ଓଡିଶା

odisha

ETV Bharat / videos

ଗୀତ ବୋଲୁଥିଲେ ଟଳି ପଡିଲେ କବି, ଦେଖନ୍ତୁ ଦୃଶ୍ୟ

By ETV Bharat Odisha Team

Published : Jan 29, 2024, 10:07 PM IST

ଡେରାଡୁନ: ଗୀତ ବୋଲିବା ପାଇଁ ମଞ୍ଚ ଉପରକୁ ଯାଇଥିଲେ । ହେଲେ ମଞ୍ଚ ଉପରେ ଛକି ବସିଥିଲା ଯମ । ଗୀତ ବୋଲୁ ବୋଲୁ ଟଳିପଡ଼ିଲେ କବି । ଦର୍ଶକଙ୍କୁ କବିତାର ପଦ୍ୟାଂଶ ଶୁଣାଉଥିବା ବେଳେ ହୃଦଘାତରେ ଚାଲିଗଲା ଜୀବନ । ଉତ୍ତରାଖଣ୍ଡ ରୁଦ୍ରପୁରରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ରାଷ୍ଟ୍ରୀୟ ସ୍ବୟଂ ସୁରକ୍ଷା ଅଭିଯାନ ପକ୍ଷରୁ ପନ୍ତନଗର ସ୍ଥିତ କୃଷି ବିଶ୍ବବିଦ୍ୟାଳୟର ଡକ୍ଟର ବିବି ସିଂ ସଭାଗାରରେ କାବ୍ୟ ମହୋତ୍ସବ ଆୟୋଜିତ ହୋଇଥିଲା । ଏଥିରେ ଯୋଗ ଦେଇ କବି ସୁଭାଷ କିଛି ପଦ ପଢୁଥିବା ବେଳେ ହିଁ ହଠାତ ଟଳିପଡ଼ିଥିଲେ । ଏହାପରେ ମଞ୍ଚସ୍ଥ ଅତିଥି ତାଙ୍କୁ ଉଠାଇ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ତାଙ୍କ ପରିବାର ର୍ଗ ମୃତ କବିଙ୍କୁ ପୈତୃକ ବାସସ୍ଥାନ ମଥୁରାକୁ ନେଇ ଯାଇଥିବା ଜଣାପଡିଛି ।    

ଏହା ବି ପଢନ୍ତୁ- ଏମିତି ବି ଆସେ ମୃତ୍ୟୁ; କ୍ଲାସ କରୁଥିବା ବେଳେ ଟଳିପଡିଲେ ଛାତ୍ର

ABOUT THE AUTHOR

...view details