ଓଡିଶା

odisha

By ETV Bharat Odisha Team

Published : May 18, 2024, 7:50 PM IST

ETV Bharat / videos

ପୋଲସରାରେ ବିଜେପିର ଜୋରଦାର ପ୍ରଚାର, ଭୋଟ ମାଗିଲେ ଷ୍ଟାର କ୍ୟାମ୍ପେନର ଅନୁଭବ - BJp Campaign In Polasara

BJP CAMPAIGN IN POLASARA: ଗଞ୍ଜାମ: ପୋଲସରାରେ ବିଜେପିର ପ୍ରଚାର ମଙ୍ଗ ଧରିଲେ ସଂସଦ ଅନୁଭବ ମହାନ୍ତି । ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟର ମତଦାନ ପାଇଁ ଆଜି ଶେଷ ପ୍ରଚାର ରହି ଥିବାବେଳେ ଗଞ୍ଜାମ ଜିଲ୍ଲାର ଆସିକା ସଂସଦୀୟ କ୍ଷେତ୍ରର ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେପିର ଜୋରଦାର ପ୍ରଚାର ଦେଖିବାକୁ ମିିଳିଛି । ଦଳର ପୋଲସରା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଓ ଆସିକା ସଂସଦୀୟ ପ୍ରାର୍ଥିନୀ ଅନିତା ଶୁଭଦର୍ଶନୀ ସାମିଲ ହୋଇଥିଲେ । ସେପଟେ ଦଳର ଷ୍ଟାର କ୍ୟାମ୍ପେନର ଭାବରେ ନିର୍ବାଚନ ପ୍ରଚାର କରିବା ପାଇଁ ସଂସାଦ ତଥା ଅଭିନେତା ଅନୁଭବ ମହାନ୍ତି ସାମିଲ ହୋଇଥିଲେ । ଏହି ଅବସରରେ ଦଳୀୟ ପ୍ରାର୍ଥୀ ଓ ଷ୍ଟାର କ୍ୟାମ୍ପେନରଙ୍କ ସହିତ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ । ସେହିପରି ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ଲୋକମାନେ ଏକତ୍ରିତ ହୋଇ ମନସ୍ଥ କରିଛନ୍ତି ପୋଲସରାରେ ବିଜେପିକୁ ବିଜୟୀ କରିବେ । 

ଏହା ମଧ୍ୟ ପଢନ୍ତୁ......ପୋଲସରାରେ ଜମୁଛି ବିଜେଡିର ପ୍ରଚାର, ହ୍ୟାଟ୍ରିକ ଆଶାରେ ଶ୍ରୀକାନ୍ତ ! - BJD Campaign In Polasara


ଇଟିଭି ଭାରତ, ଗଞ୍ଜାମ

ABOUT THE AUTHOR

...view details