ତେଜୁଛି ଏନଏସି ଦାବି ନିଆଁ, ପ୍ରତିବାଦରେ ମଦନପୁର ରାମପୁର ବନ୍ଦ ଡାକରା
Published : Feb 27, 2024, 4:01 PM IST
ଭବାନୀପାଟଣା: ରାଜ୍ୟରେ ଥମୁନି ନୂତନ ଏନଏସି ବିବାଦ। ଗତ ଶନିବାର ଦିନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ଟି ଜିଲ୍ଲାରେ ୩୪ଟି ନୂଆ ଏନଏସି ଗଠନ ସମ୍ପର୍କରେ ଘୋଷଣା କରିଥିଲେ । ଯାହାକୁ ନେଇ ଅନେକ ସ୍ଥାନରେ ଏନଏସି ଦାବି ପାଇଁ ରାସ୍ତାରୋକ ସହ ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା । ତେବେ ଗତ ରବିବାର ଦିନ ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲ୍ଲାର ସବଡିଭିଜନ ବୀରମହାରାଜପୁରକୁ NAC ଘୋଷଣା କରିବା ଫଳରେ ଏହି ସଂଖ୍ୟା ୩୫କୁ ପହଞ୍ଚିଛି । ତେବେ ଏହି କ୍ରମରେ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର କୁ NAC ଘୋଷଣା ରୁ ବାଦ୍ ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢନ୍ତୁ... ବୀରମହାରାଜପୁରକୁ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଦୀର୍ଘ ବର୍ଷ ଧରି ଜିଲ୍ଲାର ମଦନପୁର ରାମପୁରକୁ ଉପଖଣ୍ଡ ଓ ଏନ୍ଏସି ଘୋଷଣା ଦାବି ଦୀର୍ଘ ଦିନ ଧରି ଅଞ୍ଚଳବାସୀ କରି ଆସୁଥିବା ବେଳେ ସରକାରଙ୍କ ଦ୍ଵାରା ବାରମ୍ବାର ଅବହେଳାର ଶିକାର ହୋଇ ଆସୁଛି ଏହି ଅଞ୍ଚଳ। ଯାହା ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଜି ଏହାର ପ୍ରତିବାଦ କରି ମଦନପୁର ରାମପୁର ବନ୍ଦ ଡ଼ାକରା ଦେଇଥିବା ବେଳେ ଏହି ବନ୍ଦ ଡାକରା ରେ ଦୋକାନ ବଜାର, ବନ୍ଦ ରହିଛି । ସେପରି ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଥିବା ବେଳେ ଏହି ଆନ୍ଦୋଳନକୁ ସ୍ଥାନୀୟ ବିଭିନ୍ନ ସଂଗଠନ,ବ୍ୟବସାୟିକ ସଂଘ, ସାମ୍ବାଦିକ ସଂଘ ସମର୍ଥନ ଜଣାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସମସ୍ତ ଜରୁରୀ କାଳୀନ ସେବାକୁ ବାଦ ଦିଆଯାଇଥିବା ବେଳେ ଆଗାମୀ ଦିନରେ ଦାବି ପୁରାଣ ନ ହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।
ଇଟିଭି ଭାରତ, କଳାହାଣ୍ଡି