ଓଡିଶା

odisha

ETV Bharat / videos

ନିଟ୍ ୟୁଜି ରେଜଲ୍ଟ; ଆର୍.ମୁରଲିକ୍ରିଷ୍ଣା ଦକ୍ଷିଣ ଓଡିଶାର ଟପ୍ପର - NEET Result 2024

By ETV Bharat Odisha Team

Published : Jun 7, 2024, 5:48 PM IST

NEET 2024: ବ୍ରହ୍ମପୁର: ପ୍ରକାଶ ପାଇଥିବା ନିଟ୍ ପରୀକ୍ଷା ଫଳାଫଳରେ ୭୧୦ ମାର୍କ ରଖି ଦକ୍ଷିଣ ଓଡିଶାର ଟପ୍ପର ହେଲେ ବ୍ରହ୍ମପୁରର ଆର୍.ମୁରଲିକ୍ରିଷ୍ଣା ଚଳିତଥରର ନିଟ୍ ପରୀକ୍ଷାଫଳ ପ୍ରକାଶକୁ ନେଇ ବ୍ରହ୍ମପୁର ସହରର ବିଦ୍ୟାର୍ଥୀ ମାନେ ବେଶ ଖୁସି ରହିଥିବା ବେଳେ ଆଗରେ ରହିଛନ୍ତି ଛାତ୍ର ମାନେ । ସେପଟେ ଛାତ୍ରଙ୍କ ଭଳି ଛାତ୍ରୀ ମାନେ ମଧ୍ୟ ସେମାନଙ୍କ ପରିଶ୍ରମ ଏବଂ ଉଦ୍ୟମର ଫଳ ପାଇଥିବା କହିଛନ୍ତି । ଦକ୍ଷିଣ ଓଡିଶାର ଟପର ହୋଇଥିବା ଆର୍.ମୁରଲିକ୍ରିଷ୍ଣା ଏହି ସଫଳତାର ଶ୍ରେୟ ନିଜର ପରିବାର ବର୍ଗଙ୍କୁ ଦେଇଛନ୍ତି । ଯେଉଁମାନେ ନିଟ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ ଅଯଥା ଚାପ ନନେଇ କେବଳ ଏହାକୁ ନେଇ ନିଜର ପ୍ରସ୍ତୁତି ସଂପୂର୍ଣ୍ଣ ସାଧାରଣ ରଖିବା ସହିତ ନିୟମିତ ଅଧ୍ୟୟନ କରି ଶିକ୍ଷକଙ୍କ ପରାମର୍ଶ ନେଇ ପରିଶ୍ରମ କଲେ ସଫଳ ହୋଇ ପାରବେ ବୋଲି ମୁରଲିକ୍ରିଷ୍ଣା କହିଛନ୍ତି । ସେପଟେ ନିଟର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏଥିରେ ଭଲ ରାଙ୍କ ରଖିଥିବା ବିଦ୍ୟାର୍ଥୀଙ୍କୁ ବ୍ରହ୍ମପୁର ସହରରେ ସମ୍ୱର୍ଦ୍ଧିତ କରାଯାଇଛି। ତେବେ ବିଦ୍ୟାର୍ଥୀଙ୍କୁ ପ୍ରସ୍ତୁତ କରୁଥିବା ଶିକ୍ଷକମାନେ କେବଳ ପରୀକ୍ଷା ଦେବା ପର୍ଯ୍ୟନ୍ତ ପୁସ୍ତକ ମଧ୍ୟରେ ନରହିବାକୁ ପରାମର୍ଶ ଦେଇଛନ୍ତି । ଚଳିତ ବର୍ଷ ଏଥିରେ ୭୨୦ ମୋଟ ମାର୍କ ରହିଥିବା ବେଳେ ଦେଶର ବହୁ ବିଦ୍ୟାର୍ଥୀ ଭଲ ନମ୍ୱର ରଖିଛନ୍ତି ।  

ଏହା ମଧ୍ୟ ପଢନ୍ତୁ... ଆଜିଠୁ +୨ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ, ଏମିତି କରନ୍ତୁ ଆବେଦନ - Plus Two Admission

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details