରାଯିବ।
ଏହା ମଧ୍ୟ ପଢନ୍ତୁ: ଆଜି ମହାପ୍ରଭୁଙ୍କ ସୁନାବେଶ; ଗଳିକନ୍ଦିରେ ପ୍ରବେଶ ମନା, ରାତ୍ର 11ଟା ଯାଏଁ ଚାଲିବ ଦର୍ଶନ, 15 ଲକ୍ଷ ଭକ୍ତଙ୍କ ହେବ ସମାଗମ !
ପୁରୀ, ଇଟିଭି ଭାରତ