ଓଡିଶା

odisha

ETV Bharat / videos

ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ସ୍ମରଣ କରି ପଞ୍ଚାୟତିରାଜ ଦିବସ ପାଳନ କଲା ବୌଦ୍ଧ

By ETV Bharat Odisha Team

Published : Mar 5, 2024, 7:56 PM IST

Panchayati Raj Day Celebrated in Boudh:  ବୌଦ୍ଧ: ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ବୌଦ୍ଧ ଜିଲ୍ଲା ସଦରମହକୁମା ସମେତ ତିନୋଟି ବ୍ଲକରେ ପଞ୍ଚାୟତିରାଜ ଦିବସ ପାଳିତ ହୋଇଛି । ଏହି ଅବସରରେ ଜିଲ୍ଲାର ତିନୋଟି ପଞ୍ଚାୟତକୁ ପୁରସ୍କୃତ ମଧ୍ୟ କରାଯାଇଛି । ଏକ ଉପଖଣ୍ଡରୁ ଜିଲ୍ଲାର ମାନ୍ୟତା ପ୍ରଦାନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପବିତ୍ର ଜୟନ୍ତୀ ଅବସରରରେ ଜିଲ୍ଲାବାସୀ ତାଙ୍କୁ ସ୍ମରଣ କରିଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ.... ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳନ, ବିଜୁଙ୍କ ଆଦର୍ଶକୁ ପ୍ରାଥମିକତା ଦେବା ପାଇଁ ଶପଥ

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଆଜି ବିଜୁ ବାବୁଙ୍କ ପବିତ୍ର ଜୟନ୍ତୀ ଅବସରରରେ ପଞ୍ଚାୟତିରାଜ ଦିବସ ପାଳନ କରାଯାଇଛି । ବିଜେଡି ଦଳ ପକ୍ଷରୁ ବୌଦ୍ଧର ମହାନଦୀ ସେତୁ ଛକ, କଣ୍ଟାମାଳ ଓ ଚାରିଛକ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ପଞ୍ଚାୟତିରାଜ ଦିବସ ଅବସରରେ ଜିଲ୍ଲାର ମନମୁଣ୍ଡା, ପଲସାଗୋରା ଓ ତଳଗାଁ ପଞ୍ଚାୟତକୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ ଜେ ସୋନାଲ ଜିଲ୍ଲାର ବିଭିନ୍ନ ଉପାନ୍ତ ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ସେସବୁ ଅଞ୍ଚଳରେ ଥିବା ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା ଆରମ୍ଭ କରାଯାଇଥିବା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details