ଓଡିଶା

odisha

ETV Bharat / videos

ମା' ତାରାତାରିଣୀ ପୀଠରେ ସରକାରୀ ଦଳର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ - FACT FINDING TEAM TARATARINI TEMPLE

By ETV Bharat Odisha Team

Published : Nov 9, 2024, 4:29 PM IST

MAA TARA TARINI TEMPLE: ବ୍ରହ୍ମପୁର: ମା' ତାରାତାରିଣୀଙ୍କ ପୀଠରେ ସରକାରୀ ଦଳର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ । ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ପୀଠରେ ଗତ ୬ ତାରିଖ ଦିନ ହୋଇଥିବା ମା'ଙ୍କ ଅଳଙ୍କାର ଚୋରି ଘଟଣାରେ ରାଜ୍ୟ ସରକାରଙ୍କ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ପରିଦର୍ଶନ କରିଛନ୍ତି । ଦୁଇ ମନ୍ତ୍ରୀଙ୍କ ସହ ତିନି ଜଣ ବିଧାୟକ ମା'ଙ୍କୁ ଦର୍ଶନ କରିବା ସହିତ ଘଟଣାରେ କିପରି ତଦନ୍ତ ଜାରି ରହିଛି ତାହାକୁ ନେଇ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ରାଜ୍ୟ ସଡକ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର,ସୋରଡା ବିଧାୟକ, ଖଲ୍ଲିକୋଟ ବିଧାୟକ, କବିସୂର୍ଯ୍ୟନଗର ବିଧାୟକ ମନ୍ଦିରର ସୁରକ୍ଷା ସହ ସିସିଟିଭି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଘଟଣାରେ ସମ୍ପୃକ୍ତ ଥିବା ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ସେପଟେ ଘଟଣା ଏକ ଦୁଃଖର ଘଟଣା ହୋଇଥିବାବେଳେ ମା'ଙ୍କୁ ନେଇ ବିରୋଧୀ ରାଜନୀତି କରିବା କଥା ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେହିପରି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି," ଆମ ସରକାର ମଠ,ମନ୍ଦିରକୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବେ । "
 
ଏହା ମଧ୍ୟ ପଢନ୍ତୁ ...ତାରାତାରିଣୀ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ନବୀନ ଗଠନ କଲେ ତଥ୍ୟ ଅନୁସନ୍ଧାନକାରୀ ଦଳ 

ଇଟିଭି ଭାରତ, ବ୍ରହ୍ମପୁର  

ABOUT THE AUTHOR

...view details