ଓଡିଶା

odisha

ତୀର୍ଥ କରିବାକୁ ଯାଇ ହଜି ଯାଇଥିଲେ କେନ୍ଦ୍ରାପଡାର ବରିଷ୍ଠ ନାଗରିକ, ତିରୁପତିରୁ ହେଲେ ଉଦ୍ଧାର

By ETV Bharat Odisha Team

Published : Feb 15, 2024, 8:46 PM IST

ନିଖୋଜ ବରିଷ୍ଠ ତୀର୍ଥଯାତ୍ରୀ

Missing Tourist Rescued form Tirupati Bus stand: କେନ୍ଦ୍ରାପଡ଼ା: ତୀର୍ଥଯାତ୍ରା ପାଇଁ ତିରୁପତି ଯାଇ ମହିଳା ନିଖୋଜ ମାମଲା । କେନ୍ଦ୍ରାପଡ଼ା ଜିଲ୍ଲାର ନିଖୋଜ ଥିବା ବାସନ୍ତୀ ମଲ୍ଲଙ୍କୁ ତିରୁପତି ବସଷ୍ଟାଣ୍ଡରୁ ଉଦ୍ଧାର କରାଯାଇଥିବା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୂଚନା ଦେଇଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ.... ଦୁଇ ବରିଷ୍ଠ ତୀର୍ଥଯାତ୍ରୀ ନିଖୋଜ ମାମଲା, ଖୁବଶୀଘ୍ର ଘରକୁ ଫେରିବେ କହିଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ତତ୍ୱାବଧାନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୩୨ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଭେଲୋର୍ ତିରୁପତି ଯାତ୍ରା କରିଥିଲେ । ତିରୁପତି ମନ୍ଦିର ଦର୍ଶନ କରିବା ପରେ ସେଥି ମଧ୍ୟରୁ ତିନି ଜଣ ନିଖୋଜ ହୋଇଯାଇଥିଲେ । ଉକ୍ତ ତିନିଜଣଙ୍କ ମଧ୍ୟରୁ କେନ୍ଦ୍ରାପଡ଼ାରୁ ଜଣେ ଓ ଖୋର୍ଦ୍ଧାରୁ ଦୁଇ ଜଣ ନିଖୋଜ ଥିବା ଜଣାପଡ଼ିଥିଲା । ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଳ ଷ୍ଟେସନ ଓ ତିରୁପତି ଜନଗହଳି ପୂର୍ଣ୍ଣ ସ୍ଥାନରେ ଫଟୋ ଓ ଠିକଣା ଲଗାଯାଇଥିଲା । ଅନ୍ୟପଟେ ବରିଷ୍ଠ ନାଗରିକଙ୍କୁ ଖୋଜିବା ପାଇଁ ରାଜ୍ୟ ସରକାର ତାଙ୍କ ପରିବାର ପକ୍ଷରୁ ଜଣଙ୍କୁ ସେଠାକୁ ପଠାଇଥିଲେ । ନିଖୋଜ ମହିଳାଙ୍କୁ ଖୋଜିବା ପାଇଁ ନାନା ଉପାୟ ଅବଲମ୍ବନ କରାଯାଇଥିଲେ ସୁଦ୍ଧା ଗତ ୧୩ ତାରିଖ ଯାଏଁ ସେମାନଙ୍କର କୌଣସି ପତ୍ତା ମିଳିନଥିଲା । ଅନ୍ୟପକ୍ଷରେ ପରିବାର ଲୋକେ ବ୍ୟତିବସ୍ତ ହୋଇ ପଡ଼ିଥିବା ବେଳେ ଆଜି ଅପରାହ୍ନରେ ତିରୁପତି ବସଷ୍ଟାଣ୍ଡରୁ ତାଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ହିମାଳୟା ତ୍ରିପାଠୀ।

ଇଟିଭି ଭାରତ, କେନ୍ଦ୍ରାପଡ଼ା   

ABOUT THE AUTHOR

...view details