ଓଡିଶା

odisha

By ETV Bharat Odisha Team

Published : May 11, 2024, 10:59 AM IST

Updated : May 11, 2024, 11:24 AM IST

ETV Bharat / videos

ଫୁଲବାଣୀରେ ସମାବେଶକୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ Live - Modi in Kandhamal

କନ୍ଧମାଳ: ଭୁବନେଶ୍ବରରେ ରୋଡ ସୋ' ପରେ ଆଜି କନ୍ଧମାଳରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନ୍ଧମାଳର ଫୁଲବାଣୀ ଷ୍ଟାଡିୟମରେଠାରେ ବିଶାଳ ସମାବେଶକୁ ସମ୍ବୋଧିତ କରୁଛନ୍ତି । ଏହାପରେ ଦିନ 11ଟା 30 ମିନିଟ ସମୟରେ ବଲାଙ୍ଗୀରରେ ଆୟୋଜିତ ଏକ ସମାବେଶରେ ସମ୍ବୋଧନ କରିବେ ମୋଦି । ଦିନ 1ଟା 30ରେ ବରଗଡ ଗସ୍ତ କରି ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତିନି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଜେପି ଫୋକସରେ ରହିଛି ଓଡିଶା । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବାରମ୍ବାର ଓଡ଼ିଶା ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମେ' 20 ତାରିଖରେ ବରଗଡ, କନ୍ଧମାଳ ଓ ବଲାଙ୍ଗୀରରେ ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବାକୁ ଆଜି ଏହି ତିନି ଜିଲ୍ଲା ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଚଳିତ ନିର୍ବାଚନରେ ଦଳ କିପରି ଅଧିକରୁ ଅଧିକ ସିଟରେ ବିଜୟ ହେବ ସେନେଇ ଘନ ଘନ ଓଡିଶା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି କେନ୍ଦ୍ରୀୟ ନେତା । 
Last Updated : May 11, 2024, 11:24 AM IST

ABOUT THE AUTHOR

...view details