ଓଡିଶା

odisha

ETV Bharat / videos

ସମ୍ବିତ ପାତ୍ରଙ୍କ ନିଆରା ନିର୍ବାଚନୀ ପ୍ରଚାର, ଭୋଟରଙ୍କ ଘରେ ଜଳଖିଆ ଖାଇ ମାଗିଲେ ଭୋଟ - PURI BJP CAMPAIGN - PURI BJP CAMPAIGN

By ETV Bharat Odisha Team

Published : May 11, 2024, 1:19 PM IST

ପୁରୀ: ନାଁ ଖରାକୁ ଭୟ ନା ବର୍ଷାକୁ । ଦିନରୁ ରାତି ପର୍ଯ୍ୟନ୍ତ ପ୍ରଚାର କରୁଛନ୍ତି ପ୍ରାର୍ଥୀ । ପ୍ରଚଣ୍ଡ ଖରାକୁ ଖାତିର୍ ନକରି ଲମ୍ବା ଲମ୍ବା ପ୍ରତିଶ୍ରୁତି ସହ ଜନସାଧାରଣଙ୍କ ନିକଟତର ହେଉଛନ୍ତି ପ୍ରାର୍ଥୀ । ପୁରୀରେ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଭାବେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ନିର୍ବାଚନ ଲଢ଼ୁଛନ୍ତି । ତେବେ ସମ୍ବିତ ପାତ୍ର ପ୍ରଚାରକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ପ୍ରଚାର ସମୟରେ କେତେବେଳେ ଘରକୁ ଯାଇ ପଖାଳ ଖାଉଛନ୍ତି ତ କେତେବେଳେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି । ତେବେ ଏନେଇ ସମ୍ବିତ କହୁଛନ୍ତି, ଆମେ ଲୋକଙ୍କ ସହିତ ରହିଛୁ । ଆମେ ଜଣେ ସାଧାରଣ ଲୋକ । ଆମେ ଅନ୍ୟ ନେତାଙ୍କ ଭଳି ଭିଭିଆଇପି ନୁହନ୍ତିଁ । ମୋତେ ସ୍ଥାନୀୟ ଲୋକେ ଭୋଟି ସମସ୍ୟା ଜଣାଇପାରିବେ ବୋଲି ସେ କହିଛନ୍ତି । 

ନିର୍ବାଚନ ସମୟରେ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଏହା ଏକ ସଧାରଣ କଥା। ସେ ଲୋକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି । ଯିଏ ନିମନ୍ତ୍ରଣ କରୁଛନ୍ତି ସେ ଘରକୁ ଯାଇ ଖାଦ୍ୟ ଗ୍ରହଣ କରୁଛନ୍ତି । ଲୋକମାନେ ଅତି ଆଦରରେ ତାଙ୍କୁ ଘରକୁ ଡାକି ବିଭିନ୍ନ ଖାଦ୍ୟ ଦେଉଛନ୍ତି । ଯାହାକି ମୋ ପାଇଁ ପରମ ସୌଭାଗ୍ୟ । ମୋଦି ହେ ତୋ ମୁମ୍ କିନ ହେ । ମୋଦି ହେ ତୋ ଗ୍ୟାରେଣ୍ଟି ହେ । ମାଗଣା ଚାଉଳ, ଆବାସ ଗୃହ, ଘରକୁ ପାନୀୟ ଜଳ, ଘରେ ଶୌଚାଳୟ, ଆଦି ମୋଦି ଜି ଙ୍କ ଗ୍ୟାରେଣ୍ଟି। ସେହିପରି କୃଷକ ଙ୍କୁ 3100 ଟଙ୍କାରେ ଧାନ ଦାମ ପ୍ରଦାନ, ମହିଳାଙ୍କୁ ସୁଭଦ୍ରା ଯୋଜନା ରେ 50 ହଜାର ଟଙ୍କାରେ ଭାଉଚର ପ୍ରଦାନ ଘୋଷଣା ମୋଦି କରିଛନ୍ତି ।" 

ଏହା ମଧ୍ୟ ପଢନ୍ତୁ: ଭୋଟରଙ୍କ ବାରଣ୍ଡାରେ ବସି ପଖାଳ ଖାଇଲେ, ପ୍ରଚାର କଲେ କଂଗ୍ରେସ ପ୍ରାର୍ଥୀ - Odisha Assembly Election

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details