ଓଡିଶା

odisha

By ETV Bharat Odisha Team

Published : Jun 4, 2024, 8:44 PM IST

ETV Bharat / videos

ଆଠଗଡ଼ ହାତେଇଲେ ରାଜା ସ୍ବାଇଁ, ବଡମ୍ବାରେ ବିଜେଡି ଭେଟେରାନ ନେତାଙ୍କୁ ପରାଜୟ ସ୍ବାଦ ଚଖାଇଲେ ସ୍ବାଧୀନ ପ୍ରାର୍ଥୀ - Athgarh And Baramba Results

Athgarh And Baramba Results : କଟକ: ଆଠଗଡ଼ରେ ପୁଣି ବିଜୟ ଦୋହରାଇଲେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଅଭୟ କୁମାର ବାରିକଙ୍କୁ 35 ଶହରୁ ଉର୍ଦ୍ଧ୍ବ ଖଣ୍ଡ ଭୋଟରେ ପରାଜୟ କରି ଏହି ବିଜୟ ହାସଲ କରିଛନ୍ତି । ସେହିଭଳି ବଡମ୍ବା ନିର୍ବାଚନ ମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ବିଜୟ କୁମାର ଦଳ ବେହେରା ବିଜେଡିର ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ରଙ୍କୁ ହରାଇ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିଛନ୍ତି।

ଏହା ବି ପଢନ୍ତୁ...ବେଗୁନିଆରେ ବିଜେଡିର ବିଜୟ, ଗଡ଼ ବଜାୟ ରଖିଲା ଦଳ - BJD Wins In Begunia

ବିଜୟୀ ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ କହିଛନ୍ତି, "ଦଳରେ ହାରଜିତ ଥାଏ। ବର୍ତ୍ତମାନ ସମୀକ୍ଷାର ସମୟ ।" ସେପଟେ ବଡମ୍ବା ନିର୍ବାଚନ ମଣ୍ଡଳୀରେ ଜିତିଥିବା ସ୍ବାଧୀନ ପ୍ରାର୍ଥୀ ବିଜୟ କୁମାର ଦଳ ବେହେରା କହିଛନ୍ତି, ଏ ବିଜୟ ମୋର ନୁହେଁ, ବଡ଼ମ୍ବାବାସୀଙ୍କ ବିଜୟ । ଏହା ଏକ ଗଡ଼ଜାତ ଅଞ୍ଚଳ । ବଡମ୍ବାବାସୀ ସ୍ବାଭିମାନୀ । ତେଣୁ ମଦ,ମାଂସର ପ୍ରଲୋଭିନରେ ନୁହେଁ, ବଡମ୍ବାବାସୀ ସ୍ବାଭିମାନର ପରିଚୟ ଦେଇଛନ୍ତି ।"
ଇଟିଭି ଭାରତ, କଟକ

ABOUT THE AUTHOR

...view details