2000କେଜି ଅଙ୍ଗୁର ସାଜସଜ୍ଜାରେ ଝଲସିଲେ ଗଜାନନ, ମନ୍ଦିରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ - Pune Dagdusheth Ganesh Temple - PUNE DAGDUSHETH GANESH TEMPLE
Published : Mar 24, 2024, 5:25 PM IST
Pune Dagdusheth Ganesh Temple ମୁମ୍ବାଇ: 2000 କେଜି ଅଙ୍ଗୁରରେ ସଜା ହୋଇଛି ଗଣେଶ ମନ୍ଦିର । ସାରା ଦେଶ ହୋଲି ପାଇଁ ଉତ୍ସବମୁଖର ଥିବା ବେଳେ ମହାରାଷ୍ଟ୍ର ପୁନେର ଦଗ୍ଡୁଶେଠ ଗଣେଶ ମନ୍ଦିରରେ 2000 କିଗ୍ରା କଳା ଓ ସବୁଜ ରଙ୍ଗର ସ୍ବାଦିଷ୍ଟ ଅଙ୍ଗୁରରେ ସଜାଯାଇଛି ସାରା ମନ୍ଦିର । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହି ସାଜସଜ୍ଜା କରାଯାଇଥିବା ବେଳେ ଏହାକୁ ଦେଖିବା ପାଇଁ ମନ୍ଦିର ପରିସରରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମୁଛି ।
ତେବେ ହୋଲି ପୂର୍ଣ୍ଣିମା ଅବସରରେ ପୁନେର ଦଗ୍ଡୁଶେଠ ଗଣେଶ ମନ୍ଦିରରେ ଅନୁଷ୍ଟିତ ହୋଇଛି ଦ୍ରକ୍ଷ ମହୋତ୍ସବ ଅର୍ଥାତ ଅଙ୍ଗୁର ଉତ୍ସବ । ଏହି ଉତ୍ସବରେ ନାସିକର ସାହ୍ୟାଦ୍ରି ଫାର୍ମରୁ ଆସିଥିବା 2000 କିଗ୍ରା କଳା ଓ ସବୁଜ ଅଙ୍ଗୁରରେ ଗଣପତିଙ୍କ ମୂର୍ତ୍ତି ସହ ମନ୍ଦିରକୁ ସଜ୍ଜା ଯାଇ ଗଜାନନଙ୍କ ପୂଜା କରାଯାଇଥିଲା । ଏହାକୁ ଦେଖିବା ପାଇଁ ମନ୍ଦିରରେ ଶହ ଶହ ଭକ୍ତଙ୍କ ଭିଡ଼ ଜମିଥିଲା । ପରେ ଏହି ଅଙ୍ଗୁରକୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବଣ୍ଟାଯିବ ।
ଏହା ମଧ୍ୟ ପଢ଼ନ୍ତୁ...Ganesh Chaturthi: ଅଢେଇ କୋଟି ମୂଲ୍ୟର ନୋଟ ଓ ମୁଦ୍ରାରେ ସଜା ହୋଇଛନ୍ତି ପ୍ରଭୁ ଗଣପତି
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ