ଓଡିଶା

odisha

ETV Bharat / videos

କୋରାପୁଟ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଉଦଘାଟିତ, ଯୋଗଦେଲେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ - କୋରାପୁଟ ଜିଲ୍ଲା ବିଜ୍ଞାନ କେନ୍ଦ୍ର

By ETV Bharat Odisha Team

Published : Feb 29, 2024, 9:24 AM IST

Koraput District Science Centre: କୋରାପୁଟ: ଗତକାଲି(ବୁଧବାର) ଜାତୀୟ ବିଜ୍ଞାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ ଉଦଘାଟନ କରିଛନ୍ତି । ପ୍ରତ୍ୟେକ ବିଜ୍ଞାନ କେନ୍ଦ୍ର ପାଇଁ ୬.୫ କୋଟି ଟଙ୍କା ଓ ପ୍ଲାନେଟୋରିୟମ ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଏହି ଅବସରରେ କୋରାପୁଟର ଜୟପୁରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l 

ଏଥିସହ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ଜ଼ିଲ୍ଲାପାଳ ଭି କୀର୍ତ୍ତ ଭାସନ ଯୋଗ ଦେଇଥିଲେ l ବିଜ୍ଞାନ କେନ୍ଦ୍ର ଶିକ୍ଷା କ୍ଷେତ୍ରରେ ଏକ ନୂତନ ମାଇଲ ଖୁଣ୍ଟ ସଦୃଶ l କୋରାପୁଟ ଭଳି ଏକ ଆଦିବାସୀ ବହୁଳ ଅଞ୍ଚଳରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରିଥିବାରୁ ଛାତ୍ରଛାତ୍ରୀମାନେ ବେଶ ଉତ୍ସାହିତ ଅଛନ୍ତି l ତେବେ ଏହି ନୂତନ ପ୍ରକଳ୍ପର ସଠିକ ଭାବେ ପରିଚାଳନା କରାନଗଲେ ରାଜ୍ୟ ସରକାରଙ୍କ ଦ୍ବାରା ଅନେକ ପ୍ରକଳ୍ପ ଅଚଳ ହୋଇଯାଇଥିବା ଭଳି ଏହା ମଧ୍ୟ ଶିଥିଳ ହୋଇଯିବ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମତ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ସବୁ ଜିଲ୍ଲାରେ ଖୋଲିବ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ

ଇଟିଭି ଭାରତ, କୋରାପୁଟ 

ABOUT THE AUTHOR

...view details