ଓଡିଶା

odisha

By ETV Bharat Odisha Team

Published : May 31, 2024, 1:12 PM IST

ETV Bharat / videos

କନ୍ୟାକୁମାରୀରେ ଧ୍ୟାନରେ ବସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି - PM Modi meditation

ଚେନ୍ନାଇ: କନ୍ୟାକୁମାରୀରେ ଧ୍ୟାନମୁଦ୍ରାରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ତାମିଲନାଡୁ ରାଜ୍ୟ କନ୍ୟାକୁମୀର ସ୍ଥିତ ବିବେକାନନ୍ଦ ରକ୍ ମେମୋରିଆଲରେ ସେ ଧ୍ୟାନସ୍ଥ ଅଛନ୍ତି  । ଶନିବାର ଦିନ ୩ଟାରେ ତାଙ୍କର ଏହି ଧ୍ୟାନ ଶେଷ ହେବ । ଏହି ସମୟରେ ପ୍ରଧାନମନ୍ତ୍ରୀ କେବଳ ତରଣ ଖାଦ୍ୟ ଗ୍ରହଣ କରିବେ । ଧ୍ୟାନସ୍ଥ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ପାଇଁ ୨୦୦୦ରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ଭାରତୀୟ ତଟରକ୍ଷୀ ବାହିନୀ ଏବଂ ନୌସେନା ଅଧିକାରୀମାନେ ମଧ୍ୟ ସୁରକ୍ଷା ଦାୟିତ୍ବରେ ଅଛନ୍ତି  । ସେହିପରି ସୁରକ୍ଷାଦୃଷ୍ଟିରୁ ଗତକାଲି(ଗୁରୁବାର) ଠାରୁ ଜୁନ ୧ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସେହି ସ୍ଥାନ ବାରଣ କରାଯାଇଛି । କହିରଖୁଛୁ, ପ୍ରଧାନମନ୍ତ୍ରୀ ଧ୍ୟାନସ୍ଥ ଥିବା ସ୍ଥାନରେ ଦିନେ ସ୍ବାମୀ ବିବେକାନନ୍ଦ ୩ ଦିନ ଧରି ଧ୍ୟାନ କରିଥିଲେ । ଏମିତିକି ଦେବୀ ପାର୍ବତୀ ମଧ୍ୟ ଏହି ସ୍ଥାନରେ ଗୋଟିଏ ଗୋଡରେ ତପସ୍ୟାରତ ରହି ପ୍ରଭୁ ଶିବଙ୍କୁ ଅପେକ୍ଷା କରିଥିଲେ ବୋଲି ପୁରାଣରେ ବର୍ଣ୍ଣିତ ଅଛି ।

ABOUT THE AUTHOR

...view details