ଓଡିଶା

odisha

ETV Bharat / videos

ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ - President Droupadi Murmu

By ETV Bharat Odisha Team

Published : Jul 7, 2024, 4:08 PM IST

Ratha Yatra 2024: ପୁରୀ: ବିଶ୍ବନିୟନ୍ତାଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରାରେ ସାମିଲ ହେବା ପାଇଁ ପୁରୀ ବଡଦାଣ୍ଡରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବଡଦାଣ୍ଡରେ  ପହଞ୍ଚି ରାଷ୍ଟ୍ରପତି ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି । ଏହାସହ ରଥ ଟଣା ସମୟରେ ସହ 3 ରଥ ଟାଣିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ମଧ୍ୟ ଉପସ୍ଥିତ ଅଛନ୍ତି । ଏପଟେ ଶ୍ରୀଜିଉଙ୍କର ପହଣ୍ଡି ଶେଷ ହୋଇଛି । ବଡଠାକୁର ଶ୍ରୀ ବଳଭଦ୍ର, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଦେବୀ ଶୁଭଦ୍ରା ପହଣ୍ଡିରେ ଆସି ରଥାରୂଢ ହୋଇସାରିଛନ୍ତି । ରଥ ଉପରେ କିଛି ଘଣ୍ଟାର ନୀତିକାନ୍ତି ରହିଛି । ଏହାପରେ ଗଜପତି ଦିବ୍ୟସିଂହ ଦେବ ରଥରେ ଛେରା ପହଁରା କରିଛନ୍ତି । 

ଏହା ମଧ୍ୟ ପଢ଼ନ୍ତୁ...ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି: ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରଣାମ କଲେ ମୁଖ୍ୟମନ୍ତ୍ରୀ, ଆଉ କିଛି ସମୟ ପରେ ପହଞ୍ଚିବେ ରାଷ୍ଟ୍ରପତି - Lord jagannath

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details