ରାଜପଥ କଡ଼ ବୁଦା ମୂଳରୁ ଶୁଭିଲା କୁଆଁ କୁଆଁ ଶବ୍ଦ - NEW BORN BABY RESCUED - NEW BORN BABY RESCUED
Published : Jun 26, 2024, 8:41 PM IST
ନୂଆପଡା: ଜିଲ୍ଲା କୁରୁମପୁରୀ ଗାଁରେ ଅଲୋଡା ଶିଶୁପୁତ୍ର । 353 ଜାତୀୟ ରାଜପଥ କଡ଼ ବୁଦା ମୂଳରୁ ଶୁଭିଲା କୁଆଁକୁଆଁ ଶବ୍ଦ । ଗାଈ ଗୋଠାଳିଙ୍କ ଦୃଷ୍ଟିରେ ପଡିବା ପରେ ଉଦ୍ଧାର ହେଲା ଶିଶୁପୁତ୍ର । ନୂଆପଡା ଜ଼ୀଲ୍ଲା 353 ଜାତୀୟ ରାଜପଥ କଡ଼ କୁରୁମପୁରୀ ଗାଁରେ ଦେଖାଦେଇଛି ଅଭାବନୀୟ ଘଟଣା । ଅଲୋଡା ହେଲା ଶିଶୁପୁତ୍ର । ଖବର ପାଇ ନୂଆପଡା ଜିଲ୍ଲା ଚାଇଲଡ଼ ହେଲ୍ପ ଲାଇନ କର୍ମକର୍ତ୍ତା ମାନେ ଆସି ଶିଶୁକୁ ଉଦ୍ଧାର କରିଛନ୍ତି । ପରେ ନୂଆପଡା ଜ଼ୀଲ୍ଲା ମୁଖ୍ୟ ଚିକିତ୍ସାଲୟ SNCO ୱାର୍ଡରେ ଭର୍ତ୍ତିକରି ଚିକିତ୍ସା କରାଯାଉଛି। ଖବର ମୁତାବକ ଶିଶୁ ପୁତ୍ରର ସ୍ୱାସ୍ଥ୍ୟ ଅବସ୍ଥା ଠିକଥିବା ଚିକିତ୍ସାଧୀନ ଡାକ୍ତର ପ୍ରକାଶ କରିଛନ୍ତି ।
ଖବର ମୁତାବକ ଆଜି ସକାଳ 9 ଘଣ୍ଟା ସମୟରେ କୁରୁମପୁରୀ ଗାଁର ଗାଈ ଗୋଠାଳି ମାନେ ଗାଈ ଚରାଇବାକୁ ଯାଉଥିଲେ । ଏତିକିବେଳେ ବୁଦା ମୂଳରେ ନବଜାତ ଶିଶୁ ପୁତ୍ର କୁଆଁ କୁଆଁ ହୋଇ କାନ୍ଦୁଥିବା ଶବ୍ଦ ଶୁଣିଥିଲେ । ପରେଗାଁ ଲୋକଙ୍କୁ ଖବର ଦେଇଥିଲେ । ଗାଁ ଲୋକ ପ୍ରଥମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନୂଆପଡାକୁ ଖବର ଦେଇଥିଲେ । ଖବର ପାଇବାପରେ ତତକ୍ଷଣାତ ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ କର୍ମକତ୍ତା ନାରାୟଣ ଯୋଶୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବଳିୟାର ସିଂ ଘଟଣା ସ୍ଥଳରେ ପହଞ୍ଚି ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି । ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ପୁତ୍ର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡିଛି । କେହିଜଣେ ଅବିବାହିତା କୁମାରୀ କନ୍ୟା ଶିଶୁ ପୁତ୍ରକୁ ଜନ୍ମ ଦେଇଥିବା କୁହାଯାଉଛି । ଲୋକ ଲଜ୍ୟାରୁ ବଞ୍ଚିବା ପାଇଁ ଶିଶୁକୁ ବୁଦାମୂଳେ ଫୋପାଡ଼ି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ଇଟିଭି ଭାରତ, ନୂଆପଡା