ଓଡିଶା

odisha

ETV Bharat / videos

ରାଜ୍ୟପାଳଙ୍କ ଦିନିକିଆ ନବରଙ୍ଗପୁର ଗସ୍ତ

By ETV Bharat Odisha Team

Published : Feb 25, 2024, 11:09 PM IST

Governor Visit:ନବରଙ୍ଗପୁର: ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଥିଲେ ରାଜ୍ୟପାଳ ରଘୁବର ଦାସ । ଆଜି (ରବିବାର) ଦିନ ସ୍ବତନ୍ତ୍ର ବିମାନ ଯୋଗେ ରାଜ୍ୟପାଳ ଜୟପୁରରେ ପହଞ୍ଚିବା ପରେ ସେଠାରୁ ନବରଙ୍ଗପୁର ଗସ୍ତ କରିଥିଲେ । ପାପଡାହାଣ୍ଡି ବ୍ଳକର ଶିରିଶି ଠାରେ ଏଫପିଓର ୨୫୦ଜଣ ଚାଷୀ ଓ ଗ୍ରାମବାସୀଙ୍କ ସହ ବିଭିନ୍ନ ବିଷୟରେ ନେଇ ଆଲୋଚନା କରିଥିଲେ । ସେଠାରୁ ରାଜ୍ୟପାଳ ତଣ୍ଡାଗୁଡା ଯାଇ ଟେରାକୋଟା ହସ୍ତଶିଳ୍ପ କାରିଗର ମାନଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ରାଜ୍ୟପାଳ ଦଳେଇଗୁଡ଼ାର ଅଙ୍ଗନବାଡିକୁରେ ପୋଷଣ ଯୋଜନା ବିଷୟରେ ଅଭିଭାବକ ଓ ଆଶା କର୍ମୀଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ପ୍ରଧାନୀଗୁଡା ଗାଁରେ ପହଞ୍ଚି ବଟନ ଛତୁ ୟୁନିଟ ପରିଦର୍ଶନ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କରିଥଲେ  । 

ସେହିପରି ମଧ୍ୟାହ୍ନରେ ନବରଙ୍ଗପୁର ସର୍କିଟ ହାଉସ୍‌ରେ ବିଶ୍ରାମ ନେଇ ଅପରାହ୍ନରେ ଗୁମ୍ମାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର, ଆଶା, ସ୍ବାସ୍ଥ୍ୟକର୍ମୀ ଓ ରୋଗୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ତାରାଗାଁରେ ମାଛ ଯାଆଁଳ କେନ୍ଦ୍ର ପରିଦର୍ଶନ ପୁଣି ତାରାଗାଁରୁ ଟିରିଲିଆମ୍ବଗୁଡା ସ୍ଥିତ ଅନ୍ଵେଷା ଛାତ୍ରାବାସ ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ । ସନ୍ଧ୍ୟା ୫ଟା ୪୦ରେ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘରଣୀଙ୍କ ଦର୍ଶନ କରି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଗସ୍ତ କରିଛନ୍ତି ।ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ ....ରାଉରକେଲା ଗସ୍ତରେ ରାଜ୍ୟପାଳ, ଏସଏଚଜି ମହିଳା ଓ ଛାତ୍ରଛାତ୍ରୀଙ୍କୁ ଭେଟିଲେ

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details